PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୀରାକୁଦରେ ପର୍ଯ୍ୟଟନର ବିକାଶ ପାଇଁ ୧୩୦ କୋଟି ବ୍ୟୟ ହେବ
  • ||
  • ଗଞ୍ଜାମ ପୁରୁଷୋତ୍ତମପୁର- ପ୍ରେମିକାକୁ ଜୀଅନ୍ତା ଜାଳିଦେବା ଘଟଣାରେ ଅଭିଯୁକ୍ତ ଯୁବକ ଗିରଫ
  • ||
  • ଭୁବନେଶ୍ଵର : ଅଗଷ୍ଟ ପ୍ରଥମ ସପ୍ତାହରୁ +୨ ନାମଲେଖା ପ୍ରକ୍ରିୟା, ଜୁଲାଇ ଶେଷ ସୁଦ୍ଧା ବିସ୍ତୃତ ତଥ୍ୟ ଅପଡେଟ୍‌ ପାଇଁ ଜୁନିୟର୍‌ କଲେଜଗୁଡ଼ିକୁ ନିର୍ଦ୍ଦେଶ
  • ||
  • ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ଟି ଗେଟ୍, ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ଘରେ ଟିକା ଦେବା ମାମଲା : ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ କୌଣସି ପରିଚୟ ପତ୍ର ନଥିବା ଲୋକଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦେଶ
  • ||
  • ବଲାଙ୍ଗିର : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୟୁଜିସି ମାନ୍ୟତା ନମିଳିବା ପ୍ରସଙ୍ଗ, ଭିସିଙ୍କୁ ଭେଟି ଆଲୋଚନା କଲା ଛାତ୍ର କଂଗ୍ରେସ
  • ||
  • ରାଜ୍ୟରେ ଅଗଷ୍ଟରୁ ଅକ୍ଟୋବର ଭିତରେ ଆସିବ ତୃତୀୟ ଲହରୀ : ବିଜୟ ମହାପାତ୍ର
  • ||
  • ନୀଳଗିରି : ନୀଳଗିରି ନିକଟ ଆମ୍ବଡିହା ଛକରେ ଦୁର୍ଘଟଣା, ମେଡ଼ିକାଲକୁ ବିଲେଇ କାମୁଡ଼ା ଇଞ୍ଜେକ୍ସନ୍ ନେବାକୁ ଆସୁଥିବା ବେଳେ ବାଇକ୍ ଦୁର୍ଘଟଣାରେ ମହିଳା ମୃତ, ମୃତ ମହିଳା ହେଲେ ଖନ୍ତାପଡା ଥାନା ବରୁଣସିଂ ଗ୍ରାମର ଭିକା ଦାସଙ୍କ ସ୍ତ୍ରୀ ତୁଳସୀ
  • ||
  • କଟକ : ଚୌଦ୍ଵାର କଲେଜ ପଛପଟ ସାହିରେ ଲୁଟ୍, ଘରେ କେହି ନଥିବାର ସୁଯୋଗ ନେଇ ଲୁଟି ନେଲେ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା
  • ||
  • ରାଇରଙ୍ଗପୁର : ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ନୁରୁବାଦଡା ଗ୍ରାମରେ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ମୃତ
  • ||
  • ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାର ଚାଲିଛି ଅଡିଟ୍, ଶେଷ ହେବାକୁ ଆଉ ୧୦ ରୁ ୧୫ ଦିନ ସମୟ ଲାଗିବ : ଡିଏମଇଟି
  • ||
  • କେସିଙ୍ଗା : କେସିଙ୍ଗା ପରିଦର୍ଶନ ସହ ବିଭିନ୍ନ ପ୍ରକଳ୍ପ କାମର ସମୀକ୍ଷା କଲେ ପିଡି ଡିଆରଡିଏ
  • ||
  • ନୂଆଦିଲ୍ଲୀ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
  • ||
  • ଭୁବନେଶ୍ଵର : ଦିଲ୍ଲୀରୁ ଚୋରି ଭୁବନେଶ୍ଵରରେ ଗିରଫ, କୋଟିଏ ଟଙ୍କାର ଅଳଙ୍କାର ଚୋରି କରି ଚମ୍ପଟ ମାରିଥିଲା ଚୂନଲଗା ଚାକରାଣୀ, ସାଲିହାସାହିରୁ ଧରିଲା ପୋଲିସ
  • ||
  • ଜଗତସିଂହପୁର : ରାତି ଅଧରେ ଧାରଣାରତ ମହିଳାଙ୍କ ଉପରେ ଆକ୍ରମଣ, ମାଡ଼ ମାରି ଗାଳିଗୁଲଜ କଲେ ୫ରୁ ଉର୍ଦ୍ଧ୍ଵ ଦୁର୍ବୃତ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୭୦୩କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୭୦୩ ଜଣ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ, ଜୀବନ ସହ ଖେଳୁଛି ବିଏମ୍‌ସି, ମାଡ଼ିଚାଲିଛି ଏଡିସ୍‌ ମଶା ବଂଶ
  • ||

ନବୀନ ଖେଳିଲେ ମାଷ୍ଟରଷ୍ଟ୍ରୋକ୍‌: ଲୋକସଭାରେ ବିଜେଡି ଦେବ ୩୩% ମହିଳା ପ୍ରାର୍ଥୀ

କେନ୍ଦ୍ରାପଡ଼ା/ଭୁବନେଶ୍ୱର,୧୦ ।୩(ଆପ୍ର./ବ୍ୟୁରୋ): ଆସନ୍ତା ନିର୍ବାଚନରେ ରାଜ୍ୟର ୨୧ ଲୋକସଭା ଆସନରୁ ୩୩% ଆସନରେ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିବ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡ଼ାରେ ଏକ ବିଶାଳ ମହିଳା ସମାବେଶରେ ଏମିତି ଘୋଷଣା କରିଛନ୍ତି । ନବୀନଙ୍କ ଏଭଳି ଏକତରଫା ଘୋଷଣା ସମଗ୍ର ଦେଶର ରାଜନୈତିକ ମହଲରେ ହଲଚଲ ସୃଷ୍ଟି କରିଛି । ନବୀନ ହିଁ ପ୍ରଥମ ବ୍ୟକ୍ତି ଯିଏ ମହିଳାମାନଙ୍କ ଲାଗି ୩୩% ଆସନ ସଂରକ୍ଷଣ କରିବାକୁ ପ୍ରଥମ ଦାବି ଉଠାଇଥିଲେ । ଏନେଇ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ କରିଥିଲେ । ଖାଲି ସେତିକି ନୁହେଁ ସାରା ଦେଶରେ ଏନେଇ ଜନମତ ସୃଷ୍ଟି କରିବାକୁ ବିଭିନ୍ନ ରାଜନୈତିକ ଦଳ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟି ଏଥିପାଇଁ ଲବି କରିଥିଲେ । ନବୀନଙ୍କ ଏହି ମାଷ୍ଟରଷ୍ଟ୍ରୋକ୍‌ ଏବେ ଅନ୍ୟ ରାଜନୈତିକ ଦଳଗୁଡ଼ିକର ମୁଣ୍ଡବ୍ୟଥା ବଢ଼ାଇଦେଇଛି ।
କେନ୍ଦ୍ରପଡ଼ାଠାରେ ଆୟୋଜିତ ବିଶାଳ ମହିଳା ସମାବେଶରେ ଏସଂପର୍କରେ ଘୋଷଣା କରି ନବୀନ କହିଥିଲେ, କେନ୍ଦ୍ରାପଡ଼ା ହେଉଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ କର୍ମଭୂମି । ୯୦ ଦଶକରେ ମହିଳାମାନଙ୍କ ପାଇଁ ୩୩% ଆସନ ସଂରକ୍ଷଣ କରି ବିଜୁ ବାବୁ ଦେଶକୁ ବାଟ ଦେଖାଇଥିଲେ । ଉଭୟ ପଞ୍ଚାୟତିରାଜ ଓ ସରକାରୀ ଚାକିରିରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ଲାଗୁ କରିଥିଲେ । ପରେ ୨୦୧୨ରେ ଆମ ସରକାର ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାମାନଙ୍କ ପାଇଁ ୫୦% ସ୍ଥାନ ସଂରକ୍ଷଣ କରିଛି । ତେଣୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ କର୍ମଭୂମି କେନ୍ଦ୍ରାପଡ଼ାରୁ ହିଁ ମୁଁ ଏହି ଘୋଷଣା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ କହିଥିଲେ, ଓଡ଼ିଶାର ମହିଳା ଦେଶରେ ମହିଳା ସଶକ୍ତିକରଣର ରାସ୍ତା ବତାଇବେ । ଯଦି ଭାରତକୁ ଚୀନ୍‌ କିମ୍ବା ଆମେରିକା ପରି ଆଗୁଆ ଦେଶ ହେବାର ଅଛି, ତେବେ ମହିଳା ସଶକ୍ତିକରଣ ଏହାର ଏକମାତ୍ର ଉତ୍ତର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଜାତୀୟ ରାଜନୈତିକ ଦଳଗୁଡ଼ିକ ଆହ୍ୱାନ ଦେଇ ନବୀନ କହିଥିଲେ, ଯଦି ସେମାନେ ସତରେ ମହିଳା ସଶକ୍ତିକରଣ ଚାହୁଁଛନ୍ତି, ତେବେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରନ୍ତୁ ଏବଂ ଏଥିପାଇଁ ଆଗେଇ ଆସନ୍ତୁ । ସେ କହିଥିଲେ, ପ୍ରଭୂ ଶ୍ରୀ ବଳଦେବଜୀଙ୍କଉ ପବିତ୍ର ପୀଠ କେନ୍ଦ୍ରାପଡ଼ା ଦେଶର ମହିଳା ସଶକ୍ତିକରଣ ଯାତ୍ରାରେ ଆଜି ନିଶ୍ଚୟ ଏକ ଇତିହାସ ସୃଷ୍ଟି କରିବ ।
ସମାବେଶରେ ରାଜ୍ୟ ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ସରକାରଙ୍କ ମିଶନ ଶକ୍ତିର ଆଭିମୁଖ୍ୟ, ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ବାବଦରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ମହିଳା ଭୋଟବ୍ୟାଙ୍କ ଭିଡ଼ିବାକୁ ନବୀନଙ୍କ ଏ ଗେମପ୍ଲାନକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ୨୧ ଲୋକସଭା ଆସନରୁ କେଉଁ ସିଟରେ ନବୀନ ମହିଳା ପ୍ରାର୍ଥୀ ଛିଡ଼ା କରାଇବେ ତାହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ରାଜ୍ୟ ରାଜନୀତି ସହ ବିଜେଡି ଶିବିରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏ ଘୋଷଣା କମ୍ପନ ଆଣିଛି । ମହିଳା ନେତ୍ରୀମାନେ ଟିକଟ ପାଇବାର ଆଶା ବଢ଼ିଛି । ସଂସଦ ଓ ବିଧାନସଭାରେ ୩୩% ଆସନ ସଂରକ୍ଷଣ ପାଇଁ ନବୀନ ଅଭିଯାନ ଆରମ୍ଭ କରିଥିବାରୁ ବିଧାନସଭା ଟିକଟ କ୍ଷେତ୍ରରେ ମଧ୍ୟ ୩୩% ସଂରକ୍ଷଣ ଫର୍ମୁଲା ଆଦରି ପାରନ୍ତି ବୋଲି ଦଳ ଭିତରେ ଆରମ୍ଭ ହୋଇଛି ଟୁପୁରୁ ଟାପୁରୁ । ରାଜ୍ୟ ରାଜନୀତିରେ ମହିଳା ଭୋଟ୍‌ ବ୍ୟାଙ୍କକୁ ବେଶ୍‌ ସୁଦୃଢ଼ କରିବା ସହ ଜାତୀୟ ରାଜନୀତିରେ ବିଜେଡିର ଦବଦବା ବଢ଼ାଇବାକୁ ପୂରା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ନବୀନ । ଭୋଟ୍‌ ଯେତିକି ପାଖେଇ ପାଖେଇ ଆସୁଛି, ସମଗ୍ର ଦେଶର ରାଜନୈତିକ ବାତାବରଣ ସେତିକି ତତଲା ଧରୁଛି । ସଂସଦରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ଦୀର୍ଘ ବର୍ଷ ହେବ ଆଲୋଚନା ଚର୍ଚ୍ଚା ଲାଗି ରହିଛି । ମାତ୍ର ସଂସଦ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚି ପାରିନି । ଅଚାନକ ମୁଖ୍ୟମନ୍ତ୍ରୀ ମହିଳାଙ୍କ ହାଣ୍ଡିଶାଳ ଭୋଟକୁ ଟାର୍ଗେଟ୍‌ କରି ସଂସଦ ଓ ବିଧାନସଭାରେ ୩୩% ଆସନ ସଂରକ୍ଷଣ ପାଇଁ ସଂକଳ୍ପ ପ୍ରସ୍ତାବ ପାରିତ କରାଇଛନ୍ତି । ଏତିକିରେ ଚୁପ୍‌ ନରହି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ପ୍ରସଙ୍ଗରେ ଚିଠି ଲେଖିଥିଲେ । ସେ ଦର୍ଶାଇଥିଲେ, ସଂସଦ ଓ ସମସ୍ତ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ କରିବା ଦିଗରେ ଆପଣ ଉଦ୍ୟମ କରନ୍ତୁ । ପ୍ରଧାନମନ୍ତ୍ରୀ ଏଥିପାଇଁ ନେତୃତ୍ୱ ନେଲେ ଓଡ଼ିଶା ସରକାର ପୂର୍ଣ୍ଣ ସମର୍ଥନ ଜଣାଇବେ । ଆମ ଦେଶର ମହିଳାମାନେ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ । ଏବେ ଏ ପ୍ରସଙ୍ଗ ନିଆଁରେ ଘିଅ ଢ଼ାଳି ନବୀନ ୩୩% ଲୋକସଭା ସିଟରେ ମହିଳା ଲଢ଼ିବେ ବୋଲି ଘୋଷଣା କରି ବିଜେଡି କେବଳ କଥା ନୁହେଁ କାମରେ କରି ଦେଖାଏ ବୋଲି ପ୍ରମାଣ ଦେବାକୁ ଚାହିଁଛନ୍ତି ।