ଆଜି ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ପ୍ରଚାର; ଭବାନୀପାଟଣାରେ ରାତ୍ରି ରହଣି

ଭୁବନେଶ୍ବର ୮।୪: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ପ୍ରଚାରରେ ନୂଆପଡ଼ା ଓ କଳାହାଣ୍ଡି ଜିଳ୍ଲା ଆସିବେ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିମାନ ଯୋଗେ ବାହାରି ନୂଆପଡ଼ା ଜିଳ୍ଲା ଗୋତମା ଏୟାରଷ୍ଟ୍ରିପ୍ ଠାରେ ପହଞ୍ଚିବେ । ସେଠାରୁ ତରବୋଡ଼ ଅଭିମୁଖେ ଯାତ୍ରା କରିବେ।

ଅପରାହ୍ନ ୧ଟା ୫୦ରେ ତରବବୋଡ଼ ଠାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ । ସେଠାରୁ ଖରିଆର ଅଭିମୁଖେ ଯାତ୍ରା କରିବେ। ପରେ ଖରିଆରୁ ହାଇଟେକ ପ୍ରଚାର ବସରେ ସିନାପାଳି, ଗୋଲାମୁଣ୍ଡା, ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ରୋଡ ସୋ କରିବେ। ଏହା ପରେ ଭବାନୀପାଟଣା ସହରସ୍ଥିତ ଇରିଗେସନ ଆଇବିରେ ରାତ୍ରି ରହଣି କରିବେ। ଏପ୍ରିଳ ୯ତାରିଖ ଦିନ ୧୦ଟା ୪୦ରେ ମାଣିକେଶ୍ବରୀ ମନ୍ଦିର ଯାଇ ଦର୍ଶନ କରିବେ। ସେଠାରୁ ହେଲିପେଡ଼କୁ ଯାଇ ଜୟପାଟଣା ବ୍ଲକର ଅଁଲାଭଟା ନିକଟସ୍ଥ ଚାଚିକୁଡ଼ା ଦଶପଡ଼ାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ। ଦିନ ୧୨ଟା ହ୍ୟାଲିକପ୍ଟର ଯୋଗେ ତୁଳାପଡ଼ା ଠାରେ ପହଞ୍ଚି ଜନସାଧାରଣଙ୍କୁ ଉଦବୋଧନ ଦେବେ।

ପରେ ଭୁବନେଶ୍ବର ଅଭିମୁଖେ ଫେରିଯିବେ। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭବାନୀପାଟଣା ସହରରେ ରାତ୍ରି ରହଣି କରୁଥିବାବେଳେ ନେଇ ଚଳଚଞ୍ଚଳ ହୋଇଉଠିଛି। ଏନେଇ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।