ନବୀନଙ୍କ ବଡ ପ୍ରତିଶୃତି: କେଜିରୁ କଲେଜ ମାଗଣାରେ ପଢିବେ ଛାତ୍ରୀ, ବିବାହ ପାଇଁ ମିଳିବ ୨୫ ହଜାର

ନୂଆପଡା ୮/୪: ନୂଆପଡା ନିର୍ବାଚନୀ ସଭାରେ ମୁଖ୍ଯମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ମହିଳାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ  ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ ମିଶନ ଶକ୍ତି ସଦସ୍ଯାଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ । ମିଶନ ଶକ୍ତି ସଦସ୍ଯାଙ୍କୁ ଦୁର୍ଘଟଣା ବୀମା ମଧ୍ଯ ମିଳିବ । ଏହା ସହ ହସ୍ପିଟାଲକୁ ୟୁନିଫର୍ମ ଯୋଗାଣ ଦାୟିତ୍ୱ ମଧ୍ଯ ମିଶନ ଶକ୍ତି କରିବ ବୋଲି ନବୀନ ଘୋଷଣା କରିଛନ୍ତି ।

ଛାତ୍ରୀ, ମହିଳା ଓ ମିଶନ ଶକ୍ତି ସଦସ୍ଯାଙ୍କ ପାଇଁ ବଡ ପ୍ରତିଶୃତି ଘୋଷଣା କରିଛନ୍ତି ନବୀନ । ମିଶନ ଶକ୍ତି ସଦସ୍ଯାଙ୍କୁ ଅନେକ କାମ ଯୋଗାଇ ଦେଇଛନ୍ତି ମୁଖ୍ଯମନ୍ତ୍ରୀ । ମିଶନ ଶକ୍ତି ସଦସ୍ଯା ଆଶ୍ରମ ସ୍କୁଲର ପରିଚାଳନା କରିବେ । ଧାନ ସଂଗ୍ରହ, ଆଶ୍ରମ ସ୍କୁଲ୍ ପରିଚାଳନା ମିଶନ ଶକ୍ତି ଗ୍ରୁପକୁ ଦିଆଯିବ । ଏହା ଦ୍ୱାରା ମିଶନ ଶକ୍ତିକୁ ବାର୍ଷିକ ୫ ଶହ କୋଟି ଲାଭ ମିଳିବ । ଏହା ସହିତ ଗରିବ ଝିଅଙ୍କ ବାହାଘର ପାଇଁ ୨୫ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ । ବିଜୁସ୍ୱାସ୍ଥ୍ଯ କଲ୍ୟାଣ ଯୋଜନାରେ ମହିଳାଙ୍କ ସ୍ୱାସ୍ଥ୍ୟ ବୀମା ୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ଯନ୍ତ ବୃଦ୍ଧି କରାଯିବ । ସବୁ ଝିଅ ମାଗଣାରେ ପଢିବେ ବୋଲି ନବୀନ କହିଛନ୍ତି । ଝିଅମାନଙ୍କୁ ମାଗଣାରେ ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷା ମଧ୍ଯ ମିଳିବାର ପ୍ରତିଶୃତି ଦେଇଛନ୍ତି ।

କହିରଖୁଛୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ସୋମବାର ନୂଆପଡ଼ା ଓ କଳାହାଣ୍ଡି ଜିଳ୍ଲା ଗସ୍ତ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଖରିଆରୁ ହାଇଟେକ ପ୍ରଚାର ବସରେ ସିନାପାଳି, ଗୋଲାମୁଣ୍ଡା, ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣାରେ ରୋଡ ସୋ କରିବାର କାର୍ଯ୍ଯକ୍ରମ ରହିଛି ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

ଡବ୍ଲ୍ୟୁଏଚ୍‌ଓର ସତର୍କବାଣୀ: ଦ୍ୱିତୀୟ ଲହରିରେ ଘାଣ୍ଟି ହେଉଛି ୟୁରୋପ, ୨୦୨୧ରୁ ଆରମ୍ଭ ହେବ ତୃତୀୟ ଲହରି

କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ

ବେଳାମାର୍ଗରେ ସିରିଜ୍‌ ଦୁର୍ଘଟଣା, ଭାଙ୍ଗିଲା ୩ କାର୍‌: ଡ୍ରାଇଭର ଫେରାର, ଗାଡି ଭିତରେ ପଡିଛି ମଦ ଠିପି