PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜ୍ଞାନବାପୀ ମସଜିଦ ବିବାଦ ମାମଲାରେ ଶୁଣାଣି ଶେଷ, ମଙ୍ଗଳବାର ପ୍ରକାଶ ପାଇବ ରାୟ
  • ||
  • ଭୁବନେଶ୍ୱର : ଆଜି ଉପକୂଳରେ ବଢ଼ିବ ତାତି, କାଲି ପୁଣି ବର୍ଷିବ
  • ||
  • ଗଜପତି : ପାରଳାଖେମୁଣ୍ଡି ଟାଉନ୍‌ ହଲ୍ ପରିସରରେ ଥିବା ପାର୍କିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫ଟି କାର୍‌
  • ||
  • କରଞ୍ଜିଆ : ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ବରଯାତ୍ରୀ ଗାଡି, ୨ ମୃତ ୫ ଗୁରୁତର
  • ||

ଆଜି ନବୀନଙ୍କ ପଶ୍ଚିମ ଓଡ଼ିଶା ଗସ୍ତ, ଝାରସୁଗୁଡ଼ାରେ ୬୩୫ କୋଟିର ପ୍ରକଳ୍ପ ଉଦ୍‌ଘାଟନ, ଶିଳାନ୍ୟାସ କରିବେ

ଝାରସୁଗୁଡ଼ା/ବଲାଙ୍ଗୀର,୨୩ା୧(ଆପ୍ର/ସପ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ପଶ୍ଚିମ ଓଡ଼ିଶା ଗସ୍ତରେ ଯିବେ । ଝାରସୁଗୁଡ଼ାଠାରେ ଏକ ଜନସଭାରେ ଉଦ୍‌ବୋଧନ ଦେବା ସହ ଝାରସୁଗୁଡ଼ାରେ କ୍ୟାନସର ଡାକ୍ତରଖାନାର ଶିଳାନ୍ୟାସ କରିବେ । ଏଥିସହ ବହୁ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶୁଭ ଦେବା କାର୍ଯ୍ୟକ୍ରମ ରହିଛି । ଶାସକ ବିଜେଡି, ଜିଲ୍ଲା ପ୍ରଶାସନ ଏବଂ ସଦ୍ୟ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଉଥିବା ବିଧାୟକ ନବ ଦାସ ମୁଖ୍ୟମନ୍ତ୍ରୀଙ୍କ ଏହି ସମାବେଶ ପାଇଁ ଜୋରସୋର୍‌ରେ ଲାଗିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାରେ ଝାରସୁଗୁଡ଼ା ଜିଲ୍ଲା ପାଇଁ ପ୍ରାୟ ୬୩୫.୩୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଗସ୍ତରେ ଯିବେ । ବଲାଙ୍ଗୀର ଜିଲ୍ଲାରେ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସ୍ଥାନୀୟ ରାଜେନ୍ଦ୍ର କଲେଜ ପଡ଼ିଆଠାରେ ହେବାକୁ ଥିବା ବିଜୁ ଯୁବ ବାହିନୀର ଆଞ୍ଚଳିକ ସମାବେଶରେ ଯୋଗଦେବେ । ସମାବେଶ ପାଇଁ

ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ଅମଲିପାଲି ପାଖରେ ପ୍ରସ୍ତାବିତ କ୍ୟାନସର ଡାକ୍ତରଖାନାର ଶିଳାନ୍ୟାସ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପ ଉଦଘାଟନ ଏବଂ ଶିଳାନ୍ୟାସ କରି ୧୨ଟା ୨୫ରେ ସଭାସ୍ଥଳରେ ପହଞ୍ଚି ଉଦ୍‌ବୋଧନ ଦେବେ । ୧ଟା ୫ରେ ସଭାସ୍ଥଳରୁ ବାହାରି ସର୍କିଟ ହାଉସ ଯିବା ସହ ଝାରସୁଗୁଡ଼ା ବିମାନବନ୍ଦରରେ ୨ଟାରେ ପହଞ୍ଚି ହେଲିକେପ୍‌ଟର ଯୋଗେ ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ । ୨ଟା ୫୫ରେ ବଲାଙ୍ଗୀର ଗାନ୍ଧୀ ଷ୍ଟାଡ଼ିୟମ ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ଼ରେ ଓହ୍ଲାଇବେ । ସେଠାରୁ ୩ଟା ୫ରେ ରାଜେନ୍ଦ୍ର କଲେଜ ପଡ଼ିଆ ଯାଇ ଜିଲ୍ଲାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ । ପରେ ଆୟୋଜିତ ବିଜୁ ଯୁବ ବାହିନୀର ‘ୟୁଥ କନ୍‌କ୍ଲେଭ’ରେ ଯୋଗଦେଇ ଯୁବ ବାହିନୀଙ୍କୁ ସମ୍ବୋଧିତ କରିବେ । ୩ଟା ୫୫ରେ ହେଲିପ୍ୟାଡ଼କୁ ଫେରିଆସି ୪ଟା ୫ରେ ହେଲିକପ୍ଟରରେ ପୁଣି ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର