ନବରଙ୍ଗପୁରରେ ନବୀନ, କେନ୍ଦ୍ର ଉପରେ ବର୍ଷିଲେ

ନବରଙ୍ଗପୁର ୬/୪: ରାଇଘର ଓ ଝରିଗାଁ ନିର୍ବାଚନ ମଣ୍ଡଳୀରେ ଶନିବାର ଲୋକସଭା ପ୍ରାର୍ଥୀ ରମେଶ ମାଝୀଙ୍କ ସଭାପତିତ୍ୱରେ ଝରିଗାଁ ମିନି ଷ୍ଟାଡିଅମଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟଅତିଥି ଭାବେ ବିଜେଡ଼ି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ।

କେନ୍ଦ୍ର ସରକାର ଓଡ଼ିଶାକୁ ବହୁତ ଯୋଜନା ବନ୍ଦ କରିବା ସହ ଏସସି, ଏସଟିଙ୍କ ଛାତ୍ରବୃତ୍ତି ବନ୍ଦ କରିଛନ୍ତି ବୋଲି କହିଛନ୍ତି ନବୀନ । ଏହାସହ ସେ ମହାନଦୀ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ । ୪୦ ଲକ୍ଷ ଚାଷୀ କାଳିଆ ଯୋଜନାରେ ସାମିଲ ହୋଇଥିବାବେଳେ ୨୫ ଲକ୍ଷ ଚାଷୀଙ୍କୁ ଶାସନରେ ଆସିଲେ ଏକାଥରେ ଦୁଇ କିସ୍ତିରେ ଦଶ ହଜାର ଟଙ୍କା ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ସେ ଏହାମଧ୍ଯ କହିଛନ୍ତି ଯେ ତୁଙ୍ଗନେତା ମାନେ ୫ବର୍ଷ ଭିତରେ କେବେ ଆସୁନାହାନ୍ତି । କେବଳ ନିର୍ବାଚନ ଆସିଲେ ଓଡ଼ିଶାକୁ ଆସୁଛନ୍ତି । କିନ୍ତୁ ମୁଁ ଶେଷ ନିଶ୍ୱାସ ଥିବାଯାଏ ଓଡ଼ିଶାବାସୀଙ୍କ ସାଥିରେ ରହିବ ଏବଂ ସେବା କରିବି ବୋଲି କହିଛନ୍ତି ନବୀନ ।

   ସମ୍ବନ୍ଧିତ ଖବର


ବିଦେଶରୁ ଦାନ ସଂଗ୍ରହ କରିବ ଶ୍ରୀମନ୍ଦିର

ଭୀଷଣ ରୂପ ନେଉଛି ବାତ୍ୟା ‘ନିବାର’: ଆଜି ରାତିରେ କରିବ ଲ୍ୟାଣ୍ଡଫଲ, ଆଗକୁ ଆସୁଛି ଘନଘନ ଲଘୁଚାପ

‘ଲଭ୍‌ ଜିହାଦ’ ରୋକିବାକୁ ଯୋଗୀ ସରକାରଙ୍କ କଡ଼ା ପଦକ୍ଷେପ: ଆଣିଲେ ନୂଆ ଅଧ୍ୟାଦେଶ, ଅଭିଯୁକ୍ତଙ୍କୁ ମିଳିବ ୩ରୁ ୧୦ ବର୍ଷ ଜେଲ୍

ଫିକା ପଡ଼ିବ କାର୍ତ୍ତିକ ପୂର୍ଣ୍ଣିମା: ଡଙ୍ଗା ଭସା ମନା, ବାଲିଯାତ୍ରା ବି ହେବନି

ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…