PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖପ୍ରାଖୋଲ:ଗମ୍ଭାରି ଛକ ନିକଟରେ ଏକ କାରରୁ ୬ ପେଟି କଫସିରଫ ଜବତ, ୨ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ
  • ||
  • କୋଭିଡ଼ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ମଂଜୁର କଲେ ମୁଖ୍ୟମନ୍ତ୍ରୀ, ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି ଟଙ୍କା ଓ ସମ୍ବଲପୁର ଜିଲ୍ଲା ପାଇଁ ୪ କୋଟି ୬୨ ଲକ୍ଷ ମଂଜୁର କଲେ ନବୀନ
  • ||
  • ଭୁବନେଶ୍ୱର: ସାଢ଼େ ୪ଟାରେ ଘୋଷଣା କରିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଡିଜିପି
  • ||
  • ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ ବାୟୁ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା
  • ||
  • ଲାଞ୍ଜିଗଡ଼ରେ ଅଞ୍ଚଳରେ ହାତୀ ଉପଦ୍ରବ, ଆମ୍ବ ଗଛ ଭାଙ୍ଗିଲେ, ନର୍ସରିକୁ ନଷ୍ଟ କଲେ
  • ||
  • କଳାହାଣ୍ଡି: ବିଲ ମଝିରୁ ନାବାଳକର ମୃତଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ପଶ୍ଚିମ ବଙ୍ଗ ଯାଉଥିବା ଟ୍ରେନ୍ ପାସେଞ୍ଜରମାନଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • ରାଉରକେଲା: ୩୦ଟି ଗୋଦାମ ଉପରେ ପୋଲିସ ଓ ଯୋଗାଣ ବିଭାଗର ମିଳିତ ଚଡାଉ, ଖସିଲା ଆଳୁ ଓ ପିଆଜ ଦର
  • ||
  • ସୁନ୍ଦରଗଡ: ତଲସରା ଥାନା ଅନ୍ତର୍ଗତ ବଘିଆବେରନା ଗ୍ରାମ ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର
  • ||
  • କରୋନାରେ ଆଖିବୁଜିଲେ ବିଶିଷ୍ଟ ନାଟ୍ୟ ପ୍ରତିଭା ନାଟ୍ୟଶ୍ରୀ ଡ. ପଞ୍ଚାନନ ମିଶ୍ର
  • ||
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ବିଜୁ ଯୁବ ବାହିନୀ ସମାବେଶରେ ନବୀନଙ୍କ ପରାମର୍ଶ: ସେବା ମନୋଭାବ ନେଇ କାମ କର

ଖୋର୍ଦ୍ଧା,୨୭ା୨(ଆପ୍ର): ନିଃସ୍ୱାର୍ଥପର ଭାବେ ସେବା କରି ଚାଲ । ବିଜୁବାବୁ ଯୁବ ସମାଜ ପାଖରୁ ଏଭଳି ଆଶା ରଖିଥିଲେ । ମାନବ ସେବା ହିଁ ମାଧବ ସେବା । ଯୁବକମାନଙ୍କର ସେବା ମନୋବୃତ୍ତି ହିଁ ରାଜ୍ୟର ସର୍ବାଙ୍ଗୀନ ବିକାଶ କରିବ । ଏଥିପାଇଁ ଯୁବ ସମାଜ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନରେ ଖୋର୍ଦ୍ଧା ସ୍ଥିତ ଗୋଶାଳାପଡ଼ିଆଠାରେ ଆୟୋଜିତ ବିଜୁ ଯୁବ ବାହିନୀ ଆଞ୍ଚଳିକ ସମାବେଶରେ କହିଛନ୍ତି । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାବାସୀଙ୍କୁ ପ୍ରାୟ ୬୭୧ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏଠାରେ ୨୦୫ କୋଟି ଟଙ୍କାର ୮୪ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିବା ବେଳେ ୪୬୬ କୋଟି ୧୮ ଲକ୍ଷ ଟଙ୍କା ମୂଲ୍ୟରେ ହେବାକୁ ଥିବା ୬୧ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ମୁଖ୍ୟମନ୍ତ୍ରୀ ସେଚ୍ଛାକୃତ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଜୁ ଯୁବ ବାହନୀ ସଦସ୍ୟଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଜୟଦେବ ନିର୍ବାଚନ ମଣ୍ଡଳୀର ୧୨ ଗୋଟି ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ । ତନ୍ମଧ୍ୟରେ ବାଲିଅନ୍ତା ବ୍ଳକ୍‌ର ଦୁଇଟି ରାସ୍ତା ଥିବା ବେଳେ ତୃତୀୟ ପ୍ରକଳ୍ପ ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍‌ର କେନ୍ଦୁଲୀ ଓ ବୁଦ୍ଧନାଥ ପର୍ଯ୍ୟଟନ ସ୍ଥଳୀର ଉନ୍ନୟନ ନିମନ୍ତେ ଉଦ୍ଦିଷ୍ଟ ଥିବା ଜଣାଯାଇଛି । ଉକ୍ତ ନିର୍ବାଚନ ମଣ୍ଡଳୀର ବାଲିପାଟଣା ବ୍ଳକ୍‌ କୁଶଭଦ୍ରା ନଦୀ ଉପରେ ବ୍ରିଜ୍‌, ମଧୁବନ-ବରଡ଼ି ରାସ୍ତା ଏବଂ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପ୍ରକଳ୍ପକୁ ମିଶାଇ ୯ ଗୋଟି ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ । ଭୁବନେଶ୍ୱର କେନ୍ଦ୍ର, ଜଟଣୀ, ଉତ୍ତର, ଜୟଦେବ ପ୍ରମୁଖ ନିର୍ବାଚନ ମଣ୍ଡଳୀରେ ଓପିଟିସିଏଲ ଆଠ ଗୋଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ।
କାର୍ଯ୍ୟକ୍ରମରେ ଯୁବ ବାହିନୀ ରାଜ୍ୟ ସଭାପତି ଅରୂପ ପଟ୍ଟନାୟକଙ୍କ ସମେତ ଶ୍ରେଷ୍ଠ ଯୁବବାହିନୀ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଯୁବକମାନେ ଏକାଠି ହୋଇଥିଲେ । ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ୧୭ ଜଣ ପୂର୍ବତନ କର୍ପୋରେଟର ଓ ପ୍ରାୟ ୭ ହଜାର ଯୁବବାହିନୀ ସଦସ୍ୟ ଯୋଗଦେଇଥିଲେ ।