ଟ୍ୱିନ୍‌ ସିଟିରେ ନବୀନଙ୍କ ରୋଡ୍‌ ସୋ ଆଜି

ଭୁବନେଶ୍ୱର/କଟକ,୧୬ା୪(ବ୍ୟୁରୋ): ରାଜଧାନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍‌ ସୋ’ ପରେ ବୁଧବାର ଟ୍ୱିନ୍‌ ସିଟି ପ୍ରଚାର ମଇଦାନକୁ କମ୍ପାଇବେ ନବୀନ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓହ୍ଲାଇବେ ଟ୍ୱିନ୍‌ ସିଟି ମଇଦାନରେ । କଟକ-ଭୁବନେଶ୍ୱରରେ କରିବେ ମେଗା ରୋଡ୍‌ ସୋ’ । ବାରବାଟୀ କଟକ, ଚୌଦ୍ୱାର କଟକ, କଟକ ସଦରରେ ରୋଡ୍‌ ସୋ’ କରିବା ପରେ ଆସିବେ ଭୁବନେଶ୍ୱର । ଜୟଦେବ ନିର୍ବାଚନମଣ୍ଡଳୀ ଓ ମଧ୍ୟ ଭୁବନେଶ୍ୱରରେ ନବୀନ ରୋଡ୍‌ ସୋ’ କରି ବିଜେଡି ପାଇଁ ଭୋଟ୍‌ ମାଗିବେ ନବୀନ । ଏଥିପାଇଁ କଟକ-ଭୁବନେଶ୍ୱରରେ ବ୍ୟାପକ ଆୟୋଜନ କରିଛି ବିଜେଡି ।
    

ଆସନ୍ତାକାଲି ନବୀନ କେନ୍ଦୁଝରର ଆନନ୍ଦପୁରରେ ପ୍ରଚାର ସାରିବା ପରେ ଅପରାହ୍ନ ୩ଟା ୨୦ରେ ଛେନାପଦି ହେଲିପ୍ୟାଡ୍‌ରୁ କଟକ ଅଭିମୁଖେ ଉଡ଼ାଣ ଭରିବେ । ୩ଟା ୪୦ ମିନିଟ୍‌ରେ ନରାଜ ହେଲିପ୍ୟାଡ୍‌ରେ ଅବତରଣ କରିବେ । ସେଠାରୁ ଆରମ୍ଭ ହେବ ବିଜେଡିରେ ମେଗା ରୋଡ୍‌ ସୋ’ । ସ୍ୱତନ୍ତ୍ର ବସ୍‌ରେ ଉଠିବେ ନବୀନ । ବସ୍‌ ବୁଲିବ କଟକ ସହରରେ । ଆଗରେ ପଛରେ ବିଜେଡିର ବିଶାଳ ଶୋଭାଯାତ୍ରା । ପ୍ରଥମେ ରୋଡ୍‌ ସୋ’ ସିଡିଏରେ ପ୍ରବେଶ କରିବ । ପରେ ସତୀଚୌରା ପାଖରେ କଟକ ସହରର ମୁଖ୍ୟ ରାସ୍ତା ଦେଇ ଶୋଭାଯାତ୍ରାରେ ଯିବେ ନବୀନ । ରାଣୀହାଟ ପାଖରେ ଚୌଦ୍ୱାର-କଟକ ନିର୍ବଚାନମଣ୍ଡଳୀରେ ପ୍ରବେଶ କରି ବାଦାମବାଡ଼ି, ଓଏମ୍‌ପି ହୋଇ ନୂଆବଜାର ପାଖରେ ସଦର ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ରୋଡ୍‌ ସୋ’ କରିବେ । କନ୍ଦରପୁର ଅଞ୍ଚଳରେ ବୁଲି ମୁଖ୍ୟମନ୍ତ୍ରୀ ବୟାଳିଶମୌଜାକୁ ଯିବେ । ବୟାଳିଶମୌଜାରୁ ନୂଆପଡ଼ା ହୋଇ ପ୍ରେସ୍‌ଛକ ପାଖରେ କାର୍ଯ୍ୟକ୍ରମ ଶେଷ କରିବେ ।

ଏହା ପରେ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଆଗକୁ ବଢ଼ିବ ନବୀନଙ୍କ ଶୋଭାଯାତ୍ରା । ବାଟରେ କଟକର ବାଲିକୁଦା, ଗୋପାଳପୁର, ପ୍ରତାପନଗରୀ, ଫୁଲନଖରା, ପରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’ ପହଞ୍ଚିବ ଜୟଦେବ ନିର୍ବାଚନମଣ୍ଡଳୀରେ । ସେଠାରେ ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢାଲି ମଧ୍ୟ ଉପସ୍ଥିତ ରହିବେ । ଜୟଦେବ ପରେ ନବୀନ ଆସିବେ ମଧ୍ୟ ଭୁବନେଶ୍ୱରକୁ । ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ମଧ୍ୟ କର୍ମକର୍ତ୍ତାଙ୍କ ସହ ଉପସ୍ଥିତ ରହିବେ । ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ବି ରହିବେ । ସହିଦନଗର, ଖାରବେଳନଗର, ରାଜମହଲ ଛକ, ବାପୁଜୀନଗର ଦେଇ ନବୀନ ରୋଡ୍‌ରେ ପ୍ରଚାର କରିବେ ଦଳୀୟ ପ୍ରାର୍ଥୀଙ୍କ ପାଇଁ । ଏଥିପାଇଁ ଭୁବନେଶ୍ୱର ଜିଲ୍ଲା ବିଜେଡି ସଂଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

   ସମ୍ବନ୍ଧିତ ଖବର


କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର