ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କଲା ଫ୍ଲାଇଂସ୍କ୍ୱାଡ୍

ରାଉରକେଲା ୧୭/୪: ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କଲା ଫ୍ଲାଇଂସ୍କ୍ୱାଡ୍ । ନିର୍ବାଚନ କମିଶନଙ୍କ ଫ୍ଲାଇଂସ୍କ୍ୱାଡ୍ ପକ୍ଷରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି । ଏହି ଯାଞ୍ଚରେ ଫ୍ଲାଇଂସ୍କ୍ୱାଡକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ନବୀନ ।

ଗତକାଲି ମୁଖ୍ଯମନ୍ତ୍ରୀ ପ୍ରଚାର ପାଇଁ ରଘୁନାଥପାଲୀ ଯାଇଥିଲେ । ରଘୁନାଥପାଲୀ ଆଇଡିଏଲ ହେଲିପ୍ୟାଡରେ ପହଞ୍ଚିବାପରେ ହେଲିକପ୍ଟର ଯାଞ୍ଚ କରିଥିଲା ଫ୍ଲାଇଂ ସ୍କ୍ୱାଡ୍ । ହେଲିକପ୍ଟର ଭିତରେ ଥିବା ସୁଟକେସ୍, ଏୟାରବ୍ଯାଗ୍ ଆଦି ଯାଞ୍ଚ କରାଯାଇଥିଲା । ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ଯାୟ ନିର୍ବାଚନ । ଏହି ସମୟରେ ଅତ୍ୟନ୍ତ ସଜାଗ ଅଛନ୍ତି ନିର୍ବାଚନ କମିଶନ । ସବୁଆଡେ କଡାକଡି ଯାଞ୍ଚ କରୁଛି ଫ୍ଲାଇଂସ୍କ୍ୱାଡ୍ ।

   ସମ୍ବନ୍ଧିତ ଖବର


ରାଜ୍ୟ ସରକାର ଜାରି କଲେ ଡିସେମ୍ବର ଗାଇଡଲାଇନ୍

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର

ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?

ସମ୍ପତ୍ତି ପାଇଁ ପୁଅ ସାଜିଲା ରାକ୍ଷାସ, ସ୍ତ୍ରୀ ସହ ମିଶି ବାପାକୁ ଗଛରେ ବାନ୍ଧିବା ପରେ ଗଳାକାଟି ହତ୍ୟା କଲା

ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’