PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ଶେଷ ନିଃଶ୍ୱାସ ଯାଏ ସେବା କରିବି

ନବରଙ୍ଗପୁର/ଝରିଗାଁ/ରାଇଘର/ପାପଡାହାଣ୍ଡି,୬ା୪ (ଆପ୍ର): ପୁଣି ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗରୁ ବିପତ୍ତି ବେଳେ କୁଆଡ଼େ ଥିଲ? ଏବେ କ’ଣ ଭୋଟ ମାଗିବାକୁ ଆସୁଛ? ଏମିତି ପ୍ରଶ୍ନର ବୁଢ଼ିଆଣୀ ଜାଲରେ ବିଜେପି କେନ୍ଦ୍ରୀୟ ନେତାଙ୍କୁ ଛନ୍ଦିବା ସହ କେନ୍ଦ୍ରର ବିଜେପି ସରକାର ଓଡ଼ିଶାବାସୀଙ୍କ ସହ ପ୍ରତାରଣା କରିଛି ବୋଲି ସିଧା ସଳଖ ଅଭିଯୋଗ କରିଛନ୍ତି ।

କେବଳ ସେତିକି ନୁହେଁ, ଦମ୍ଭର ସହ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସାଢ଼େ ୪ କୋଟି ଓଡ଼ିଆ ମୋ ପରିବାର । ମୋତେ ଆଶୀର୍ବାଦ କରନ୍ତୁ । ଶେଷ ନିଃଶ୍ୱାସ ଯାଏ ମୁଁ ଆପଣମାନଙ୍କର ସେବା କରି ଚାଲିବି । ଏମିତି ଆବେଗର ସହ କହି ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟଭିକ୍ଷା କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରେ ଭୋଟ ପ୍ରଚାରକୁ ଜୋରଦାର କରି ମୁଖ୍ୟମନ୍ତ୍ରୀ କେନ୍ଦ୍ରର ଅବହେଳାକୁ ଲୋକଙ୍କ ଆଗରେ ରଖିଛନ୍ତି । ଝରିଗାଁ, ମୈଦଲପୁର ଓ ନବରଙ୍ଗପୁରଠାରେ ଆୟୋଜିତ ଦଳୀୟ ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ବିଜେପିକୁ କଡ଼ା ସମାଲୋଚନା କରିଥିଲେ । ନବୀନ କହିଲେ, କେନ୍ଦ୍ରର ବଡ଼ ବଡ଼ ନେତାମାନେ ୫ ବର୍ଷରେ ଥରେ ବି ଆସିଲେନି । ଏବେ କେବଳ ଭୋଟ୍‌ ମାଗିବାକୁ ଆସୁଛନ୍ତି । ଭୋଟ ସରିବା ପରେ ବି ଆସିବନି । କେନ୍ଦ୍ରର ବିଜେପି ସରକାର ଓଡ଼ିଶାବାସୀଙ୍କୁ ପ୍ରତାରଣା କରିଛି ।

ହେଲେ ତାଙ୍କ ସରକାର ସବୁବେଳେ ଲୋକଙ୍କ ସହିତ ରହିଛି । ଆମ ସରକାର ଆସିଲେ ପ୍ରଥମ ଦିନ ୨୫ ଲକ୍ଷ ଚାଷୀଙ୍କୁ ବାକି ଥିବା ୨ କିସ୍ତିର କାଳିଆ ସହାୟତା ୧୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ନବୀନ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଓଡିଶା ପ୍ରତି କେନ୍ଦ୍ରର ଅବହେଳାକୁ ପ୍ରସଙ୍ଗ କରି ଜବାବ୍‌ ମାଗିଥିଲେ । କେବିକେ ଯୋଜନା ଏବଂ ଏସ୍‌ସି-ଏସିଟି ପିଲାଙ୍କ ଷ୍ଟାଇପେଣ୍ଡ୍‌ ବନ୍ଦ କରାଗଲା କାହିଁକି? କୁଆଡେ ଗଲା ନବରଙ୍ଗପୁର ରେଳ ଲାଇନ୍‌ ? । କାହିଁକି ପୂରଣ ହେଲାନି ୧୦ କୋଟି ନିଯୁକ୍ତି ପ୍ରତିଶ୍ରୁତି ? କୁଆଡେ ଗଲା ହର୍‌ କ୍ଷେତ୍‌ କୋ ପାନି? ମହାନଦୀ ପାଣି କାହିଁକି ଅଟକାଇଲ? ଚାଷୀ ବୀମାରେ ଚାଷୀ କାହିଁକି ହଇରାଣ ହେଉଛି? ଚାଷୀଙ୍କ ପାଇଁ ଦୁଇଗୁଣ ଏମ୍‌ଏସ୍‌ପି କହିଥିଲ, ଗଲା କୁଆଡେ ? ବାତ୍ୟା, ବନ୍ୟା ବେଳେ କୁଆଡ଼େ ଗଲ? ଓଡ଼ିଶା ଖର୍ଚ୍ଚ କଲା ୨୦ ହଜାର କୋଟି, କେନ୍ଦ୍ର ଦେଲା ମାତ୍ର ୨୫୦ କୋଟି ଟଙ୍କା । ଆପଣମାନେ ଏହାର ବିଚାର କରନ୍ତୁ । ଏଭଳି ଅନେକ ପ୍ରଶ୍ନ ଉଠାଇ କେନ୍ଦ୍ର ଉପରେ ଜୋର ବର୍ଷିଥିଲେ ନବୀନ ।

ଆଜି ନବରଙ୍ଗପୁର ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ମାରାଥନ୍‌ ପ୍ରଚାର କରିଥିଲେ । ଆଜି ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ମୁଖ୍ୟମନ୍ତ୍ରୀ ଉମରକୋଟ ନିର୍ବାଚନମଣ୍ଡଳୀର ରାଇଘର ଓ ଝରିଗାଁ ନିର୍ବାଚନମଣ୍ଡଳୀର ଝରିଗାଁରେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ପରେ ଡାବୁଗାଁ ନିର୍ବାଚନମଣ୍ଡଳୀର ମୈଦଲପୁର ଓ ଶେଷରେ ନବରଙ୍ଗପୁର ନିର୍ବାଚନମଣ୍ଡଳୀର ନବରଙ୍ଗପୁରଠାରେ ଆୟୋଜିତ ଭୋଟ ସଭାରେ ଭୋଟଭିକ୍ଷା କରିଥିଲେ ।

ସେ ଆହୁରି କହିଲେ, ବିଜୁ ଜନତା ଦଳର ଇସ୍ତାହାରରେ ଚାଷୀ କଲ୍ୟାଣକୁ ୧ ନମ୍ବରରେ ରଖାଯାଇଛି । ତେଣୁ ରାଜ୍ୟର ବଳକା ବିକାଶ ଲାଗି ପୁଣିଥରେ ସରକାର ଗଢିବା ଲାଗି ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ ନେବାକୁ ଆସିଛନ୍ତି । ଏହି ଅବସରରେ ସେ ଶଙ୍ଖ ଚିହ୍ନରେ ୨ ଥର ଭୋଟ୍‌ ଦେବାକୁ ନିବେଦନ କରିଥିଲେ । ଥରେ ବିଧାୟକଙ୍କ ପାଇଁ ଓ ଆଉ ଥରେ ସାଂସଦଙ୍କ ପାଇଁ ଭୋଟ୍‌ ଦେବାକୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ମନ୍ତ୍ରୀ ରମେଶ ମାଝୀ, ଝରିଗାଁ ବିଧାୟକ ପ୍ରାର୍ଥୀ ପ୍ରକାଶ ମାଝୀ, ଡାବୁଗାଁ ବିଧାୟକ ପ୍ରାର୍ଥୀ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ସଦାଶିବ ପ୍ରଧାନୀ, ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାଶବର୍ମା, ଜିଲ୍ଲା ସଭାପତି ପ୍ରହଲ୍ଲାଦ ତ୍ରିପାଠୀ, କାଜୁ ନିଗମ ଅଧ୍ୟକ୍ଷ ମୁନ୍ନା ଖାଁ, ବିଜେଡି ସାଧାରଣ ସଂପାଦକ ଆଶିଷ ରଞ୍ଜନ ପଟ୍ଟନାୟକ, ସଂପାଦକ ରବି ପଟ୍ଟନାୟକଙ୍କ ସମେତ ବହୁ ବିଜେଡି ନେତା ଯୋଗ ଦେଇଥିଲେ । ୪ଟି ଯାକ ନିର୍ବାଚନୀ ସଭାରେ ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର