ସମସ୍ତ ପ୍ରକାର ଶୁଭକାର୍ଯ୍ଯ ନବରାତ୍ରିରେ କାହିଁକି ଆରମ୍ଭ କରାଯାଏ, ଜାଣନ୍ତୁ…

ନୁଆଦିଲ୍ଲୀ ୨୨/୯: ସମସ୍ତ ପ୍ରକାର ଶୁଭକାର୍ଯ୍ଯ ଆରମ୍ଭ ପାଇଁ ନବରାତ୍ରିକୁ ଶୁଭ ସମୟ ବୋଲି କୁହାଯାଏ । ମାନ୍ୟତା ଅନୁସାରେ ଏହି ସମୟରେ କରାଯାଇଥିବା ସମସ୍ତ ପ୍ରକାର କାର୍ଯ୍ଯ ଶୁଭ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ନବରାତ୍ରି ଦିନ କାହିଁକି ସମସ୍ତ ପ୍ରକାର ଶୁଭ କାର୍ଯ୍ଯ କରାଯାଏ ।

ଏହି ଦିନ ବ୍ରାହ୍ମଣ ସରସ୍ୱତୀ-ପୂଜାନ ତଥା କ୍ଷତ୍ରିୟ ଶସ୍ତ୍ର-ପୂଜନ ଆରମ୍ଭ କରିଥାନ୍ତି । ମାନ୍ୟତା ରହିଛି ଯେ ଏହି ସମୟରେ କରାଯାଇଥିବା ସମସ୍ତ କାର୍ଯ୍ଯ ସିଦ୍ଧ ହୋଇଥାଏ । ନବରାତ୍ରି ସମୟ ଆତ୍ମନୀରୀକ୍ଷଣ ଓ ଶୁଦ୍ଧି ଏବଂ ପାରମ୍ପରିକ ରୂପେ ନୂଆ କାର୍ଯ୍ଯ ଆରମ୍ଭ କରିବା ପାଇଁ ଶୁଭ ଓ ଧାର୍ମିକ ସମୟ ।

ଏହି ସମୟ ବିଜୟକାଳରେ ରହିଥାଏ ଏବଂ ମାନ୍ୟତା ରହିଛି ଯେ ଏହି ସମୟ ସମସ୍ତ କାର୍ଯ୍ଯକୁ ସମ୍ପୂର୍ଣ୍ଣ କରିଥାଏ । ମାନ୍ୟତା ଅନୁସାରେ ନବରାତ୍ରି ସମୟ ସବୁଠାରୁ ଅଧିକ ପବିତ୍ର । ଏହି ଦିନ ପ୍ରକୃତିର ଅନେକ ଅବରୋଧ ଶେଷ ହୋଇଯାଏ । ନବରାତ୍ରି ସମୟରେ କରାଯାଇଥିବା ଶୁଭ ସଙ୍କଳ୍ପ ପୂର୍ଣ୍ଣ ହୋଇଥାଏ ।

ଏହି ସମୟ ଶୁଭ କାର୍ଯ୍ଯ ପାଇଁ ଏଥିପାଇଁ ଉତ୍ତମ କାରଣ ଏହି ସମୟରେ ଦଶମହାବିଦ୍ୟାଙ୍କ ପୂଜା ହୋଇଥାଏ । ଏମାନେ ହେଉଛନ୍ତି କାଳୀ, ତାରା, ଛିନ୍ନମସ୍ତା, ଷୋଡଶୀ, ଭୂବନେଶ୍ୱରୀ, ତ୍ରିପୁରଭୈରବୀ, ଧୁମାବତୀ, ବଗଲାମୁଖୀ, ମାତଙ୍ଗୀ  ଓ କମଳା । ଏହିଦିନ ବ୍ୟକ୍ତି ଅନୁଶାସନ, ସ୍ୱଚ୍ଛତା ସ୍ଥାପିତ କରିଥାଏ ଏବଂ ଅନୁଶାସନ ଓ ଉତ୍ତମ ବିଚାରରେ କରାଯାଇଥିବା କାର୍ଯ୍ଯ ସଫଳ ହୋଇଥାଏ ।

   ସମ୍ବନ୍ଧିତ ଖବର


ଯାତ୍ରା ସମୟରେ ବାନ୍ତି ହେଉଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର , ତୁରନ୍ତ ସମସ୍ୟାରୁ ମୁକ୍ତି ପାଇବେ

ମୋବାଇଲ ନମ୍ବର ନଥିଲେ ଆଧାରକାର୍ଡରେ ହୋଇପାରିବନି କିଛି ବି ପରିବର୍ତ୍ତନ, ଏମିତି ସହଜରେ କରନ୍ତୁ ଅପଡେଟ୍

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

କ୍ରିଷ୍ଟାଲ୍ ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଏହାର ସଠିକ୍‌ ବ୍ୟବହାର

ଆଜିଠୁ ଶାରଦୀୟ ନବରାତ୍ରି ଆରମ୍ଭ, ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଘଟ ସ୍ଥାପନା

ମାତ୍ର ୩୦୦ ଟଙ୍କାରେ କାରକୁ ରଖନ୍ତୁ ସୁରକ୍ଷିତ