ପ୍ରଚାର ମଇଦାନକୁ ଓହ୍ଲାଇଲେ ନବୀନ, କହିଲେ ବିଜେଡିର ରିମୋଟ୍ କଣ୍ଟ୍ରୋଲ ସାଢେ ୪କୋଟି ଓଡିଆଙ୍କ ହାତରେ ଅଛି

ନୟାଗଡ ୨୪/୩: ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଆରମ୍ବରୁ କେନ୍ଦ୍ର ଉପରେ ବର୍ଷିଲେ । ୨୧ରୁ ୨୧ ଲୋକସଭା ଆସନରେ ବିଜେଡି କ୍ଲିନ୍ ସୁଇପ୍ କରିବ ବୋଲି ଦମ୍ଭୋକ୍ତି ବାଢିଲେ ବିଜେଡି ସୁପ୍ରିମୋ ।

ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଆଜିଠାରୁ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୟାଗଡରେ ଆୟୋଜିତ ବିଶାଳ କର୍ମୀ ସମ୍ମିଳନୀରେ ଯୋଗଦେଇ ଉଦବୋଧନ ଦେଇଛନ୍ତି ନବୀନ । ସେ କହିଛନ୍ତି ସାରା ଦେଶରେ ପ୍ରଥମେ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଛି । ମହିଳାଙ୍କ ଉନ୍ନତି ହେଲେ ରାଜ୍ଯ ଓ ଦେଶର ଉନ୍ନତି ହୋଇପାରିବ । କାଳିଆ ଯୋଜନା କଥା ମଧ୍ଯ କହିଛନ୍ତି ନବୀନ । ୩୫ ଲକ୍ଷ ଚାଷୀ କାଳିଆ ଯୋଜନାରେ ଉପକୃତ ହୋଇଛନ୍ତି । ଆହୁରି ୨୦ ଲକ୍ଷ ଚାଷୀଙ୍କ ନାଁ ପଞ୍ଜୀକୃତ ହୋଇଛି । କେହି ଜଣ ଯୋଗ୍ଯ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହେବନି ବୋଲି କହିଛନ୍ତି ନବୀନ ।

ଏହି ଅବସରରେ କେନ୍ଦ୍ର ଉପରେ ମଧ୍ଯ ବର୍ଷିଛନ୍ତି ନବୀନ । ସେ କହିଛନ୍ତି କେନ୍ଦ୍ରରେ ଏଥର କୌଣସି ଦଳ ବହୁମତ ପାଇବେ ନାହିଁ । ତେଣୁ କେନ୍ଦ୍ରରେ ସରକାର ଗଠନ କରିବାରେ ଓଡିଶାର ପ୍ରମୁଖ ଭୂମିକା ରହିବ । ଓଡିଶାବାସୀଙ୍କୁ ବିଜେପି ଧୋକା ଦେଇଛି ବୋଲି ସେ କହିଛନ୍ତି । ଓଡିଶାର ହକ୍ ପାଇଁ ରାଜ୍ୟ ବିଜେପି କେବେ ହେଲେ ଲଢିନାହିଁ କିମ୍ବା ଆଗକୁ ଲଢିପାରିବ ନାହିଁ । କାରଣ ରାଜ୍ୟ ବିଜେପିର ରିମୋଟ୍ କେନ୍ଦ୍ର ପାଖରେ ରହିଛି । କିନ୍ତୁ ବିଜେଡିର ହାଇକମାଣ୍ଡ ହେଉଛନ୍ତି ଓଡିଶାବାସୀ ଏବଂ ବିଜେଡିର ରିମୋଟ୍ କଣ୍ଟ୍ରୋଲ ସାଢେ ୪କୋଟି ଓଡିଆଙ୍କ ପାଖରେ ରହିଛି ବୋଲି ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

ବାଲେଶ୍ବରରେ ନବୀନଙ୍କ ଡିଜିଟାଲ ରାଲି, କହିଲେ- କରୋନା ଦୂର ହେଲେ ଆପଣମାନଙ୍କ ପାଖକୁ ଆସିବି

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

ବିହାର ବ୍ୟାଟେଲ୍ – ପ୍ରଚାର ହାୱାରେ କମ୍ପୁଛି ରଣଭୂମି, ୧୦ ତାରିଖରେ ଆସିବ ବିହାର ଜନତାଙ୍କ ରାୟ

ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ

ମହୁମାଛି ଆକ୍ରମଣରେ ଦୁଇ ବୃଦ୍ଧ ଗୁରୁତର, ହସ୍ପିଟାଲରେ ଭର୍ତ୍ତି