PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଆଞ୍ଚଳିକ ଦଳ ହେବେ କିଙ୍ଗ୍‌ ମେକର

source:www.moneycontrol.com

ଭୁବନେଶ୍ୱର,୨୦ ।୪(ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ଦମ୍ଭ ଓ ଆତ୍ମବିଶ୍ୱାସ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ସେ କରିଥିବା ଭବିଷ୍ୟବାଣୀକୁ ପୁଣି ଦୋହରାଇଛନ୍ତି । ଏଥର ନର୍ବିାଚନରେ କୌଣସ ଜାତୀୟ ଦଳ କେନ୍ଦ୍ରରେ ସଂଖ୍ୟାଗରିଷ୍ଠତା ପାଇବେନି । ହାରିବା ଭୟରେ ବିଜେପି ଏବେ ଛାନିଆ ହୋଇପଡ଼ିଛି । କେନ୍ଦ୍ରରେ ଆଞ୍ଚଳିକ ଦଳଗୁଡ଼ିକ ହିଁ ସରକାର ଗଠନରେ ସାଜିବେ କିଙ୍ଗ ମେକର୍‌ । ଭୋଟ ପ୍ରଚାର ବେଳେ ଗଭୀର ଆତ୍ମବିଶ୍ୱାସର ସହ ଏହା କହିଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରେଢ଼ାଖୋଲ, ଆଠମଲକି୍ଲ, କୁଚଣ୍ଡିା, ତାଳଚେର, ରେଙ୍ଗାଳି ଆଦି ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କରିଥିଲେ । ଭୋଟଭିକ୍ଷା ବେଳେ ମୁଖ୍ୟମନ୍ତ୍ରୀ କେନ୍ଦ୍ରର ବିଜେପି ସରକାରକୁ ପୂରା ଟାର୍ଗେଟ୍‌ କରିଥିଲେ । କେନ୍ଦ୍ର ସରକାର ଉପରେ ତଗଡ଼ା ଆକ୍ରମଣ କରି ନବୀନ କହିଲେ, ବିଜେପି ଓଡ଼ିଶାର ସ୍ୱାର୍ଥ ବିରୋଧୀ । ବିଜେପି ନେତାଙ୍କ ଓଡ଼ିଶାରେ ଭୋଟ ପ୍ରଚାରକୁ ସମାଲୋଚନା କରି ସେ କହିଲେ, ଫାଇଲିନ୍‌ ହେଲା କେହି ଆସିଲେନି । ହୁଡହୁଡ୍‌ ହେଲା, ତିତଲି ହେଲା କେହି ଆସିଲେନି । ମହାନଦୀ ପାଣି ବନ୍ଦ କଲେ । ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ଛାତ୍ରବୃତ୍ତି ବନ୍ଦ କଲେ । କୋଶଲୀ ଭାଷାକୁ ସମ୍ବଧିାନରେ ସ୍ଥାନ ଦେଲେନ । ଏବେ ଭୋଟ ବେଳେ ଆସି ବଡ଼ ବଡ଼ କଥା କହି ଭୋଟ ମାଗୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି, ଧାନର ଦୁଇଗୁଣା ଏମ୍‌ଏସ୍‌ପି କୁଆଡ଼େ ଗଲା? ମହାନଦୀ ପାଣି କାହିଁକି ବନ୍ଦ କଲେ? ବୀମା କରି ଚାଷୀ ହଇରାଣ ହେଉଛି, ଦାୟୀ କିଏ? ବିଜେପି ସରକାର ଆମ ରାଜ୍ୟ, ଗରିବ ଚାଷୀ ଓ ଓଡ଼ଅିା ଭାବାବେଗ ସହ ଖେଳୁଛ । ଆପଣମାନେ ଭୋଟରେ ଏହାର ଜବାବ ଦିଅନ୍ତୁ । ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗି ମୁଖ୍ୟମନ୍ତ୍ରୀ କହିଲେ, କାଳିଆ ଯୋଜନାକୁ ବନ୍ଦ କରିବାକୁ ବିଜେପି ସରକାର ଚକ୍ରାନ୍ତ କରୁଛି । ୪୦ ଲକ୍ଷ ଚାଷୀ ଏହାର ସୁଫଳ ପାଇଛନ୍ତି । ମୁଁ ଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେ ନାହିଁ । ବିଜେଡି ସରକାର ଆସିଲେ ପ୍ରଥମ ଦିନ କାଳଅିାର ଦୁଇ କସ୍ତି ଟଙ୍କା ମଳିବି । ମହଳିାମାନେ ବିକାଶର ପ୍ରକୃତ ଡବଲ୍‌ ଇଞ୍ଜିନ୍‌ ବୋଲି ସେ କହିଥିଲେ । ବିଜେଡି ମହିଳାଙ୍କ ସହ ରହିଛି । ମିଶନ ଶକ୍ତି ମାଆମାନଙ୍କୁ ଆମେ ୫ ହଜାର କୋଟି ଟଙ୍କାର ବେପାର ଦେବାକୁ ସଂକଳ୍ପ ନେଇଛୁ । ମହିଳାମାନଙ୍କୁ ବିଜେଡି ତାଙ୍କ ହକ୍‌ ଦେଇଛି । ମହିଳାଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ପ୍ରଦାନ କରିବେ । ଏହା କେନ୍ଦ୍ର ସ୍ୱାସ୍ଥ୍ୟ ସହାୟତାର ଦିଗୁଣା ।
ଭୋଟସଭାରେ ନବୀନ କେନ୍ଦ୍ରର ଓଡ଼ିଶା ବିରୋଧୀ ଆଭିମୁଖ୍ୟକୁ ଭୋଟରଙ୍କ ଆଗରେ ରଖି କହିଲେ, ଆପଣମାନେ କେନ୍ଦ୍ରର ବିଜେପି ନେତାଙ୍କୁ ପଚାରନ୍ତୁ କୋଇଲା ରୟାଲଟି ସଂଶୋଧନ ହେଲାନି କାହିଁକି? ୫ ମିନିଟର କାମ ୫ ବର୍ଷରେ ବି ହୋଇପାରିଲାନି ।

କୋଇଲା ରୟାଲଟିରୁ କେନ୍ଦ୍ର ବାର୍ଷିକ ୫ ହଜାର କୋଟି ଟଙ୍କା ପାଉଛି, ମାତ୍ର ଓଡ଼ିଶା ପାଉଛି କେବଳ ପ୍ରଦୂଷଣ ଆଉ ଧୂଳି । ବିଜେପିର ବଡ଼ ନେତାମାନେ ବେଆଇନ କୋଇଲା କାରବାର କରୁଛନ୍ତି କି? ଏମ୍‌ସିଏଲ, ଏନ୍‌ଟିପିସି ହଜାର ହଜାର କୋଟି ଲାଭ କରୁଛନ୍ତି । ମାତ୍ର ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ କଣ କରୁଛନ୍ତି? ଓଡ଼ିଆ ଯୁବକମାନଙ୍କୁ ଅଣଦେଖା କରି ବିଜେପି ନେତାମାନେ କଣ୍ଟ୍ରାକ୍ଟରଙ୍କ ପାଇଁ କାମ କରୁଛନ୍ତି କି? ଜମିହରାମାନଙ୍କୁ ନ୍ୟାୟ ମିଳୁନି । ଓଡ଼ିଆ କେନ୍ଦ୍ରମନ୍ତ୍ରୀମାନେ ଚୁପ୍‌ କାହିଁକି ବୋଲି ନବୀନ ପାଲଟା ପ୍ରଶ୍ନ କରିବା ସହ ଭୋଟରମାନେ ଭୋଟରେ ଏହାର ଜବାବ ଦେବାକୁ ଆହ୍ୱାନ ଦେଇଛନ୍ତି । ବିଜେପି ନେତାଙ୍କ ସ୍ୱାର୍ଥ ପାଇଁ ଓଡ଼ିଶା ନିଜ ହକ୍‌ରୁ ବଞ୍ଚିତ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପରେ ବିଜେପି ଛାନିଆ ହୋଇ ପଡ଼ିଛି । ଏପରିକି ବିଜେପି ନେତା ଇଭିଏମ୍‌ ଭାଙ୍ଗିବା ଆରମ୍ଭ କଲେଣି । ଲୋକମତକୁ ସମ୍ମାନ କିମ୍ବା ଆଇନକୁ ସମ୍ମାନ ଦେବା ଏ ଦଳର ନେତାମାନେ ଜାଣନ୍ତି ନାହିଁ ।
ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର, ମୁଁ ବଞ୍ଚିଥିବା ଯାଏ ଲୋକଙ୍କ ସେବା କରିବି । ଆପଣମାନଙ୍କ ବିଶ୍ୱାସ ଓ ଭରସା ମୋର ବଡ଼ ପୁଞ୍ଜି । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ ବୋଲି ନବୀନ କହିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏ ଭୋଟ ସଭାରେ ବିଜେଡି ପ୍ରାର୍ଥୀ ଓ ନେତାମାନେ ସାମିଲ୍‌ ହୋଇଥିଲେ ।

ସମ୍ବନ୍ଧିତ ଖବର