PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ଆଜି ନବୀନଙ୍କ ଦିଲ୍ଲୀ ଗସ୍ତ; ୨୬ରେ ମାଓ ମୁକାବିଲା ବୈଠକରେ ଯୋଗ ଦେବେ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ମାଓବାଦୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଦମନ କରିବାକୁ ପ୍ରସ୍ତୁତ ହେବ ରଣକୌଶଳ । ମାଓ ମୁକାବିଲା ପାଇଁ କେଉଁ ରାଜ୍ୟର କ’ଣ ଆବଶ୍ୟକ ସେ ନେଇ ବିଚାର ବିମର୍ଶ କରିବାକୁ ଆସନ୍ତା ୨୬ରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ବୈଠକ ଡାକିଛନ୍ତି । ଏ ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ମଧ୍ୟ ଏ ବୈଠକରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

ନୂଆଦିଲ୍ଲୀ ବୈଠକ ପୂର୍ବରୁ ଆଜି ଲୋକସେବା ଭବନରେ ମାଓ ଦମନ ନେଇ ମୁଖ୍ୟ ଶାସନ ସଚିବ ଏକ ସମୀକ୍ଷା ବୈଠକ ନେଇଥିଲେ । ଏ ବୈଠକରେ କେନ୍ଦ୍ରକୁ ମାଓ ମୁକାବିଲା ପାଇଁ କି ପ୍ରସ୍ତାବ ଦିଆଯିବ ସେ ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ରାଜ୍ୟରେ ମାଓ କାର୍ଯ୍ୟକଳାପ ବହୁ ପରିମାଣରେ ହ୍ରାସ ପାଇଛି । ୧୫ ଜିଲ୍ଲାରୁ ମାଓ ଉପସ୍ଥିତି ୫ ଜିଲ୍ଲାକୁ ଖସିଛି । ମାଓ ହିଂସା ସମ୍ପୂର୍ଣ୍ଣ ଦମନ କରିବାକୁ ରାଜ୍ୟ ସରକାର ବ୍ରୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ମାଲକାନଗିରିର ବିଛିନ୍ନାଞ୍ଚଳ ସହ ଯୋଗାଯୋଗ କରିବାକୁ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଏହାର ବହୁ ସୁଫଳ ମିଳିଛି । ତେଣୁ ମାଓ ପ୍ରଭାବିତ ଦକ୍ଷିଣ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ାରେ ମାଲକାନଗିରି ମଡେଲ କାର୍ଯ୍ୟକାରୀ କରାଯିବ । ଦୁର୍ଗମ ଅଞ୍ଚଳକୁ ରାସ୍ତା ନିର୍ମାଣ ସହ ବିକାଶମୂଳକ କାମ ହାତକୁ ନିଆଯିବ । ଲୋକଙ୍କୁ ବ୍ୟାଙ୍କି ଓ ଟେଲକମ୍‌ ସୁବିଧା ଦେବାକୁ ପଦକ୍ଷେପ ନିଆଯିବ । ଏହାଦ୍ୱାରା ଆମକୁ ଅଧିକ ସଫଳତା ମିଳିବ ବୋଲି ଆମେ ଆଶାବାଦୀ । ଆଜିର ବୈଠକରେ ପୁଲିସ ଡିଜି ବିଜୟ ଶର୍ମା ଓ ଗୃହ ବିଭାଗ ପ୍ରମୁଖ ସଚିବ ସଂଜୀବ ଚୋପ୍ରା ମଧ୍ୟ ଉପସ୍ଥିତ ଥିଲେ ।

୨୬ରେ ବିଜ୍ଞାନଭବନରେ ହେବାକୁ ଥିବା ଏ ବୈଠକରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ତେଲେଙ୍ଗାନା, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି । ମାଓ ମୁକାବିଲା ନେଇ ଏ ବୈଠକରେ ସ୍ୱତନ୍ତ୍ର ରଣନୀତି ନେଇ ଆଲୋଚନା ହେବ । ପ୍ରଥମ ଥର ପାଇଁ ନବୀନ ଶାହଙ୍କ ସହ ଗୋଟିଏ ବୈଠକରେ ସାମିଲ ହେବେ ।

ସମ୍ବନ୍ଧିତ ଖବର