କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବ୍ରହ୍ମପୁର ୧୨।୪: ଶୁକ୍ରବାର ଦିନ ପାଟକୁରାଠାରୁ ସାନପାରଳାଖେମୁଣ୍ଡି ଯାଏଁ ନିର୍ବାଚନ ପ୍ରଚାର ରୋଡ ସୋରେ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ। ରୋଡ ସୋ ସମୟରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୪୦ ଲକ୍ଷ ହିତାଧୀକାରୀ କାଳିଆ ଯୋଜନାରୁ ଆର୍ଥିକ ସହାୟତା ପାଇ ସାରିଛନ୍ତି। ବାକି ୨୧ ଲକ୍ଷ ହିତାଧିକାରୀଙ୍କ ସହାୟତା ରାଶିକୁ ଚକ୍ରାନ୍ତ କରି ଅଟକା ଯାଇଛି। ସମ୍ପୃକ୍ତ ହିତାଧିକାରୀମାନେ ଭୋଟ୍ ଦେବା ବେଳେ ତାର ଉଚିତ୍ ଜବାବ ଦେବେ। ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ ।
ସେ ଆହୁରି କହିଛନ୍ତି କି, ଫାଇଲିନ୍ ଓ ହୁଡୁହୁଡୁ ଭଳି ପ୍ରାକୃତିକ ବିପର୍ଯ୍ୟୟ ପରେ ପରେ କୈାଣସି କେନ୍ଦ୍ରୀୟ ନେତା ରାଜ୍ୟକୁ ଆସିଲେ ନାହିଁ। କିନ୍ତୁ ଏବେ ଭୋଟ୍ ମାଗିବାକୁ ଆସୁଛନ୍ତି।
ଆସି ସକାଳେ ପାଟପୁର ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ମୁଖ୍ୟମନ୍ତ୍ରୀ ଏକ ସ୍ବତନ୍ତ୍ର ବସରେ ବସି ପାଟପୁର ଗାନ୍ଧୀଛକରୁ ରୋଡ ସୋ ଆରମ୍ଭ କରି ଭୋଟରମାନଙ୍କ ଆଶୀର୍ବାଦ କାମନା କରି କହିଥିଲେ। ଆପଣମାନେ ମୋତେ ଆଶୀର୍ବାଦ ଦିଅନ୍ତୁ।
ଏହି ରୋଡ ସୋରେ ସ୍ଥାନୀୟ ବିଧାୟକ ଓ ସାଂସଦ ଏବଂ ବହୁ ଦଳୀୟ କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଶେରଗଡ଼-ହିଞ୍ଜିଳି ଗସ୍ତ କରି ନିଜ ପାଇଁ ପ୍ରଚାର କରିବେ।