ସିଇଓଙ୍କୁ ଭେଟିଲେ ନବୀନ: କହିଲେ, ‘କାଳିଆ’ ଟଙ୍କା ଅଟକାଉଛି ବିଜେପି

ଭୁବନେଶ୍ୱର ୯/୪: ସିଇଓଙ୍କୁ ଭେଟିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ଇସ୍ତାହାର ଘୋଷଣା ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ନବୀନ । କିଛି ସମୟ ପରେ ଦଳର ଇସ୍ତାହାର ପ୍ରକାଶ ପାଇବ । ସିଇଓଙ୍କୁ ଭେଟି କାଳିଆ ଯୋଜନା ଟଙ୍କା ରୋକାଯିବା ନେଇ ସେ ଫେରାଦ ହୋଇଛନ୍ତି ।

ସିଇଓଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ନବୀନ । ସେ କହିଛନ୍ତି ଯେ ବିଜେପି ଯୋଗୁଁ ଚାଷୀ ‘କାଳିଆ’ ଟଙ୍କା ପାଇଲେନି । ଚାଷୀଙ୍କ ପାଇଁ କାଳିଆ ଟଙ୍କା ଅତ୍ଯନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ରୋକାଯିବା ଅତ୍ଯନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ସେ ଏହା ମଧ୍ଯ କହିଛନ୍ତି ଯେ ବିଜେପିକୁ ଚାଷୀ ଏହାର ଠିକ୍ ଉତ୍ତର ଦେବେ । ନବୀନଙ୍କ ସହିତ ପ୍ରସନ୍ନ ପାଟ୍ଟଶାଣୀ ମଧ୍ଯ ଉପସ୍ଥିତ ଥିଲେ । ତେବେ ଅନ୍ଯପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ଯ ଖୁବଶୀଘ୍ର ସିଇଓଙ୍କୁ ଭେଟିବେ । ତେବେ ସେ କେଉଁ ଅଭିଯୋଗ ନେଇ ଯିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।  

ଅଧିକ ପଢନ୍ତୁ ନବୀନଙ୍କ ପରେ ସିଇଓଙ୍କୁ ଭେଟିଲେ ଧର୍ମେନ୍ଦ୍ର: କହିଲେ, କାଳିଆ ଯୋଜନା ଆଗକୁ କାଳ ହେବ

   ସମ୍ବନ୍ଧିତ ଖବର


ଭୟଙ୍କର ରୂପ ନେଲା ବାତ୍ୟା ‘ନିବାର’: ଚେନ୍ନାଇରେ ପ୍ରବଳ ବର୍ଷା ପରେ ରାସ୍ତାଘାଟ ଜଳମଗ୍ନ, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ

ସୀମାରେ ଅଧିକ ଯୁଦ୍ଧ ବିମାନ ମୁତୟନ କରିବ ଚୀନ୍‌

ଗ୍ରେଗ୍ ବାର୍କଲେ ଆଇସିସିର ନୂତନ ଅଧ୍ୟକ୍ଷ, ଦ୍ବିତୀୟ ରାଉଣ୍ଡ ଭୋଟିଂରେ ମିଳିଲା ସଂଖ୍ୟା ଗରିଷ୍ଠତା

୨୨୨ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା, ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ୧୦ କୋଟି ଟିକା

ରାଜ୍ୟରେ କୋଭିଡ ଟିକା ସଂରକ୍ଷଣ ପାଇଁ ଭିତ୍ତିଭୂମି ସମସ୍ୟା: ୫୦ ହଜାର ଟିକା ସଂରକ୍ଷଣ ପାଇଁ ସମ୍‌ରେ ପ୍ରସ୍ତୁତି

ବିଦେଶରୁ ଦାନ ସଂଗ୍ରହ କରିବ ଶ୍ରୀମନ୍ଦିର