PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର କରୋନାରେ ପରଲୋକ
  • ||
  • ହିମନ୍ତ ବିଶ୍ବା ଶର୍ମା ହେବେ ଆସାମର ନୂତନ ମୁଖ୍ୟମନ୍ତ୍ରୀ, ସୋମବାର ନେବେ ଶପଥ
  • ||
  • ଖପ୍ରାଖୋଲ: ଜାମଚୁଆଁ ଗାଁରେ ବିଦ୍ୟୁତ ସଟସର୍କିଟରେ ଜଳିଗଲା ଘର , ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ
  • ||
  • ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଇସ୍ତଫା, ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଇସ୍ତଫାପତ୍ର ଦେଲେସର୍ବାନନ୍ଦ ସୋନୱାଲ
  • ||
  • କୋଭିଡ ମୁକାବିଲା ପାଇଁ ଓଡିଶାକୁ ୩୩୩.୮ କୋଟି ଅନୁଦାନ, କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା
  • ||
  • ରାଉରକେଲା : ସଟଡାଉନରେ ଦୋକାନ ଖୋଲିବା ପଡିଲା ମହଙ୍ଗା, ୪ଟି ଦୋକାନ ସିଲ୍, ଦୁଇ କୁଇଣ୍ଟାଲ ମାଛ ଓ ଦଶ କେଜି ମାଂସ ଜବତ
  • ||
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଆଜିଠୁ କେନ୍ଦ୍ରାପଡ଼ାରେ ନବୀନଙ୍କ ଦୁଇଦିନିଆ ରୋଡ୍‍ ସୋ’

prameya

କେନ୍ଦ୍ରାପଡ଼ା,୨୫ା୪(ଆପ୍ର): କିଛିଦିନ ଆଗରୁ କେନ୍ଦ୍ରାପଡ଼ାର ଦୁଇ ପୃଥକ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେବା ପରେ ଏବେ ରୋଡ୍‍ ସୋ’ରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପ୍ରିଲ ୨୬, ୨୭ରେ ଦୁଇଦିନ ଧରି ପ୍ରଚାର କରିବା ସହିତ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‌ ଭିକ୍ଷା କରିବେ ହାଇକମାଣ୍ଡ । ଆସନ୍ତକାଲି ଅର୍ଥାତ ଏପ୍ରିଲ ୨୬ ତାରିଖ ସକାଳେ ଜଗତସିଂହପୁରରେ କାର୍ଯ୍ୟକ୍ରମ ସାରିବା ପରେ ୧୧ ସୁଦ୍ଧା ପହଞ୍ଚିବେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସୀ ପଞ୍ଚାୟତ ହରିଆବାଙ୍କ ଗ୍ରାମରେ । ଏଠାରେ ହୋଇଥିବା ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ରୋଡ୍‌ ସୋ’ କରିବେ । ହରିଆବାଙ୍କଠାରୁ ଆରମ୍ଭ କରି ମାର୍ଶାଘାଇ କେନାଲ ବ୍ରିଜ୍‍ ଦେଇ ମହାକାଳପଡ଼ା, ହଳଦିଆଗଡ଼ା ଭାୟ ମାର୍ଶାଘାଇ, ପାଟକୁରା, ଗରଦପୁର ସହ ଆଖପାଖ ଅଞ୍ଚଳ ବୁଲିବେ । ପରେ ଅପରାହ୍ଣ ଗୋଟାଏ ସୁଦ୍ଧା ଗରଦପୁର ଡାକବଙ୍ଗଳାରେ ଅବସ୍ଥାନ କରିବେ । ସେଠାରୁ ପୁଣି ରୋଡ୍‍ ଶୋ’ ୩ଟାରୁଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ବେଳକୁ କେନ୍ଦ୍ରାପଡ଼ା ଟାଉନ୍‌ରେ ପହଞ୍ଚିବେ । ଏହି ଅବସରରେ ନବୀନ କେନ୍ଦ୍ରାପଡ଼ା ଟାଉନ୍‌ ପରିକ୍ରମା ସହ ଶ୍ରୀବଳଦେବଜିଉଙ୍କ ଆଶୀର୍ବାଦ ଲାଭ କରିବେ ।

ପୁଣି ରାତି ୯ଟା ବେଳକୁ ଜଣ୍ଟିଲୋ ଡାକବଙ୍ଗଳାରେ ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି । ଏଠାରୁ ସକାଳ ୯ଟା ୧୫ରୁ ବାହାରି ରୋଡ୍‌ ସୋ’ କରିବାର କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ନ ୧୨ଟା ୧୫ରେ ଆଳି ଡାକବଙ୍ଗଳାରେ ଅବସ୍ଥାନ କରିବେ । ପୁଣି ୧ ଟା ୪୫ରୁ ରୋଡ୍‍ ସୋ’ କରି ଆଳି, ରାଜକନିକା, ଓଳାଭର ଯାଏ ଚାଲୁ ରହିବ । ସେଠାରୁ ଓଳାଭରଠାରେ ଥିବା ହେଲିପ୍ୟାଡ୍‌ ପାଖରେ ପହଞ୍ଚିବା ପରେ ଏଠାରୁ ସାଲେପୁର, ଟାଙ୍ଗୀରେ ପ୍ରଚାର ଲାଗି ହେଲିକପ୍ଟରରେ ଯିବେ । ସେଠାରେ ପହଞ୍ଚିବା ପରେ ରୋଡ୍‍ ସୋ’ରେ ଭାଗ ନେବେ ମୁଖ୍ୟମନ୍ତ୍ରୀ ।
ଅନ୍ୟପକ୍ଷେ ଦଳର ମୁଖିଆଙ୍କ ଆଗମନକୁ ନେଇ କେନ୍ଦ୍ରାପଡ଼ାର ବିଭିନ୍ନ ନିର୍ବାଚନମଣ୍ଡଳୀ ୱାରୀ ନେତାମାନେ ସକ୍ରିୟ ହୋଇଉଠିଛନ୍ତି । ସମସ୍ତେ ଲାଗିପଡ଼ିଛନ୍ତି ରୋଡ୍‍ ସୋ’ ସଫଳ କରିବାକୁ । ମହାକାଳପଡ଼ାଠାରୁ ରୋଡ୍‍ ସୋ’ ଆରମ୍ଭ ହେଉଥିବାରୁ ମହାକାଳପଡ଼ା ବିଧାୟକ ତଥା ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ପୂରା ଦମ୍‌ରେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ପୂର୍ବରୁ ନିଜେ ଶ୍ରୀ ନାୟକ ଷ୍ଟାର କ୍ୟାମ୍ପନେର ତଥା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି, ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ପ୍ରଚାରକୁ ଜୋର୍‌ଦାର୍‌ କରିଥିବାବେଳେ ଏବେ ନବୀନଙ୍କ ରୋଡ୍‍ ସୋ’ । ପୂର୍ବରୁ ନବୀନ ବହୁବାର ମହାକାଳପଡ଼ା ଗସ୍ତ କରି ଅଞ୍ଚଳବାସୀଙ୍କ ହୃଦୟ ଜିଣିବାକୁ ସମର୍ଥ ହୋଇଥିବା କହିଛନ୍ତି ଦଳୀୟ କାର୍ଯ୍ୟକର୍ତ୍ତା । ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ କେମିତି କାର୍ଯ୍ୟକ୍ରମ ସଫଳତାର ସହ ସରିବା ସହିତ ଦଳୀୟ ପ୍ରାର୍ଥୀ ଅଧିକରୁ ଅଧିକ ଭୋଟରେ ଜିତିବେ ସମସ୍ତେ ଲାଗିପଡ଼ିଛନ୍ତି ।