PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ମିଳୁଥିବା ମହଲତ କମିଲା ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ ଖସିଲା କୋହଳ
  • ||
  • ବାହାଘରରେ ସର୍ବାଧିକ ୨୫ ଜଣ ସାମିଲ ହୋଇପାରିବେ
  • ||
  • ଓଡିଶାରେ ବଢିଲା ଲକଡାଉନ୍ ଅବଧି, ଜୁନ ୧ ଯାଏଁ ଜାରି ରହିବ କଟକଣା
  • ||
  • ଯଶିପୁର ନିର୍ବାଚନୀ ମଣ୍ଡଳୀର ପୂର୍ବତନ ବିଧାୟକ କମଳାକାନ୍ତ ନାୟକଙ୍କ ଚିକିତ୍ସାଧିନ ଅବସ୍ଥାରେ କେନ୍ଦୁଝର ମେଡିକାଲରେ ପରଲୋକ
  • ||
  • ସଇଁତଳା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସଂକ୍ରମଣ କମୁଛି, ମୃତ୍ୟୁ ବଢୁଛି, ୨୪ ଘଣ୍ଟାରେ ୨୨ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୫୭କୁ ବୃଦ୍ଧି
  • ||
  • ଓଡ଼ିଶାରେ ସଂକ୍ରମଣ କମୁଛି, ମୃତ୍ୟୁ ବଢୁଛି: ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୩୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜୀବନ ନେଲା କରୋନା
  • ||
  • ପୁରୀ : ସମ୍‌ ସହଯୋଗରେ ପୁରୀରେ ଖୋଲିବ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌, ୧୯ରୁ ସେବା ଆରମ୍ଭ
  • ||
  • ଭୁବନେଶ୍ୱର : ପୁଣି ଉପରମୁହାଁ ପାରଦ, ତାତିରେ ଛଟପଟ ଜନଜୀବନ, ଆହୁରି ୪ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ନୂଆଦିଲ୍ଲୀ : ବ୍ରହ୍ମ ମୁହୂର୍ତ୍ତରେ ଖୋଲିଲା ବଦ୍ରିନାଥଙ୍କ ଧାମ, ବିନା ଶ୍ରଦ୍ଧାଳୁରେ ହେଲା ଦ୍ଵାର ଫିଟା ନୀତି
  • ||

୨୧ରେ ବରଗଡ଼ ସମାବେଶ: ଚାଷୀଙ୍କ ଗହଣରେ ଦମ୍‌ ଦେଖାଇବେ ନବୀନ

source:http://www.pragativadi.com

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଚାଷୀଙ୍କ ସହ ବିଜେଡି । ବିଜେଡି ସହ ପୂରା ଲକ୍ଷେରୁ ଅଧିକ ଚାଷୀ । ଆଖି ତରାଟିଲା ଭଳି ବିଶାଳ ସମାବେଶ । ସମ୍ବଲପୁରରୁ ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁରସହ ବରଗଡ଼ରୁ ଲକ୍ଷାଧିକ ଚାଷୀ ବରଗଡ଼ ଇଛାପାଲୀ ପଡ଼ିଆରେ ଏକଜୁଟ ହେବେ । ଏ ମେଗା ସମାବେଶରେ ଚାଷୀଙ୍କୁ ଦଳ ଆଶା ଦେବ । ତାଙ୍କ ମନରେ ବଳ ଭରିବ । ଚାଷୀଙ୍କ ମନରେ ଆତ୍ମବିଶ୍ୱାସ ଜୁଟାଇ ବିରୋଧୀଙ୍କୁ ତତଲା ଜବାବ ଦେବ । ଏ ‘କାଳିଆ’ ମହାସମାବେଶ ପାଇଁ ପୂରାକୁ ପୂରା ପ୍ରସ୍ତୁତି ଜୋର ଧରିଛି । ବରଗଡ଼ରେ ବିଜେଡିର ଛାମୁଆ ନେତାମାନେ ପାଗ ଭିଡ଼ୁଥିଲା ବେଳେ ଏଠି ସଚିବାଳୟରେ ବି ସରକାରୀ ଅଧିକାରୀ ଟେଲିଫୋନ୍‌ରେ ହାନିଲାଭ ବୁଝୁଛନ୍ତି । ଚାଷୀଙ୍କ ଗହଣରେ ରହିବେ ନବୀନ । କାଳିଆ ସମାବେଶରେ ନବୀନ ଚାଷୀଙ୍କୁ ସମ୍ବୋଧିତ କରିବା ସହ ଭୋଟଭିକ୍ଷା କରିବେ । ନିର୍ବାଚନ ପାଖେଇ ଆସୁଥିବାରୁ ଚାଷୀଙ୍କ ମନ ଜିଣିବାକୁ ଉଦ୍ୟମ କରିବେ ।
ନିକଟରେ ରାହୁଲ ଗାନ୍ଧୀ ଭବାନୀପାଟଣା ସହ ରାଉରକେଲାରେ ସଭା କରିଛନ୍ତି । ୧୫ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ମଧ୍ୟ ସମ୍ବଲପୁର ଗସ୍ତରେ ଆସିବେ । ରାହୁଲ ପୁଣି ୨୭ରେ ବରଗଡ଼ ଗସ୍ତରେ ଆସିବେ । ଦୁଇ ବିରୋଧୀ ଦଳର ମୁଖିଆମାନେ ପଶ୍ଚିମ ଓଡ଼ିଶା ଗଡ଼ ଜିଣିବାକୁ ରଣକୌଶଳ ଆଦରିଥିଲା ବେଳେ ୨୧ରେ ବରଗଡ଼ରେ ନବୀନ ଚାଷୀ ସମାବେଶରେ ଯୋଗଦେଇ ଦୁଇ ବିରୋଧୀଙ୍କୁ ଚେକମେଟ୍‌ ଦେବାକୁ କରିବେ କସରତ । ପ୍ରାୟ ଦେଢ଼ ଲକ୍ଷ ଚାଷୀଙ୍କୁ ଏକାଠି କରିବାକୁ ବିଜେଡିର ଛାମୁଆ ନେତାମାନେ ଦିନରାତି ଏକ କରି ଦେଇଛନ୍ତି ।
ଛତିଶଗଡ଼ରେ କଂଗ୍ରେସ ସରକାର ଆସିବା ପରେ ଧାନ ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୨୫୦୦ ଟଙ୍କା କରିବା ବରଗଡ଼ ଅଞ୍ଚଳ ସହ ପଶ୍ଚିମ ଓଡ଼ିଶାରେ ବେଶ୍‌ ପ୍ରଭାବ ପକାଇଛି । କଂଗ୍ରେସ ସରକାରର ଋଣଛାଡ଼ ସହ ଧାନ ଏମଏସ୍‌ପି ବୃଦ୍ଧି ଚାଷୀଙ୍କ ମନକୁ ଛୁଉଁଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଉରକେଲା ସମାବେଶରେ ଏ ପ୍ରସଙ୍ଗ ଉଠାଇବା ସହ କଂଗ୍ରେସ ସରକାର ଆସିଲେ ଧାନ ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୨୫୦୦ ଟଙ୍କା କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଓ ଆଖପାଖ ଜିଲ୍ଲାରେ ଚାଷୀମାନେ ରାହୁଲଙ୍କ ପ୍ରତିଶ୍ରୁତିକୁ ଗୁରୁତ୍ୱ ଦେଉଥିବା ବିଜେଡି ଶିବିର ଆକଳନ କରୁଛି । ଏପଟେ ବିଜେପି ପଶ୍ଚିମ ଓଡ଼ିଶାକୁ ନିଜର ଗଡ଼ ଭାବେ ଗଣୁଥିବାରୁ କୌଣସି ପରିସ୍ଥିତିରେ ଏଠାରେ ବିଜେଡି କିମ୍ବା କଂଗ୍ରେସକୁ ବାଟ ଛାଡ଼ିବାକୁ ନାରାଜ । ଗତ ସେପ୍‌ଟେମ୍ବର ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ଗସ୍ତରେ ଆସି ନୂଆ ବିମାନବନ୍ଦରକୁ ଲୋକାର୍ପଣ କରିବା ସହ ବହୁ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଆସନ୍ତା ୧୫ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ମଧ୍ୟ ସମ୍ବଲପୁର ଗସ୍ତରେ ଆସିବେ । ଆସନ୍ତାକାଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ରାମକୃପାଳ ଯାଦବ ରାଉରକେଲା ଗସ୍ତରେ ମଧ୍ୟ ଆସିବେ ।
ବିଜେପି ଓ କଂଗ୍ରେସର ଚାଷୀ ଭୋଟ୍‌ ଭିଡ଼ିବାକୁ ପ୍ରସ୍ତୁତ ଗେମ୍‌ପ୍ଲାନକୁ ବ୍ୟର୍ଥ କରିବାକୁ ନବୀନଙ୍କ କ୍ୟାମ୍ପ ଏବେ ଜୋର୍‌ଦାର୍‌ ଉଦ୍ୟମ ଆରମ୍ଭ କରିଛି । ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘କାଳିଆ’ର ଅଧିକ ପ୍ରଚାର ପ୍ରସାର ସହ ଚାଷୀଙ୍କ ସହ ବିଜେଡି ଯେ ରହିଛି, ଏ ବିଶ୍ୱାସ ଦେବାକୁ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ବିଜେଡି ଏ ସମାବେଶ ପାଇଁ ଅଣ୍ଟା ଭିଡ଼ିଛି । ଭଟଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୋହେଲାଠାରୁ ୫ କିଲୋମିଟର ଦୂରତାରେ ପଦ୍ମପୁର ରାସ୍ତାର ଇଚ୍ଛାପାଲିଠାରେ ଏହି ସମାବେଶ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ବିଶାଳ ସମାବେଶକୁ ସମ୍ବୋଧିତ କରିବା ସହ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ କରିବେ । ଏ ଅବସରରେ ମୁଖ୍ୟମନ୍ତ୍ରୀ କଳିଆ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥ ବଣ୍ଟନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ବିଜେପୁରବାସୀଙ୍କ ସବୁଠାରୁ ବଡ଼ ସ୍ୱପ୍ନ ଗଙ୍ଗାଧର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଏ ସମାବେଶ ପାଇଁ କାନ୍ଧରେ କାନ୍ଧ ମିଳାଇଛନ୍ତି ।
ବରଗଡ଼ ସମାବେଶରେ ବିଜେଡି କିନ୍ତୁ ଅସଲ ତାକତ ଦେଖାଇବ । ବିରୋଧୀଙ୍କୁ ପାଲଟା ଆକ୍ରମଣ କରି ରାମ୍ପି ବିଦାରି ଦେବ । ଦଳ ପ୍ରମାଣ କରିଦେବ ଯେ, ବିଜୁ ଜନତା ଦଳ ହେଉଛି ଚାଷୀଙ୍କ ଦଳ, ଓଡ଼ିଶା ଚାଷୀଙ୍କ ବଳ । ବିଜେଡି କ୍ୟାମ୍ପ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମାବେଶ ମଞ୍ଚରେ ରାଜ୍ୟ ସରକାରଙ୍କ ଚାଷୀ କଲ୍ୟାଣ ଯୋଜନାକୁ ଦଳ ପୂରା ଫୋକସ୍‌ କରିବ । କେନ୍ଦ୍ରର ଅବହେଳାକୁ ମଧ୍ୟ ଟାର୍ଗେଟ୍‌ କରିବ । ଚାଷୀଙ୍କୁ ଦଳ ତତେଇବ ଆଉ ମତେଇବ ଯେ, ଅତୀତର ସବୁ ପ୍ରାକୃତିକ ଦୁର୍ବିପାକ ସମୟରେ ବି ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀକୁଳ ସହ ଥିଲେ ଆଉ ଆଗକୁ ମଧ୍ୟ ରହିବେ ।