PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

କଥା ନୁହେଁ କାମରେ ବିଶ୍ୱାସ କରନ୍ତି ନବୀନ

‘ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର । ରାଜ୍ୟର ବିକାଶ ପାଇଁ ମୁଁ ସଂକଳ୍ପବଦ୍ଧ ।’ ଶାସନ ଭାର ଗ୍ରହଣ କରିବା ଦିନଠାରୁ ଏମିତି ମନ୍ତ୍ରରେ ବାଟ ଚାଲୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଥା ନୁହେଁ କାମରେ ବିଶ୍ୱାସ କରୁଥିବା ନବୀନ ନୂଆ ଓଡ଼ିଶା ଗଠନ କରିବାକୁ ବହୁ ପଦକ୍ଷେପ ନେଇଛନ୍ତି । ନୂଆ ସଂସ୍କାରରେ ରାଜ୍ୟର ଚେହେରା ବଦଳିଛି । ଏକଦା ଭୋକର ଭୂଗୋଳ ଥିବା ଓଡ଼ିଶା ଏବେ ଦ୍ରୁତ ବିକାଶର ରାସ୍ତାରେ । ଜାତୀୟସ୍ତରରେ ନିଜର ନିର୍ମଳ ଭାବମୂର୍ତ୍ତି ସହ ନିରଳସ ଜୀବନ ଯାପନ ପାଇଁ ସେ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି । ସମଗ୍ର ବିଶ୍ୱ ଦରବାରରେ ଓଡ଼ିଶାର ଏବେ ନୂଆ ପରିଚୟ । ସମୟ ଆସିଯାଇଛି । ବିକାଶର ଦୌଡ଼ରେ ଏବେ ଓଡ଼ିଶା । ଏ ପରିବର୍ତ୍ତନର ପୁରୋଧା ହେଉଛନ୍ତି ସ୍ୱୟଂ ନବୀନ ।

ଦେଶକୁ ଯୋଗାଇଲେ ଅକ୍ସିଜେନ୍‌

କରୋନା ମହାମାରୀରେ ସାରାଦେଶର ନିଶ୍ୱାସ(ଆକ୍ସେଜନ୍‌) ରୋକି ହୋଇଯାଇଥିଲା । ଲୋକେ ଅକ୍ସିଜେନ୍‌ ଅଭାବରେ ଆଖି ବୁଜୁଥିଲେ । ଏହି ଘଡ଼ିଷନ୍ଧୀ ମୂହୂର୍ତ୍ତରେ ନବୀନ୍‌ ସାଜିଥିଲେ ଷ୍ଟେଟ୍ସମ୍ୟାନ୍‌ । ଓଡ଼ିଶା ସମେତ ଦିଲ୍ଲୀ, ମୁମ୍ବାଇ ଓ ଉତ୍ତର ପ୍ରଦେଶକୁ ଯୋଗାଇଥିଲା ଅକ୍ସିଜେନ୍‌ । ନବୀନଙ୍କ ଏହି ଭୂମିକାକୁ ସାରାଦେଶ ଦେଖିଥିଲା । ଟ୍ରକ୍‌, ଟ୍ରେନ୍‌ ଆଉ ବିମାନ ଜରିଆରେ ଅକ୍ସିଜେନ ଯୋଗାଣ ହୋଇଥିଲା ଅକ୍ସିଜେନ୍‌ । ଅନୁଗୁଳ, ପାରାଦୀପରୁ ଶହ ଶହ ଟ୍ରକ୍‌ ଅକ୍ସିଜେନ୍‌ ଟ୍ୟାଙ୍କ ନେଇ ଯାଇଥିଲା

ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ

ଦୁର୍ନୀତିଗ୍ରସ୍ତକୁ ସାବାଡ଼ କରିବାକୁ ଖଣ୍ଡା ଚଲାଇଛନ୍ତି ନବୀନ । ଆଇଏଫଏସ୍‌ଠୁ ଆରମ୍ଭ କରି ଇଞ୍ଜିନିୟର ଆଉ କିରାଣୀ । ଯେଉଁମାନଙ୍କ ବିରୋଧରେ ଦୁର୍ନୀତିର ଠୋସ୍‌ ପ୍ରମାଣ ମିଳିଛି, ସେମାନଙ୍କୁ ଚାକିରିରୁ ବିଦା କରିଛନ୍ତି ନବୀନ । ଗତ ଦୁଇ ବର୍ଷ ମଧ୍ୟରେ ୧୦୦ରୁ ଅଧିକ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ନବୀନ ସବୁ ବେଳେ ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି ରଖିଛନ୍ତି । କାର୍ଯ୍ୟାନୁଷ୍ଠାନ ହିଁ ରାଜ୍ୟରେ ଦୁର୍ନୀତିକୁ ରୋକିବାରେ ସଫଳ ହୋଇଛି । 

ମହିଳା ସଶକ୍ତିକରଣରେ ଉଦାହରଣ

ନବୀନଙ୍କ ଦୁଇ ଦଶନ୍ଧିର ମୁଖ୍ୟମନ୍ତ୍ରୀତ୍ୱ କାଳରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି । ମହିଳା ଓ ଶିଶୁ କଲ୍ୟାଣ ବିଭାଗରୁ ଅଲଗା ହୋଇ ‘ମିଶନ ଶକ୍ତି’ ସ୍ୱତନ୍ତ୍ର ବିଭାଗ ହୋଇଛି । ଗତ ଭୋଟ ବେଳେ ୫ ବର୍ଷ ମଧ୍ୟରେ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୫ ହଜାର କୋଟି ଟଙ୍କାର ସରକାରୀ ବ୍ୟବସାୟ କରିବାକୁ ସୁଯୋଗ ମିଳିବ ବୋଲି କଥା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଦୁଇ ବର୍ଷରେ ମିଶନ ଶକ୍ତି ବିଭାଗ ବିଭିନ୍ନ ବିଭାଗରୁ ୩୫୮୩ କୋଟି ଟଙ୍କାର ବ୍ୟବସାୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦେଇଛି । ଆଗକୁ ବିଭାଗଗୁଡ଼ିକ ଧାନ ସଂଗ୍ରହ, କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ପ୍ରାଥମିକ ସ୍ୱାସ୍ଥ୍ୟ, ପଞ୍ଚାୟତ ପୋଖରୀ ମାଛଚାଷ, କୁକୁଡ଼ା ପାଳନ, ପଶୁ ପାଳନ, ବ୍ୟବସାୟିକ ଭିତ୍ତିରେ ପନିପରିବା ଚାଷ, ନର୍ସରୀ, ବୃକ୍ଷରୋପଣ, ଇକୋ କ୍ୟାମ୍ପ ପରିଚାଳନା, ଜଳ ଯୋଗାଣ ତଦାରଖ, କୃଷି ଉଦ୍ୟୋଗ ଆଦି କ୍ଷେତ୍ରରେ ଅଧିକ ସଂଖ୍ୟାରେ ଏସ୍‌ଏଚଜିଗୁଡ଼ିକୁ ସାମିଲ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।

  ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ୪୫୩ କୋଟି ୫୦ ଲକ୍ଷ ଟଙ୍କାର କୋଭିଡ୍‌ ସହାୟତା ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ୱ ଘର (ମିଶନ ଶକ୍ତି ଭବନ) ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ହେବ । ଏ ବାବଦରେ ମୋଟ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବ ।  ଏହାବାଦ୍‌ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪ କୋଟି ୫୦ ଲକ୍ଷ ଟଙ୍କାର ଆବର୍ତ୍ତନ ପାଣ୍ଠି (ରିଭଲଭିଂ ଫଣ୍ଡ) ଦିଆଯିବ । ଖାଲି ସେତିିକି ନୁହେଁ, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଋଣ ଉପରେ ସୁଧ ଫେରସ୍ତ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ । ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ଭାର ଏଣିକି ଏସ୍‌ଏଚ୍‌ଜିଙ୍କ ହାତରେ ରହିବ । ଓଡ଼ିଶାର ୭୦ ଲକ୍ଷ ମା’ ଓ ଭଉଣୀ ଏଥିରେ ଉପକୃତ ହେବେ ।

  ଦେଶର ଶାସନରେ ମହିଳାମାନଙ୍କ ଭାଗିଦାରିତାକୁ ନବୀନ ଅଗ୍ରାଧିକାର ଦେଇ ଆସିଛନ୍ତି । ମହିଳାମାନଙ୍କ ପାଇଁ ସଂସଦ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩% ଆସନ ସଂରକ୍ଷିତ ରଖିବାକୁ ନବୀନ କେନ୍ଦ୍ରକୁ ପ୍ରସ୍ତାବ ଦେବା ସହ ସବୁ ରାଜନୈତିକ ଦଳର ସମର୍ଥନ ମଧ୍ୟ ଲୋଡ଼ିଛନ୍ତି । ମହିଳାମାନଙ୍କ ବିକାଶ ଓ ଆର୍ଥିକ ସମୃଦ୍ଧିରେ ନବୀନଙ୍କ ଭୂମିକାକୁ ଇତିହାସ ମନେ ରଖିବ ।

ମିଳିଲା ଶାସ୍ତ୍ରୀୟ ମାନ୍ୟତା

୨୦୧୧ରେ ‘Orrisa’ର ଇଂରାଜୀ ବନାନରେ ପରିବର୍ତ୍ତନ ହୋଇ ‘Odisha’ ହେଲା । ସେହିପରି ଭାଷାର ନାମ ‘Oriya’ ରୁ ‘Odia’ କୁ ଓଡ଼ିଶା(ନାମ ପରିବର୍ତ୍ତନ) ବିଲ୍‌, ୨୦୧୦ ଏବଂ ସମ୍ବିଧାନ ଦ୍ୱାରା(୧୧୩ତମ ସଂଶୋଧନ) ବିଲ୍‌, ୨୦୧୦ରେ ସଂସଦରେ ପରିବର୍ତ୍ତନ କରାଯାଇଥିଲା । ଇଂରାଜୀ ପରି ହିନ୍ଦୀ ନାମକୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା । ସଂକ୍ଷିପ୍ତ ବିତର୍କ ପରେ ୨୦୧୦ ନଭେମ୍ବର ୯ରେ ଲୋକସଭାରେ ଏବଂ ୨୦୧୧ ମାର୍ଚ୍ଚ ୨୪ରେ ରାଜ୍ୟସଭାରେ ନାମ ପରିବର୍ତ୍ତନ ନେଇ ବିଲ୍‌ ଏବଂ ସଂଶୋଧନ ପାରିତ ହୋଇଥିଲା । ଏହାପରେ ନବୀନଙ୍କ ସଂକଳ୍ପବଦ୍ଧତା ପାଇଁ ୨୦୦୧୪ ମାର୍ଚ୍ଚ ୧୧ରେ ଭାରତର ରାଜପତ୍ରରେ ଷଷ୍ଠ ଭାରତୀୟ ଭାଷା ଭାବରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ଭାବରେ ମାନ୍ୟତା ପାଇଲା । ଏହି ସ୍ମରଣୀୟ ଦିନକୁ ମନେ ରଖିବାକୁ ୨୦୧୫ ଜାନୁଆରୀ ୧୭ରେ ରାଜ୍ୟ ସରକାର ନିଷ୍ପତ୍ତି ନେଲେ ପ୍ରତି ବର୍ଷ ମାର୍ଚ୍ଚ ୧୧କୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଭାବେ ପାଳନ କରାଯିବ ।

ଓଡ଼ିଆ ଭାଷା ବିକାଶର ଶ୍ରୀବୃଦ୍ଧି

ଓଡ଼ିଆ ଭାଷା ବିକାଶର ଶ୍ରୀବୃଦ୍ଧି ନବୀନଙ୍କ ମୁଖ୍ୟ ଲକ୍ଷ୍ୟ । ସେଥିପାଇଁ ପ୍ରତି ବର୍ଷ ରାଜ୍ୟସ୍ତରୀୟ ପୁସ୍ତକ ମେଳା, ୫ବର୍ଷରେ ଥରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ, ଓଡ଼ିଆ କାଳଜୟୀ ପୁସ୍ତକକୁ ଅନ୍ୟ ଭାଷାରେ ଅନୁବାଦ, ପ୍ରତି ଜିଲ୍ଲାରେ ସ୍ମାର୍ଟ ପାଠାଗାର ଏବଂ ଓଡ଼ିଆ ଭାଷା କମିଶନ ଗଠନ ଲାଗି ପଦକ୍ଷେପ ନିଆଯାଇଛି । ସରକାରୀସ୍ତରରେ ଓଡ଼ିଆରେ ନଥି ପ୍ରସ୍ତୁତ ଏବଂ ଓଡ଼ିଆରେ କାର୍ଯ୍ୟ ନିମନ୍ତେ ପ୍ରୋତ୍ସାହନ ଦିଆଯାଉଛି । ୨୦୧୭ ଫେବ୍ରୁଆରୀ ୨୨ରେ ନୂଆଦିଲ୍ଲୀ ଜେଏନ୍‌ୟୁରେ  ଓଡ଼ିଆ ଭାଷା ସାହିତ୍ୟର ଉଚ୍ଚତର ଗବେଷଣା ପାଇଁ ‘ଆଦିକବି ସାରଳା ଦାସ ଚେୟାର’, ଫେବ୍ରୁଆରୀ ୨୮ରେ ବିଏଚ୍‌ୟୁରେ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଚେୟାର’ ପ୍ରତିଷ୍ଠା ହୋଇଛି । କେନ୍ଦ୍ରୀୟ ଶାସ୍ତ୍ରୀୟ ଓଡ଼ିଆ ପ୍ରତିଷ୍ଠାନ ନାମରେ ଏକ ଉତ୍କର୍ଷ କେନ୍ଦ୍ର ଜୁନ୍‌ ୨୦୨୦ରୁ କାର୍ଯ୍ୟକ୍ଷମ ହୋଇସାରିଛି । ସେହିପରି ଓଡ଼ିଆ ଭାଷା ପ୍ରତିଷ୍ଠାନ ଏକ ପ୍ରତିବଦ୍ଧ ଅନୁଷ୍ଠାନ, ଯିଏ ଓଡ଼ିଆ ଭାଷାର ବିକାଶ ଓ ପରିବର୍ଦ୍ଧନ ପାଇଁ ଅନେକ କାର୍ଯ୍ୟ କରୁଛି । ୨୦୦୬ ମସିହା ଏପ୍ରିଲ୍‌ ୧ ଉତ୍କଳ ଦିବସରେ ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନ ପ୍ରଥମେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିଲ । ୨୦୧୫ ଜୁନ୍‌ ୨୪ ପରଠୁ ସଂସ୍କୃତି ବିଭାଗକୁ ଆସିଲା । ଏହାଛଡ଼ା ନବୀନଙ୍କ ମାର୍ଗଦର୍ଶନରେ ସଂସ୍କୃତି ବିଭାଗ ଅଧୀନ ବିଭିନ୍ନ ଏକାଡେମୀ ଓ କାର୍ଯ୍ୟାଳୟ ଦ୍ୱାରା ଓଡ଼ିଆ ଭାଷା ସାହିତ୍ୟ ପାଇଁ ଭିନ୍ନ ଭିନ୍ନ ପ୍ରକଳ୍ପ କାର୍ଯ୍ୟ କରୁଛି ।

ସରକାରୀ ସ୍କୁଲରେ ଘରୋଇ ଢାଞ୍ଚାରେ ପଢ଼ା

ସରକାରୀ ସ୍କୁଲରେ ଇଂରାଜୀ ମିଡିୟମ ଷ୍ଟାଇଲରେ ପାଠପଢ଼ା । ହାଇଫାଇ କ୍ଲାସ୍‌ରୁମ୍‌ ସାଙ୍ଗକୁ ଅତ୍ୟାଧୁନିକ ବିଜ୍ଞାନଗାର । ସବୁ ବ୍ଲକ୍‌ ପାଇଁ ସରକାର ଖୋଲିଛନ୍ତି ଆଦର୍ଶ ବିଦ୍ୟାଳୟ । ସିବିଏସ୍‌ଇ ଢାଞ୍ଚାରେ ପାଠପଢା ହେଉଛି ଆଦର୍ଶ ବିଦ୍ୟାଳୟରେ । ୧୦୦ରୁ ଅଧିକ ବ୍ଲକ୍‌ରେ ପାଠପଢ଼ା ଆରମ୍ଭ ହୋଇଗଲାଣି । ସ୍କୁଲରେ ରହିବା ପାଇଁ ଛାତ୍ରଛାତ୍ରୀ ନିବାସର ମଧ୍ୟ ବ୍ୟବସ୍ଥା ରହିଛି । ସେହିଭଳି ନୂଆ ସରକାରରେ ଏବେ ସ୍କୁଲ ରୂପାନ୍ତିକରଣ ଯୋଜନା ଆରମ୍ଭ ହୋଇଛି । ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲର ଭିତ୍ତିଭୂମି ସଜଡ଼ା ଯାଉଛି । ୫’ଟି କାର୍ଯ୍ୟକ୍ରମରେ ସ୍ମାର୍ଟ କ୍ଲାସ୍‌ରୁମ୍‌ଠୁ ଆରମ୍ଭ କରି ଅତ୍ୟାଧୁନିକ ବିଜ୍ଞାନଗାର ସହ ଲାଇବ୍ରେରୀ ତିଆରି ହେଉଛି ।

ଐତିହାସିକ ନିଷ୍ପତ୍ତି

ନବୀନଙ୍କ ନିର୍ଦ୍ଦେଶକ୍ରମେ ସଂଶୋଧନ ହେଲା ଓଡ଼ିଶା ପ୍ରଶାସନିକ ଭାଷା ଆଇନ୍‌-୧୯୫୪ । ଏଥିରେ ଥିବା ତ୍ରୁଟିବିଚ୍ୟୁତି ସଂଶୋଧନ ପୂର୍ବକ ୨୦୧୮ ସେପ୍ଟେମ୍ବର ୧୯ରେ ଆସିଲା ସଂଶୋଧିତ ଓଡ଼ିଶା ସରକାରୀ ଭାଷା ବିଧେୟକ-୨୦୧୮ । ଏହାର ଗୋଟିଏ ବର୍ଷ ପରେ ୨୦୧୯ ଅଗଷ୍ଟ ୧୩ରେ ସରକାର ଲାଗୁ କଲେ ନିୟମାବଳୀ । ଭାଷା ଆଇନରେ ପରିବର୍ତ୍ତନ ଆଣିବା ପୂର୍ବରୁ ସରକାର ଏକ ପ୍ରକାରର ପ୍ରସ୍ତୁତି ଆରମ୍ଭ କରିସାରିଥିଲେ । ୨୦୧୭ ଡିସେମ୍ବର ୨୬ରେ ପ୍ରଥମ ଥର ସଚିବାଳୟ ବାହାରେ ଅର୍ଥାତ୍‌ ସାଂସ୍କୃତିକ ରାଜଧାନୀ ପୁରୀଠାରେ ବସିଥିଲା ରାଜ୍ୟ କ୍ୟାବିନେଟ୍‌ ।

ନବୀନଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ନିଆଗଲା ନିଷ୍ପତ୍ତି । ଭାଷା ଓ ସାହିତ୍ୟର ବିକାଶକୁ ବୌଦ୍ଧିକ ସ୍ତରରେ ପହଞ୍ଚାଇବା ପାଇଁ କ୍ୟାବିନେଟରେ ୨୦ଟି ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା । ସେହି ହିସାବରେ ପର୍ଯ୍ୟଟନ ଠାରୁ ଅଲଗା ହୋଇ ସଂସ୍କୃତି ବିଭାଗ ହେଲା ‘ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ’ । ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ-୧୯୫୬ ସଂଶୋଧନ ସହ ୨୦୧୮ ମାର୍ଚ୍ଚ ୧୪ରେ କ୍ୟାବିନେଟ୍‌ରେ ଓଡ଼ିଆରେ ନାମଫଳକ ଲେଖିବାକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ହେଲା ।

ଏହାକୁ ୨୦୧୮ ଏପ୍ରିଲ୍‌ ୧ ଠାରୁ କାର୍ଯ୍ୟକାରୀ କରାଗଲା । ପ୍ରବାସୀ ଓଡ଼ିଆଙ୍କ ପାଇଁ ୨୦୧୮ ଅକ୍ଟୋବର ୨୭ରେ ନବୀନ ଉନ୍ମୋଚନ କଲେ ଓଡ଼ିଆ ଭର୍ଚୁଆଲ ଏକାଡେମୀ । ଆଗକୁ ସ୍ୱତନ୍ତ୍ର ଲର୍ଣ୍ଣିଂ ଆପ୍‌ ପ୍ରସ୍ତୁତ କରି ଗୁଗୁଲ୍‌ ଓ ୟୁଟ୍ୟୁବ୍‌ରେ ନିଃଶୁକ୍ଳ ସେବା ପ୍ରଦାନ କରିବାକୁ ଯୋଜନା ଚାଲିଛି । ‘ବ୍ୟାସକବି ଫକୀର ମୋହନ’ ଛାତ୍ରବୃତ୍ତି ପ୍ରଦାନ ସର୍ତ୍ତ କୋହଳ, ଓଡ଼ିଆ ଭାଷା ସାହିତ୍ୟରେ ପିଏଚ୍‌ଡି ସଂଖ୍ୟା ବୃଦ୍ଧି ସାଙ୍ଗକୁ ଦୁଇଗୁଣ ବଢ଼ିଲା ଭାଗବତ ଟୁଙ୍ଗୀ ଅନୁଦାନ ରାଶି । ଏହାସହ ଗଠନ ହେଲା ଐତିହ୍ୟ କ୍ୟାବିନେଟ୍‌ । ଏହା ଅନୁଯାୟୀ ୨୦୨୦ ସେପ୍ଟେମ୍ବର ୨ରେ ନବୀନଙ୍କ ଅଧ୍ୟକ୍ଷତାରେ ୭ଟି ପ୍ରସ୍ତାବକୁ ଅନୁମୋଦନ କରାଗଲା । ଯେଉଁଥିରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଲାଗି କେନ୍ଦ୍ରକୁ ନିବଦେନ କଲେ ସରକାର । ରାଜ୍ୟରେ କିନ୍ତୁ ୨୦୦୮ରୁ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ଦିଆଯାଇଛି ।  ଏହାଛଡ଼ା ସତ୍ୟବାଦୀଠାରେ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ କାର୍ଯ୍ୟ ଆରମ୍ଭ ହୋଇଛି ।