PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଅବହେଳା ସ୍ୱରକୁ ଶାଣିତ କଲେ ନବୀନ, କେନ୍ଦ୍ର ଦେଉନି ୬୪୦୦ କୋଟି

ଭୁବନେଶ୍ୱର,୨୮ ।୧(ବ୍ୟୁରୋ):ଦିଲ୍ଲୀରେ ପୁଣି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନାରେ ୬୪୦୦ କୋଟି ଟଙ୍କା କେନ୍ଦ୍ର ଦେଉନି, ଗଡ଼ାଇ ଚାଲିଛି । ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ବସିଥିଲା ବେଳେ କେନ୍ଦ୍ର ନିଜ ଅଂଶଧନ ଦେଉନଥିବାରୁ ରାଜ୍ୟରେ ପ୍ରକଳ୍ପ ମଠଉଛି । ଏମିତି ଅଭିଯୋଗ କରିଛନ୍ତି ନବୀନ । ଏପରିକି ଯୋଜନାୱାରୀ କେଉଁ ପ୍ରକଳ୍ପରେ କେନ୍ଦ୍ର କେତେ ଟଙ୍କା ବାକି ରଖିଛି ମୁଖ୍ୟମନ୍ତ୍ରୀ ତା’ର ହିସାବ ମଧ୍ୟ ରଖିଛନ୍ତି । କେନ୍ଦ୍ରର ଏଭଳି ଟାଳଟୁଳ ମନୋଭାବରୁ ରାଜ୍ୟର ପ୍ରଗତି ବାଧାପ୍ରାପ୍ତ ହେଉଛି ବୋଲି ନବୀନ ଖୋଲା ଅଭିଯୋଗ କରିଛନ୍ତି ।
ନୂଆଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ସୋମବାର ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାର ସମୀକ୍ଷା କରିଥିଲେ । ସମୀକ୍ଷା କରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରର ଓଡ଼ିଶା ବିରୋଧୀ ମନୋଭାବକୁ ଗଣମାଧ୍ୟମ ସମ୍ମୁଖରେ ସ୍ପଷ୍ଟ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ କେନ୍ଦ୍ର ଯୋଜନା କରୁଛି, ମାତ୍ର ଠିକ୍‌ ସମୟରେ ପାଣ୍ଠି ଦେଉନି । ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ଦୁଇ ମାସ ବାକିଥିଲା ବେଳେ କେନ୍ଦ୍ର ଉପରେ ବହୁ ପାଣ୍ଠି ବକେୟା ଗଡୁଛି । କୃଷିରୁ ଆରମ୍ଭ କରି ଗ୍ରାମାଞ୍ଚଳ ଗୃହ ନିର୍ମାଣ ଯାଏ ସବୁ କ୍ଷେତ୍ରରେ କେନ୍ଦ୍ର ପାଣ୍ଠି ଦେଉନି ।
ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି, ଗ୍ରାମାଞ୍ଚଳ ଗୃହ ନିର୍ମାଣକୁ ରାଜ୍ୟ ଫୋକସ୍‌ କରୁଥିଲା ବେଳେ କେନ୍ଦ୍ର ଏଯାଏ ୧ ହଜାର କୋଟିରୁ ଉଧ୍ୱର୍ ପାଣ୍ଠି ଦେଇନି । ସମ୍ବେଦନଶୀଳ ସ୍ୱାସ୍ଥ୍ୟ ସେବାରେ ମଧ୍ୟ ୩୭୫ କୋଟି ବାକି ଗଡୁଛି । ସେହିଭଳି ମନରେଗାରେ ୪୦୦ କୋଟି ଏବଂ କୃଷିରେ ୬୫୦ କୋଟିରୁ ଉଧ୍ୱର୍ ପାଣ୍ଠି କେନ୍ଦ୍ର ବାକି ରଖିଛି । ଏପରିକି ପାନୀୟ ଜଳ ଯୋଗାଇବାକୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲା ବେଳେ କେନ୍ଦ୍ର ନିଜ ଅଂଶ ବାବଦକୁ ୧୮୦ କୋଟି ଟଙ୍କା ଦେବା ବଦଳରେ ମାତ୍ର ୮୦ କୋଟି ପାଣ୍ଠି ଦେଇଛି । ସ୍ମାର୍ଟ ସିଟି ଦାରିଦ୍ର‌୍ୟ ଦୂରୀକରଣରେ ୨୦୦ କୋଟିରୁ କେନ୍ଦ୍ର ଏଯାଏ ମାତ୍ର ୬ କୋଟି ଟଙ୍କା ଦେଇଛି ବୋଲି ନବୀନ ଅଭିଯୋଗ କରିଛନ୍ତି ।
ରାଜ୍ୟ କେନ୍ଦ୍ରୀୟ ଯୋଜନାରୁ ପାଇବାକୁ ଥିବା ଅର୍ଥ କିଭଳି ଫେବ୍ରୁଆରୀ ଶେଷ ସୁଦ୍ଧା ମିଳିପାରିବ ସେଥିପାଇଁ ଦିଲ୍ଲୀ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଧ୍ୟାନ ଦେଇ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଭାବେ ଏକ ୧୦ ଜଣିଆ ଅଫିସର ଦଳ ଗଠନ କରଯାଇଛି । କିଭଳି ରାଜ୍ୟକୁ ଅନୁମୋଦିତ ପାଣ୍ଠି ତୁରନ୍ତ ମିଳିବ ସେ ଦିଗରେ ଏହି ଟିମ୍‌ କାମ କରିବ ବୋଲି ଜଣାଯାଇଛି ।
ଉଲ୍ଲେଖଯୋଗ୍ୟ, ଭୋଟ ଯେତିକି ପାଖେଇ ଆସୁଛି ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଅବହେଳା ସ୍ୱରକୁ ସେତିକି ଶାଣିତ କରୁଛନ୍ତି । ନୂଆଦିଲ୍ଲୀରେ ବିଜେଡିର କୃଷକ ଅଧିକାର ସମାବେଶରେ ସିଧା କେନ୍ଦ୍ରକୁ ଆକ୍ରମଣ କରିବା ସହ ଚାଷୀଙ୍କୁ ଧାନ ଏମଏସପି ଦେବାରେ କେନ୍ଦ୍ର କୁନ୍ଥକୁନ୍ଥ ହେଉଛି ବୋଲି ଅଭିଯୋଗ ଆଣିଥିଲେ । ଏପରିକି ରାଜ୍ୟକୁ ଆର୍ଥିକ ସ୍ୱାୟତ୍ତତା ଦେବାକୁ ମଧ୍ୟ ଦାବି ରଖିଥିଲେ । ନବୀନ ଚଢ଼ା ସ୍ୱରରେ କହିଥିଲେ, ନିଜ ଉôପାଦିତ ସାମଗ୍ରୀର ହକ୍‌ ପାଇବା ଚାଷୀଙ୍କ ହକ୍‌, କାହାର ଦୟା ନୁହେଁ । କେନ୍ଦ୍ର ନିଜ ଦାୟିତ୍ୱରୁ ଖସି ଯାଇପାରିବ ନାହିଁ । ଆମକୁ ଯଦି କେନ୍ଦ୍ର ଆର୍ଥିକ ସ୍ୱାଧୀନତା ଦେଇଥାନ୍ତା, ଆମକୁ ଦିଲ୍ଲୀ ଆସିବାକୁ ପଡ଼ିନଥାନ୍ତା । ନିକଟରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ଦୋହରାଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଓଡ଼ିଶାକୁ ଏଥିରୁ ବଞ୍ଚିତ କରି କେନ୍ଦ୍ର ଐତିହାସିକ ଅବହେଳା କରିଆସୁଛି ବୋଲି ନବୀନ ଅଭିଯୋଗ କରିଛନ୍ତି ।