PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଫେସବୁକ୍‌ରେ ବିଜ୍ଞାପନ: ଫେବ୍ରୁଆରୀରେ ଶୀର୍ଷରେ ନବୀନ

ଭୁବନେଶ୍ୱର,୭ା୩(ବ୍ୟୁରୋ): ଫେସ୍‌ବୁକ୍‌ ମାୟାରେ ବାୟା । ସାଧାରଣ ଲୋକଙ୍କ ଫେସ୍‌ବୁକ୍‌ କ୍ରେଜରୁ ଲାଭ ଉଠାଇବାକୁ ଭୋଟ ପୂର୍ବର୍ରୁ ଅଣ୍ଟା ଭିଡ଼ିଛନ୍ତି ରାଜନେତା । ଜନସାଧାରଣଙ୍କ ନିକଟରେ ନିଜ ବାର୍ତ୍ତା ଧରି ପହଞ୍ଚିବାକୁ ସୋସିଆଲ ମିଡିଆକୁ ବଡ଼ ଅସ୍ତ୍ର ଭାବେ ଗ୍ରହଣ କରିଛନ୍ତି । ଏହିକ୍ରମରେ ଗତ ଫେବ୍ରୁଆରୀ ମାସରେ ଫେସ୍‌ବୁକ୍‌ରେ ସର୍ବାଧିକ ଟଙ୍କାର ବିଜ୍ଞାପନ ଦେଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ବହୁ ଲୋକଙ୍କ ନିକଟରେ ପହଞ୍ଚିବାକୁ ଖର୍ଚ୍ଚ କରିଛନ୍ତି ୮ ଲକ୍ଷ ୬୨ ହଜାର ଟଙ୍କା । ବ୍ୟକ୍ତିଗତ ବିଜ୍ଞାପନ ଖର୍ଚ୍ଚରେ ନବୀନ ଶୀର୍ଷରେ ଅଛନ୍ତି । ଦଳୀୟ ଖର୍ଚ୍ଚକୁ ହିସାବକୁ ନେଲେ ବିଜେପି ଓ ଛାମୁଆଁ ସଂଗଠନ ଫେବ୍ରୁଆରୀ ମାସରେ ୨ କୋଟି ୩୭ ଲକ୍ଷ ଟଙ୍କା ଫେସବୁକରେ ଖର୍ଚ୍ଚ କରିଛନ୍ତି । ଆଞ୍ଚଳିକ ଦଳଗୁଡ଼ିକ ମାତ୍ର ୧୯.୮ ଲକ୍ଷ ଖର୍ଚ୍ଚ କରିଥିଲା ବେଳେ କଂଗ୍ରେସ ଦଳ ସହ ଛାମୁଆ ସଂଗଠନ ମାତ୍ର ୧୦.୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।
ଭୋଟ ଯେତିକି ପାଖେଇ ଆସୁଛି, ଜନତା ଜନାର୍ଦ୍ଦନଙ୍କ ନିକଟରେ ପହଞ୍ଚିବାକୁ ରାଜନେତା ଓ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସେତିକି ତୀବ୍ର ପ୍ରତିଯୋଗିତା ଆରମ୍ଭ ହୋଇଛି । ଫେସ୍‌ବୁକ୍‌ ଆଡ ଆର୍କାଇଭ୍‌ ରିପୋର୍ଟ ଅନୁସାରେ, ନବୀନ ଗତ ମାସରେ ୩୨ଟି ବିଜ୍ଞାପନ ଫେସ୍‌ବୁକ୍‌ରେ ଅପଲୋଡ କରିଛନ୍ତି । ବିଶେଷକରି ‘କାଳିଆ’ ସମାବେଶ, ମିଶନ ଶକ୍ତି ସମାବେଶ, ଯୁବ ସମାବେଶ ସହ ବିଭିନ୍ନ ବାର୍ତ୍ତା ଓ ସରକାରଙ୍କ ଜନକଲ୍ୟାଣ ଯୋଜନାର ଭିଡିଓ ସହ ଫଟୋ ସମ୍ବଳିତ ବାର୍ତ୍ତା ମଧ୍ୟ ନବୀନଙ୍କ ପକ୍ଷରୁ ଅପଲୋଡ଼ ହୋଇଛି । ଏପରିକି ଆଗକୁ ଏ ବାବଦରେ ଉଭୟ ନବୀନ ଓ ବିଜେଡି ଅଧିକ ପାଣ୍ଠି ଖର୍ଚ୍ଚ କରିବ ବୋଲି ସୂଚନା ମିଳିଛି ।
ବ୍ୟକ୍ତିଗତ ବିଜ୍ଞାପନରେ ନବୀନଙ୍କ ତଳକୁ ଅଛନ୍ତି, କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା । ତାଙ୍କର ବିଜ୍ଞାପନ ଦେୟ ହେଉଛି ୨ ଲକ୍ଷ ୯୫ ହଜାର ୮୯୯ ଟଙ୍କା । ତୃତୀୟ ସ୍ଥାନରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ (୨,୧୨,୦୭୧) । ପରେ କ୍ରମାନ୍ୱୟରେ ଅଛନ୍ତି, ମୁରଲୀଧର ରାଓ (ବିଜେପି), ନରେନ୍ଦ୍ର ଖିଚର (ବିଜେପି), ୱାଇଏସ୍‌ଆର କଂଗ୍ରେସର ଜଗନ ମୋହନ ରେଡ୍ଡୀ (୧, ୭୬,୯୮୨), ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ (୧,୭୨,୦୩୪), କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ସୁନୀଲ ଦେଓଧର ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ (୯୦ ହଜାର ଟଙ୍କା) । ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ବିଜେଡି, ଏନ୍‌ସିପି, ଟିଡିପି, ଶିବସେନା ଓ ୱାଇଏସ୍‌ଆର କଂଗ୍ରେସ ଫେସବୁକ୍‌ ବିଜ୍ଞାପନରେ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ।
କେବଳ ରାଜନେତା କିମ୍ବା ଦଳ ନୁହଁ ସରକାରୀ ବିଭାଗ ମଧ୍ୟ ଫେସବୁକରେ ବିଜ୍ଞାପନ ବାବଦକୁ ବେଶ୍‌ ମୋଟା ଟଙ୍କା ଖର୍ଚ୍ଚ କରିଛନ୍ତି । ମାଇଁ ଗଭର୍ଣ୍ଣନମେଣ୍ଟ, ଡିଜିଟାଲ ଇଣ୍ଡିଆ କ୍ୟାମ୍ପେନରେ ୩୫ ଲକ୍ଷ ଟଙ୍କା ନେଇଛି ଫେସବୁକ୍‌ । ବିଜେପି ‘ଭାରତ କେ ମନ କି ବାତ୍‌’ ପେଜ୍‌ ମାଧ୍ୟମରେ ସର୍ବାଧିକ ଅର୍ଥ ଖର୍ଚ୍ଚ କରିଛି । ଆଗକୁ ଫେସ୍‌ବୁକରେ ବିଜ୍ଞାପନ ଲଢ଼େଇ ଅଧିକ ଜୋର୍‌ଦାର୍‌ ହେବ ବୋଲି ବ୍ରାଣ୍ଡ କନସଲଟାଣ୍ଟମାନେ ଆଶା କରୁଛନ୍ତି । ସେଥିପାଇଁ ରାଜନେତା ଓ ରାଜନୈତିକ ଦଳଗୁଡ଼ିକ ଏବେ କଣ୍ଟେଣ୍ଟ ପ୍ରସ୍ତୁତିରେ ମାତିଛନ୍ତି ।

ସମ୍ବନ୍ଧିତ ଖବର