ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ବ୍ରହ୍ମପୁର ୨୦/୩: ହିଞ୍ଜିଳି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମା ତାରାତାରିଣୀଙ୍କ ଆଶୀଷ ନେବା ପରେ ରିଟର୍ଣ୍ଣିଂ ଅଫିସର ତଥା ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦିନ ୧୧ଟା ୧୦ମିନିଟ୍‌ ସମୟରେ ଛତ୍ରପୁରସ୍ଥିତ ଅତିରିକ୍ତ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ୍‌ ଅଫିସର୍‌ଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମୋଟ୍ ୪ ସେଟ୍‌ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ପ୍ରାର୍ଥୀପତ୍ରଗୁଡ଼ିକର ପ୍ରସ୍ତାବକ ଅଛନ୍ତି ସୁରେନ୍ଦ୍ର ପ୍ରଧାନ, ଶରତଚନ୍ଦ୍ର ପାତ୍ର, ସାରସ ସ୍ବାଇଁ ଓ ବୈଜୟନ୍ତୀମାଳା ପଟ୍ଟନାୟକ।

ସକାଳ ୮ଟା ୫୦ମିନିଟ୍ ରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରିଥିଲେ । ହେଲିକପ୍ଟର୍‌ ରାୟପୁର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିଥିଲା। ସେଠାରୁ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିରକୁ ଯାଇ ମାଆଙ୍କୁ ଦର୍ଶନ କରିଥିଲେ । ମାଙ୍କ ଆଶୀଷ ନେବା ପରେ ଛତ୍ରପୁର ଯାଇ ନାମାଙ୍କନ ଦାଖଲ କରିବା ପରେ ଭୁବନେଶ୍ବର ଫେରିଥିଲେ ନବୀନ । ଏଥର ବିଜେପୁର ଆସନରୁ ମଧ୍ୟ ଲଢ଼ୁଛନ୍ତି ନବୀନ । ଆସନ୍ତା ୨୫ରେ ବିଜେପୁର ଆସନ ପାଇଁ ନାମାଙ୍କନ ଦାଖଲ କରିପାରନ୍ତି ବିଜେଡି ସୁପ୍ରିମୋ ।

   ସମ୍ବନ୍ଧିତ ଖବର


ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର

ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍

କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ବଧିରଙ୍କ ପାଇଁ ଖୁସି ଖବର: ଲଞ୍ଚ ହେଲା ନୂଆ ସାଉଣ୍ଡ ୱାଚ୍‌