PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୀରାକୁଦରେ ପର୍ଯ୍ୟଟନର ବିକାଶ ପାଇଁ ୧୩୦ କୋଟି ବ୍ୟୟ ହେବ
  • ||
  • ଗଞ୍ଜାମ ପୁରୁଷୋତ୍ତମପୁର- ପ୍ରେମିକାକୁ ଜୀଅନ୍ତା ଜାଳିଦେବା ଘଟଣାରେ ଅଭିଯୁକ୍ତ ଯୁବକ ଗିରଫ
  • ||
  • ଭୁବନେଶ୍ଵର : ଅଗଷ୍ଟ ପ୍ରଥମ ସପ୍ତାହରୁ +୨ ନାମଲେଖା ପ୍ରକ୍ରିୟା, ଜୁଲାଇ ଶେଷ ସୁଦ୍ଧା ବିସ୍ତୃତ ତଥ୍ୟ ଅପଡେଟ୍‌ ପାଇଁ ଜୁନିୟର୍‌ କଲେଜଗୁଡ଼ିକୁ ନିର୍ଦ୍ଦେଶ
  • ||
  • ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ଟି ଗେଟ୍, ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ଘରେ ଟିକା ଦେବା ମାମଲା : ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ କୌଣସି ପରିଚୟ ପତ୍ର ନଥିବା ଲୋକଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦେଶ
  • ||
  • ବଲାଙ୍ଗିର : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୟୁଜିସି ମାନ୍ୟତା ନମିଳିବା ପ୍ରସଙ୍ଗ, ଭିସିଙ୍କୁ ଭେଟି ଆଲୋଚନା କଲା ଛାତ୍ର କଂଗ୍ରେସ
  • ||
  • ରାଜ୍ୟରେ ଅଗଷ୍ଟରୁ ଅକ୍ଟୋବର ଭିତରେ ଆସିବ ତୃତୀୟ ଲହରୀ : ବିଜୟ ମହାପାତ୍ର
  • ||
  • ନୀଳଗିରି : ନୀଳଗିରି ନିକଟ ଆମ୍ବଡିହା ଛକରେ ଦୁର୍ଘଟଣା, ମେଡ଼ିକାଲକୁ ବିଲେଇ କାମୁଡ଼ା ଇଞ୍ଜେକ୍ସନ୍ ନେବାକୁ ଆସୁଥିବା ବେଳେ ବାଇକ୍ ଦୁର୍ଘଟଣାରେ ମହିଳା ମୃତ, ମୃତ ମହିଳା ହେଲେ ଖନ୍ତାପଡା ଥାନା ବରୁଣସିଂ ଗ୍ରାମର ଭିକା ଦାସଙ୍କ ସ୍ତ୍ରୀ ତୁଳସୀ
  • ||
  • କଟକ : ଚୌଦ୍ଵାର କଲେଜ ପଛପଟ ସାହିରେ ଲୁଟ୍, ଘରେ କେହି ନଥିବାର ସୁଯୋଗ ନେଇ ଲୁଟି ନେଲେ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା
  • ||
  • ରାଇରଙ୍ଗପୁର : ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ନୁରୁବାଦଡା ଗ୍ରାମରେ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ମୃତ
  • ||
  • ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାର ଚାଲିଛି ଅଡିଟ୍, ଶେଷ ହେବାକୁ ଆଉ ୧୦ ରୁ ୧୫ ଦିନ ସମୟ ଲାଗିବ : ଡିଏମଇଟି
  • ||
  • କେସିଙ୍ଗା : କେସିଙ୍ଗା ପରିଦର୍ଶନ ସହ ବିଭିନ୍ନ ପ୍ରକଳ୍ପ କାମର ସମୀକ୍ଷା କଲେ ପିଡି ଡିଆରଡିଏ
  • ||
  • ନୂଆଦିଲ୍ଲୀ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
  • ||
  • ଭୁବନେଶ୍ଵର : ଦିଲ୍ଲୀରୁ ଚୋରି ଭୁବନେଶ୍ଵରରେ ଗିରଫ, କୋଟିଏ ଟଙ୍କାର ଅଳଙ୍କାର ଚୋରି କରି ଚମ୍ପଟ ମାରିଥିଲା ଚୂନଲଗା ଚାକରାଣୀ, ସାଲିହାସାହିରୁ ଧରିଲା ପୋଲିସ
  • ||
  • ଜଗତସିଂହପୁର : ରାତି ଅଧରେ ଧାରଣାରତ ମହିଳାଙ୍କ ଉପରେ ଆକ୍ରମଣ, ମାଡ଼ ମାରି ଗାଳିଗୁଲଜ କଲେ ୫ରୁ ଉର୍ଦ୍ଧ୍ଵ ଦୁର୍ବୃତ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୭୦୩କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୭୦୩ ଜଣ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ, ଜୀବନ ସହ ଖେଳୁଛି ବିଏମ୍‌ସି, ମାଡ଼ିଚାଲିଛି ଏଡିସ୍‌ ମଶା ବଂଶ
  • ||

୨୫ରେ ନବୀନ ବନାମ ରାହୁଲ ସୋ

ହାତ, ପୁରୀରେ ଶଙ୍ଖ । ଏଠି ରାହୁଲ, ସେଠି ନବୀନ । ୨୫ରେ କଂଗ୍ରେସ କର୍ମୀଙ୍କ ବିଶାଳ ସମାବେଶରେ ରାହୁଲ ଗାନ୍ଧି ବିଜେଡି ସରକାର ଉପରେ କରିବେ ଆକ୍ରମଣ । ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ପୁରୀରେ ଠିକ୍‌ ସେଇଦିନ ଚାଷୀଙ୍କ ଗହଣରେ ରହିବେ । ‘କାଳିଆ’ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରିବେ ।
ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୨୫ରେ ଓଡ଼ିଶା ଗସ୍ତରେ ଆସିବେ । ରାହୁଲ ଦିନିକିଆ ଗସ୍ତରେ ଆସି ତମାଣ୍ଡୋ ଖେଳ ପଡ଼ିଆରେ ବିଶାଳ ସମାବେଶକୁ ସମ୍ବୋଧିତ କରିବେ । ଏଥିପାଇଁ କଂଗ୍ରେସ କ୍ୟାମ୍ପରେ ନାହିଁ ନଥିବା ଉତ୍ସାହ । ଅବଶ୍ୟ ରାହୁଲଙ୍କ ଗସ୍ତ ପୂର୍ବରୁ ବିଧାୟକ ନବ ଦାସ ଓ ଯୋଗେଶ ସିଂହ ବିଜେଡିମୁହାଁ ହେବା ଦଳକୁ ଝଟକା ଦେଇଛି । ମାତ୍ର ଏହା ସତ୍ତେ୍ୱ ଦଳ ବେଶ ଆତ୍ମବିଶ୍ୱାସର ସହ ରାହୁଲଙ୍କ ସଭାକୁ ପୂର୍ଣ୍ଣ ସଫଳ କରିବାକୁ ସବୁପ୍ରକାର ଉଦ୍ୟମ ଜାରି ରଖିଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରୁ ଲୋକଙ୍କୁ ଆଣିବାକୁ ଦଳ ପକ୍ଷରୁ କସରତ ଆରମ୍ଭ ହୋଇଛି । ତମାଣ୍ଡୋ ପଡ଼ିଆ ଯେପରି ଲୋକରେ ଉବୁଟୁବୁ ହେବ ସେଥିପାଇଁ ଟିମ୍‌ ନିରଞ୍ଜନ ଦିନରାତି ଏକ କରିଛନ୍ତି । ରାହୁଲ ଓଡ଼ିଶା ଗସ୍ତରେ ଆସି ନବୀନ ଓ ମୋଦି କାହା ଉପରେ ଅଧିକ ବର୍ଷିବେ ତାହା ଉପରେ ଆଖି । ବିଜେଡି ମୁଖିଆ ଉଭୟ ବିଜେପି ଓ କଂଗ୍ରେସଠାରୁ ସମ ଦୂରତାରେ ଅଛନ୍ତି ବୋଲି ବାରମ୍ବାର ଦୋହରାଉଛନ୍ତି । କଂଗ୍ରେସ ପାଇଁ ବିଜେପି ବଡ଼ ଶତ୍ରୁ ଭାବେ ଉଭା ହୋଇଥିଲା ବେଳେ ବିଜେଡି ମଧ୍ୟ ବନ୍ଧୁ ନୁହେଁ । ତେଣୁ ନିଜ ଭାଷଣରେ ରାହୁଲ ମୋଦିଙ୍କ ସହ ନବୀନଙ୍କ ଉପରେ ଆକ୍ରମଣ କରିବା ଅନୁମାନ କରାଯାଉଛି । ନିରଞ୍ଜନ ପିସିସି ସଭାପତି ହେବା ପରେ ଓ ଆସନ୍ତା ଭୋଟ ପୂର୍ବରୁ ରାହୁଲଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ । ଏ ଗସ୍ତର ସଫଳତା ଉପରେ କଂଗ୍ରେସର ଆଗାମୀ ଭୋଟ ରାଜନୀତି ଅନେକାଂଶରେ ନିର୍ଭର କରୁଥିବାରୁ ଏହାକୁ ସଫଳ କରିବାକୁ ଦଳର ସବୁ ଛାମୁଆ ସଂଗଠନ କାନ୍ଧରେ କାନ୍ଧ ମିଳାଇଛନ୍ତି ।
ରାହୁଲ ଗାନ୍ଧିଙ୍କ ସମାବେଶରୁ ନଜର ହଟାଇବାକୁ ପୁରୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଶାଳ ଚାଷୀ ସମାବେଶର ଆୟୋଜନ କରାଯାଇଛି । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ‘ଚାଷ ଓ ଚାଷୀ’ ପ୍ରମୁଖ ପ୍ରସଙ୍ଗ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଚାଷୀ ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି । ପୁରୀ ତାଳବଣିଆରେ ପ୍ରାୟ ୧ ଲକ୍ଷ ଚାଷୀଙ୍କୁ ଏକାଠି କରିବାକୁ ସରକାରଙ୍କ ପକ୍ଷରୁ ତିଆରି ହୋଇଛି ବ୍ଲୁପ୍ରିଣ୍ଟ୍‌ । ବିଭିନ୍ନ ଜିଲ୍ଲାରୁ ଏଠାରେ ଚାଷୀଙ୍କୁ ଠୁଳ କରି ମୁଖ୍ୟମନ୍ତ୍ରୀ ‘କାଳିଆ’ ସହାୟତା ବଣ୍ଟନର ଶୁଭାରମ୍ଭ କରିବା ସହ ନୂଆ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରାହୁଲଙ୍କ ସଭା ତୁଳନାରେ ଅଧିକ ଲୋକଙ୍କୁ ଏକାଠି କରିବାକୁ ଉଦ୍ୟମ ଜୋର୍‌ ଧରିଛି । ଉଦ୍ଦେଶ୍ୟମୂଳକ ଭାବେ ବିଜେଡି ସରକାର ରାହୁଲଙ୍କ କାର୍ଯ୍ୟକ୍ରମ ଦିନ ଚାଷୀ ସମାବେଶ ଆୟୋଜନ କରିଛି ବୋଲି କଂଗ୍ରେସ ଅଭିଯୋଗ ମଧ୍ୟ ଆଣିଛି । ଚାଷୀଙ୍କ ନାମରେ ଭୋଟ ରାଜନୀତି କରି ଚାଷୀଙ୍କୁ ଭୂଆଁ ବୁଲାଇବାକୁ ସରକାରୀ ପ୍ରାୟୋଜିତ ଦଳୀୟ କାର୍ଯ୍ୟକ୍ରମ କରାଯାଉଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ମାତ୍ର ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି, ଏ ଅଭିଯୋଗ ଭିତ୍ତିହୀନ । ରାଜ୍ୟର ଚାଷୀ ଜାଣିଛନ୍ତି ତାଙ୍କ ପ୍ରତି କାହାର ଦରଦ ଅଛି ।

ସମ୍ବନ୍ଧିତ ଖବର