PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ନବୀନଙ୍କ ଜୋରଦାର ଆକ୍ରମଣ: ବିଜେପି ସବୁ ରାଜ୍ୟରେ ହାରୁଛି

ଭୁବନେଶ୍ୱର/କଟକ, ୨୧ ।୪ (ବ୍ୟୁରୋ): ବିଜେପି ନେତାମାନେ ଲୋକଙ୍କ ସାଥେିର ଏବେ ନାହାନ୍ତ, କେବେ ବି ନଥିଲେ । ଓଡ଼ିଶାବାସୀ ବିପତ୍ତିରେ ଶଢୁ଼ଥଲିା ବେଳେ କେହ ଆସୁନଥେିଲ, ଏବେ ଭୋଟ ଭ୍ରମଣରେ ଆସୁଛନ୍ତି । ଦିନକୁ ଡଜନେ ନେତା ଆସୁଛନ୍ତି । ମିଛ ପ୍ରତିଶ୍ରୁତି ଦେଉଛନ୍ତି । ମାତ୍ର ଓଡ଼ିଶାବାସୀ ସେମାନଙ୍କୁ ଗୁରୁତ୍ୱ ଦେଉନାହାନ୍ତି । ତୃତୀୟ ଦଫା ଭୋଟ ପାଇଁ ଆଜି ଶେଷ ପ୍ରଚାରରେ ଏମିତି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହଛିନ୍ତ, ବେିଜପ କେବଳ ମଛି ପଚ୍ରାର କରୁଛ । ତେଣୁ ସବୁ ରାଜ୍ୟରେ ହାରୁଛି । ଏଥର କେନ୍ଦ୍ରରେ କୌଣସ ଦଳ ସଂଖ୍ୟାଗରଷ୍ଠିତା ପାଇବେନ । ଆଞ୍ଚଳକି ଦଳ କଙ୍ଗି୍‌ମେକର୍‌ ହେବେ । କେନ୍ଦ୍ରରେ ସରକାର ଗଠନରେ ଓଡ଼ିଶା ବଡ଼ ଭୂମିକା ଗ୍ରହଣ କରିବ ।

ମୁଖ୍ୟମନ୍ତ୍ରୀ ରବିବାର ଆଠଗଡ଼, ଜୟଦେବ ଓ କେନ୍ଦ୍ରାପଡ଼ା ନର୍ବିାଚନମଣ୍ଡଳୀ ସହ ପୁରୀ ଅସ୍ତରଙ୍ଗରେ ରୋଡ ସୋ’ କରିଛନ୍ତି । କେନ୍ଦ୍ରାପଡ଼ାରେ ନବୀନ ବେିଜପ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଉପରେ ତଗଡ଼ା ଆକ୍ରମଣ କରିଥିଲେ । କହିଥିଲେ, ସେ (ବୈଜୟନ୍ତ) ମୋର ଓ ଆପଣଙ୍କର ବିଶ୍ୱାସ ଭାଙ୍ଗିଛନ୍ତି । କେନ୍ଦ୍ରାପଡ଼ାବାସୀଙ୍କ ବିଶ୍ୱାସ ସହ ଖେଳିଛନ୍ତି । ଏହା ବିଜୁବାବୁଙ୍କ ପ୍ରତି ଅପମାନ । କେନ୍ଦ୍ରାପଡ଼ାବାସୀ ତାଙ୍କୁ ଉଚତି ଜବାବ ଦେବେ । ନବୀନ ନିଜ ଭାଷଣରେ କହିଲେ, କାଳିଆ ଯୋଜନାକୁ ବନ୍ଦ କରିବାକୁ ବିଜେପି ସରକାର ଚକ୍ରାନ୍ତ କରୁଛି । ୪୦ ଲକ୍ଷ ଚାଷୀ ଏହାର ସୁଫଳ ପାଇଛନ୍ତି । ମୁଁ ଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେ ନାହିଁ । ବିଜେଡି ସରକାର ଆସିଲେ ପ୍ରଥମ ଦିନ କାଳିଆର ଦୁଇ କିସ୍ତି ଟଙ୍କା ମିଳିବ । ବିଜେଡି ମହିଳାଙ୍କ ସହ ରହିଛି । ମିଶନ ଶକ୍ତି ମାଆମାନଙ୍କୁ ଆମେ ୫ ହଜାର କୋଟ ଟଙ୍କାର ବେପାର ଦେବାକୁ ସଂକଳ୍ପ ନେଇଛୁ । ମହଳିାମାନଙ୍କୁ ବିଜେଡି ତାଙ୍କ ହକ୍‌ ଦେଇଛି । ମହିଳାଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ପ୍ରଦାନ କରିବେ । ଏହା କେନ୍ଦ୍ର ସ୍ୱାସ୍ଥ୍ୟ ସହାୟତାର ଦି’ଗୁଣା । ମହିଳାମାନେ ହିଁ ପ୍ରକୃତରେ ବିକାଶର ଡବଲ୍‌ ଇଞ୍ଜିନ୍‌ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କେନ୍ଦ୍ରପଡ଼ା ସଭାରେ କହିଲେ, କେନ୍ଦ୍ରାପଡ଼ା ବିଜୁବାବୁଙ୍କ କର୍ମଭୂମି । ଏଠାକାର ସ୍ୱାଭିମାନୀ ଜନତା ବିଜୁବାବୁଙ୍କୁ ନିଜ ପରିବାର ସଦସ୍ୟ ବୋଲି ଭାବୁଥିଲେ । ସଂସଦରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ମୁଁ ଏହି କେନ୍ଦ୍ରାପଡ଼ାରୁ ଘୋଷଣା କରିଥିଲି । ଏ ଘୋଷଣା ସମଗ୍ର ଦେଶରେ ଇତିହାସ ସୃଷ୍ଟି କରିଛି । ବୈଜୟନ୍ତଙ୍କ ନାଁ ନନେଇ ନବୀନ କହିଥିଲେ, କେନ୍ଦ୍ରାପଡ଼ାର ବିକାଶ ପାଇଁ ମୁଁ ଜଣେ ଉଚ୍ଚଶିକ୍ଷିତ ଯୁବକଙ୍କୁ ଏମ୍‌ପି କରିଥିଲି । ମୋର ବହୁତ ଭରସା ଥିଲା । ମାତ୍ର କେନ୍ଦ୍ରାପଡ଼ାରେ ଶିଳ୍ପ ନେଇ ସେ ଚିନ୍ତା କରୁନଥିଲେ, ନିଜ ଶିଳ୍ପକୁ ଅଗ୍ରାଧିକାର ଦେଉଥିଲେ । ଏଠାର ଯୁବକଙ୍କ ନିଯୁକ୍ତି ଚିନ୍ତା ନକରି ନିଜେ କିଭଳି ଭଲ ନିଯୁକ୍ତି ପାଇବେ ସେଥିପାଇଁ ବ୍ୟସ୍ତ ଥିଲେ ।

କେନ୍ଦ୍ରାପଡ଼ାକୁ ରେଳ ସଂଯୋଗ ନେଇ ମୁଁ ବହୁବାର ଦାବି କରିଛି । ଥରେ ଦିଲ୍ଲୀରେ ମିଟିଂ ପରେ ମୁଁ ଆସୁଥିଲି । କେନ୍ଦ୍ରର ଜଣେ ବରିଷ୍ଠ ମନ୍ତ୍ରୀ ମତେ କହିଲେ, ଆପଣ କେନ୍ଦ୍ରାପଡ଼ାକୁ ରେଳ ଲାଇନ୍‌ କଥା କହୁଛନ୍ତି, କିନ୍ତୁ ଆପଣଙ୍କ କେନ୍ଦ୍ରାପଡ଼ା ଏମ୍‌ପି ସବୁବେଳେ ତାଙ୍କ ଶିଳ୍ପାନୁଷ୍ଠାନକୁ ରେଳ ଯୋଗାଯୋଗ କଥା କହୁଛନ୍ତି । ମୋତେ ବହୁତ ଦୁଃଖ ଲଗିଥିଲା । ମୋର ଅନୁରୋଧରେ ଆପଣ ତାଙ୍କୁ ଦୁଇଥର ଭୋଟ ଦେଇଥିଲେ । ମାତ୍ର ସେ ମୋର ଓ ଆପଣମାନଙ୍କର ବିଶ୍ୱାସକୁ ଭାଙ୍ଗିଛନ୍ତି । କେନ୍ଦ୍ରାପଡ଼ାର ବିକାଶ ଦାୟିତ୍ୱ ଏବେ ମୋର । ମୁଁ ଜଣେ ଭଲ ଏମ୍‌ପି ପ୍ରାର୍ଥୀ ଦେଇଛି, ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ । ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର, ମୁଁ ବଞ୍ଚିଥିବା ଯାଏ ଲୋକଙ୍କ ସେବା କରିବି । ଆପଣମାନଙ୍କ ବିଶ୍ୱାସ ଓ ଭରସା ମୋର ବଡ଼ ପୁଞ୍ଜି । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ ବୋଲି ନବୀନ କହିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏ ଭୋଟ ସଭାରେ ବିଜେଡି ପ୍ରାର୍ଥୀ ଓ ନେତାମାନେ ସାମିଲ୍‌ ହୋଇଥିଲେ ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଅନ୍ତିମ ଚରଣରେ ଆଜି ମୁଖ୍ୟମନ୍ତ୍ରୀ ଅସ୍ତରଙ୍ଗରେ ହାଇଟେକ୍‌ ରୋଡ୍‌ ସୋ କରିଥିଲେ । ଏହି ରୋଡ୍‌ ସୋ’ରେ ଗଲାବେଳେ ହଜାର ହଜାର ଜନତା ନବୀନ ପଟ୍ଟନାୟକଙ୍କୁ ଛକମାନଙ୍କରେ, ରାସ୍ତାର ଉଭୟ ପାଶ୍ୱର୍ରେ ଛିଡ଼ା ହୋଇ ହୁଳହୁଳି, ଜିନ୍ଦାବାଦ ଧ୍ୱନି ଦେଇ ବିପୁଳ ସମ୍ବର୍ଦ୍ଧନା ଜଣାଇଥିଲେ । ଶ୍ରୀ ପଟ୍ଟନାୟକ ଉପସ୍ଥିତ ଜନତାଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍‌ ଦେବା ପାଇଁ ନିବେଦନ କରିଥିଲେ । “ଆପଣ ମାନେ ଖୁସି ତ’ ପଚାରିବାରେ ଉପସ୍ଥିତ ଜନସାଧାରଣ ସମସ୍ୱରରେ ହଁ କରିବାରେ ରୋଡ୍‌ ସୋ’ରେ ଉତ୍ସାହ ଭରି ଯାଇଥିଲା । ଏହା ପରେ ମୁଖ୍ୟମନ୍ତ୍ରୀ ମୁଁ ବି ଖୁସି ବୋଲି କହି ଜନସାଧାରଣଙ୍କ ମଧ୍ୟରେ ଉଲ୍ଲାସ ଖେଳାଇ ଦେଇଥିଲେ । ସେଠାରୁ ସେ କାକଟପୁର, ନିମାପଡ଼ା, ପିପିଲି ଅଭିମୁଖେ ଯାତ୍ରା କରିଥିଲେ ।

ସମ୍ବନ୍ଧିତ ଖବର