PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶାରେ କରୋନା ସ୍ଥିତି ଅଣାୟତ୍ତ: ୨୪ଘଣ୍ଟାରେ ୩୬୬୪ଜଣ ପଜିଟିଭ ଚିହ୍ନଟ, ଆଖିବୁଜିଲେ ଆଉ ୨ ଆକ୍ରାନ୍ତ
  • ||
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ମାର୍ଚ୍ଚ ପହିଲାରୁ ଜାତୀୟ ନାଟ୍ୟ ଉତ୍ସବ ‘ପୂର୍ବରଙ୍ଗ-୨୦୨୧’, ଯୋଗ ଦେବେ ଜାତୀୟ ତଥା ଅର୍ନ୍ତଜାତୀୟ ସ୍ତରର ପ୍ରତିଷ୍ଠିତ ନାଟ୍ୟ ସଂସ୍ଥା

ଭୁବନେଶ୍ୱର,୨୬/ ୦୧: ରାଜଧାନୀ ଭୁବନେଶ୍ବରରେ ହେବ ଜାତୀୟ ନାଟ୍ୟ ଉତ୍ସବ ‘ ପୂର୍ବରଙ୍ଗ-୨୦୨୧’। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗଦ୍ୱାରା ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଓ କଲିକତାସ୍ଥିତ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଓ ଓଡ଼ିଶା ନାଟ୍ୟ ସଂଘର ମିଳିତ ସହଯୋଗରେ ଜାତୀୟ ନାଟ୍ୟ ଉତ୍ସବ ‘ ପୂର୍ବରଙ୍ଗ-୨୦୨୧’ ଆୟୋଜିତ ହେବାକୁ ଯାଉଛି। ଏନେଇ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସଚିବ ପ୍ରବୋଧ ରଥ ସୂଚନା ଦେଇଛନ୍ତି।

ମାର୍ଚ୍ଚ ୧ ତାରିଖରୁ ୫ ତାରିଖ ଯାଏଁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଏହି ଉତ୍ସବ ଅନୁଷ୍ଠିତ ହେବ। ପ୍ରତି ସନ୍ଧ୍ୟା ୬ଟା ୩୦ ମିନିଟରେ ଦେଶର ବିଭିନ୍ନ ପ୍ରାନ୍ତର ଭିନ୍ନ ଭିନ୍ନ ଭାଷାର ନାଟକ ପରିବେଷିତ ହେବ। ଏନେଇ ଶୁକ୍ରବାର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସଚିବ ପ୍ରବୋଧ ରଥ ସୂଚନା ପ୍ରଦାନ କରିଛନ୍ତି।

ତେବେ ଏହି ମହୋତ୍ସବରେ ରାଜ୍ୟ ବାହାର ଜାତୀୟ ତଥା ଅର୍ନ୍ତଜାତୀୟ ସ୍ତରରେ ପ୍ରତିଷ୍ଠିତ ନାଟ୍ୟ ସଂସ୍ଥାଗୁଡ଼ିକ ଯୋଗଦାନ କରିବେ। ଏ ଅବସରରେ ନାଟକ ସମାପ୍ତ ପରେ ଉକ୍ତ ନାଟ୍ୟ ସଂସ୍ଥାର ନିର୍ଦ୍ଦେଶକ ତଥା ୧୨ ଜଣ ନାଟ୍ୟ ପର୍ଯ୍ୟବେକ୍ଷକଙ୍କୁ ନେଇ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଯୋଜନା ରହିଛି। ତେବେ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଓଡ଼ିଶାର ଜୀବରେଖା ଥିଏଟର ଗ୍ରୁପ୍‍ ଦ୍ୱାରା ଓଡ଼ିଆ ନାଟକ ‘ସୀତା’ ପରିବେଷଣ କରାଯିବ। ରତିରଞ୍ଜନ ମିଶ୍ରଙ୍କ ରଚିତ କାହାଣୀ ‘ସୀତା’ର ନିର୍ଦ୍ଦେଶନା ଭାର ଅଭିନ୍ନ ରାଉତରାୟ ତୁଲାଇବେ। ସେହିପରି ମାର୍ଚ୍ଚ ୨ ତାରିଖରେ ସ୍ୱପ୍ନିଲ ଜୈନଙ୍କ ରଚିତ ତଥା ସୌରଭ ଅନନ୍ତଙ୍କ ନିର୍ଦ୍ଦେଶିତ ନାଟକ ‘ରୋମିଓ ଜୁଲିଏଟ୍‍ ଇନ୍‍ ସ୍ମାର୍ଟ ସିଟି ଅଫ୍‍ କଣ୍ଟେପରାରୀ ଇଣ୍ଡିଆ’ ମଞ୍ଚସ୍ଥ ହେବ। ଭୋପାଳର ବିହାନ ଡ଼୍ରାମା ୱାର୍କସ୍‍ ପକ୍ଷରୁ ଏହି ନାଟକ ପରିବେଷଣ କରାଯିବ। ୩ ତାରିଖରେ ଆସାମର ସିଗୁଲ୍‍ ଥିଏଟର ପକ୍ଷରୁ ନାଟକ ‘କମଳା ଦେବୀ-କୁଛ୍‍ ୟାର୍ଦୋ କୀ ପାନି’ ଦର୍ଶକ ଦେଖିବାକୁ ପାଇବେ। ବୈଦେହୀଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶନା ଭାଗୀରଥୀ ବାଇ ଦେଇଛନ୍ତି।

ସେହିପରି ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ବିଜୟ ଦାନ ଦେଠାଙ୍କ ରଚିତ ‘ନାଗିନ ତେରା ବଂଶ ବଢ଼େ’ ନାଟକ ପରିବେଷଣ କରାଯିବ। ଅବତାର୍‍ ସାହାଣୀଙ୍କ ନିର୍ଦ୍ଦେଶନାରେ ନୂଆଦିଲ୍ଲୀସ୍ଥିତ ଆକ୍ଟରର୍ସ ରିପର୍ଟୋରୀ ଥିଏଟରର କଳାକାର ଏଥିରେ ଅଭିନୟ କରିବେ। ତେବେ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ୟୁନିକର୍ଣ୍ଣ ଆକ୍ଟରସ୍‍ ଷ୍‍ଯୁଡ଼ିଓ ପକ୍ଷରୁ ଧର୍ମବୀର ଭାର୍ତ୍ତୀଙ୍କ ରଚିତ ତଥା ହାପି ରଣଜିତଙ୍କ ନିର୍ଦ୍ଦେଶିତ ‘ ସୁରଜ କା ସାତୱାଁ ଘୋଡ଼ା’ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍‍ ଯୋଗାଇବ।