ଓଡ଼ିଶା ବାହାରେ ଫସି ରହିଥିବା ଓଡ଼ିଆଙ୍କ ସୁରକ୍ଷା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର ୨୬/୩: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ । ଓଡ଼ିଶା ବାହାରେ ରହୁଥିବା ଓଡ଼ିଆଙ୍କ ସୁରକ୍ଷା ଓ ସୁବିଧା ପାଇଁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ଦେଶରେ ୨୧ ଦିନ ପାଇଁ ଲକ୍ ଡାଉନ୍ ଚାଲିଛି । ଏହି ସମୟ ମଧ୍ୟରେ ଅନେକ ଲୋକ ଭିନ୍ନ ଭିନ୍ନ ସ୍ଥାନରେ ଫସି ରହିଯାଇଛନ୍ତି । କିଛି ଓଡିଆ ମଧ୍ୟ ବାହାରେ ଫସି ରହିଛନ୍ତି । ସେମାନଙ୍କ ମଧ୍ୟର କିଛି ଛାତ୍ର, ଶ୍ରମିକ, ତୀର୍ଥଯାତ୍ରୀ ରହିଛନ୍ତି । ଲକ୍ ଡ଼ାଉନ ସମୟରେ ଓଡ଼ିଆମାନେ ବାହାରେ ଫସି ରହିବା ସହ ବହୁ ହଇରାଣ ହେଉଥିବା ଜଣାପଡିଛି । ଏନେଇ ସେମାନଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ସୁବିଧା ଯୋଗାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ଏହି ବାବଦରେ ସମସ୍ତ ଖର୍ଚ୍ଚ ସରକାର ବହନ କରିବାକୁ ନବୀନ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ ଗୃହ ସଚିବ ସଂଜୀବ ଚୋପ୍ରା ଓ ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକୁରଙ୍କୁ ଦାୟିତ୍ୱ ଦିଆଯାଇଛି । ଅନ୍ୟ ରାଜ୍ୟର ବ୍ୟକ୍ତି ଓଡ଼ିଶାରେ ଥିଲେ ଜଣାଇବାକୁ ମଧ୍ୟ ନବୀନ କହିଛନ୍ତି । ନବୀନ ଏହା ମଧ୍ୟ କହିଛନ୍ତି କି ଆମେ ସମସ୍ତେ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତିକରୁଛନ୍ତି ଏବଂ ଆମେ ସମସ୍ତେ ନିଶ୍ଚୟ ଏଥିରୁ ମୁକୁଳିବା । ନବୀନ କହିଛନ୍ତି କି ସେ ସବୁବେଳେ ଏଥିପାଇଁ ତତ୍ପର ଅଛନ୍ତି । ଯଦି ସିଷ୍ଟମରେ କିଛି ବିଳମ୍ବ ହୁଏ ତେବେ ଏନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସିଧାସଳଖ ତାଙ୍କ ସହ କଥା ହୋଇପାରିବେ ବୋଲି ନବୀନ କହିଛନ୍ତି ।

   ସମ୍ବନ୍ଧିତ ଖବର


ଏବେ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍

ରାଜ୍ୟ ଷଷ୍ଠ କରୋନା ପଜିଟିଭ କଟକରୁ ଚିହ୍ନଟ୍

ଆମେରିକାରେ କରୋନା ନେବ ଲକ୍ଷାଧିକ ପ୍ରାଣ, ଏବେ ଠାରୁ ୧ ଲକ୍ଷ ବଡିବ୍ୟାଗ୍‌ କିଣିବାକୁ ଅର୍ଡର ଦେଲା ଟ୍ରମ୍ପ ପ୍ରଶାସନ

ପୂର୍ବତଟ ରେଳପଥର ୧୫ ଟ୍ରେନ୍‌ ହେବ କ୍ୱାରାନଣ୍ଟାଇନ୍‌ ସେଣ୍ଟର୍‌, ୮ ଷ୍ଟେସନ୍‌ରେ ରହିବ ୨୬୧ କୋଚ୍