ଓଡ଼ିଶାରେ ମୋଦି ପ୍ରଭାବ ପଡ଼ିବ ନାହିଁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ଓଡ଼ିଶା ଦିଲ୍ଲୀ ନୁହେଁ । ଏଠି ମିଷ୍ଟର୍‌ ମୋଦିଙ୍କ ପ୍ରଭାବ ବିଶେଷ କିଛି ପଡ଼ିବ ନାହିଁ । ଏକଥା ବି ସତ ଯେ ବିରୋଧୀ ଦଳ ମୋତେ ହିଁ ଜୋର୍‌ଦାର୍‌ ଟାର୍ଗେଟ୍‌ କରୁଛନ୍ତି । ତଥାପି ଆମେ ଆଖିଦୃଶିଆ ବିଜୟ ହାସଲ କରିବୁ ।
ବେଶ୍‌ ଆତ୍ମ ବିଶ୍ୱାସ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଥା ଦୋହାରାଇଛନ୍ତି । ଏକ ଜାତୀୟ ଟେଲିଭିଜନ୍‌ ଚାନେଲକୁ ସାକ୍ଷାତକାର ଦେଇ ସେ ଏକଥା ବି ସ୍ପଷ୍ଟ କରି ଦେଇଛନ୍ତି, ନର୍ବାଚନ ପରେ ତାଙ୍କ ଦଳ ଏନ୍‌ଡିଏ କିମ୍ବା ୟୁପିଏକୁ ସମର୍ଥନ ଦେଇପାରେ । ଯେଉଁ ମେଣ୍ଟ ଓଡ଼ିଶାର ନ୍ୟାୟୋଚିତ ଦାବିକୁ ସମର୍ଥନ ଦେବ ତାକୁ ବିଜେଡି ସମର୍ଥନ ଯେଗାଇବ ।
ନବୀନ ନିବାସରେ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେସାଇଙ୍କ ସହ ଆଲୋଚନା ବେଳେ ନବୀନ ଏକଥା ଜଣାଇ ଦେଇଥିଲେ, କେଉଁ ଗୋଷ୍ଠୀକୁ ସମର୍ଥନ ଦେଲେ କିଏ ତାଙ୍କୁ ସାମ୍ପ୍ରଦାୟିକ କିମ୍ବା ଆଉ କ’ଣ ବୋଲି କହିବ ସେଥିପାଇଁ ସେ ଚିନ୍ତିତ ନୁହନ୍ତି । ଯେଉଁ ମେଣ୍ଟ ଦିଲ୍ଲୀରେ ସରକାର କରିବ ଏବଂ ଓଡ଼ିଶା ସ୍ୱାର୍ଥ କଥା

ଶୁଣିବ ତାକୁ ସମର୍ଥନ ଦେବେ, ତେଣିକି ସେ ଗୋଷ୍ଠୀର ନେତା ମୋଦି ହୁଅନ୍ତୁ କି ରାହୁଲ ।
ବିଜେଡିରୁ ଏତେ ନେତା ଦଳ ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି । ଏଥିରୁ ଏକଥା କ’ଣ ବୁଝାପଡୁଛି ଯେ ଓଡ଼ିଶାରେ ବିଜେପି ଏବେ ଏକ ବଢ଼ୁଥିବା ଶକ୍ତି? ଏ ପ୍ରଶ୍ନର ଜବାବ୍‌ ଦେଇ ନବୀନ କହିଛନ୍ତି, ଯେଉଁମାନଙ୍କୁ ଟିକେଟ ମିଳି ନାହିଁ କିମ୍ବା ଯେଉଁମାନେ ଦଳରୁ ନିଲମ୍ବିତ ହୋଇଛନ୍ତି ସେମାନେ ହିଁ ଦଳ ଛାଡ଼ିଛନ୍ତି । ଏଥିରେ ସେ ଆଦୌ ବିଚଳିତ ନୁହନ୍ତି । ବୈଜୟନ୍ତ ପଣ୍ଡା ଦଳ ଛାଡ଼ି ତାଙ୍କ ନାମରେ ୟାଡ଼ୁ ସ୍ୟାଡ଼ୁ କହିବା ତାଙ୍କୁ ବିଚଳିତ କରୁଛି କି ପ୍ରଶ୍ନର ଜାବାବ୍‌ ଥିଲା, ବିଲକୁଲ୍‌ ନୁହେଁ ।

ସେ କହିଥିଲେ, ରାଜ୍ୟର ବିକାଶ ପାଇଁ ତାଙ୍କ ସରକାର କାମ କରିଛି । ଅନେକ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କୁ ଉପକୃତ କରିଛି । ଏସବୁ ଭଲ କାମ ହିଁ ତାଙ୍କ ଦଳକୁ ଜିତାଇବ । ପ୍ରତି ନିର୍ବାଚନ କଡ଼ା ସଂଘର୍ଷ । ଏଥର ବି କଡ଼ା ମୁକାବିଲା ହେବ । କିନ୍ତୁ ତାଙ୍କ ଦଳ ଆରାମରେ ଜିତିବ ବୋଲି ସେ ବିଶ୍ୱାସ କରୁଛନ୍ତି ।
ଓଡ଼ିଶାରେ ପାଖପାଖି ୨୦ ବର୍ଷ ଶାସନ କାଳ ଭିତରେ ସେ ଓଡ଼ିଆ କହି ନ ପାରିବା ଅଭିଯୋଗର ଉତ୍ତର ଦେଇ ନବୀନ କହିଥିଲେ- ମୁଁ ଓଡ଼ିଆ କହି ପାରୁଛି । କିନ୍ତୁ ଘଣ୍ଟା ଘଣ୍ଟା ଧରି ଅରୁଚିକର (ବୋରିଙ୍ଗ) ଭାଷଣ ଦେବା ବଦଳରେ ମୁଁ ମାପଚୂପ ଓ ସଂକ୍ଷିପ୍ତ ଭାଷଣ ଦେବାକୁ ପସନ୍ଦ କରେ । ଏମିତି ବୋରିଙ୍ଗ ଭାଷଣ କେଉଁ ପ୍ରତିପକ୍ଷ ନେତା ଦେଉଛନ୍ତି ବୋଲି ପଚରାଯିବାରୁ ସେ କହିଥିଲେ, କିଏ ସବୁ ଏଭଳି ଲମ୍ବା ଭାଷଣ ଦିଅନ୍ତି ସେକଥା ସମସ୍ତେ ଜାଣିଛନ୍ତି ବୋଲି ସେ କହିଥିଲେ ।

   ସମ୍ବନ୍ଧିତ ଖବର


ଓଲାଗି ନାଗାର୍ଜୁନ ବେଶ ସଂଗ୍ରହାଳୟରେ ରହିବ, ଚଳିତଥର ହେବନି ପତିତପାବନଙ୍କ ବେଶ

ରାଜ୍ୟରେ କୋଭିଡ ଟିକା ସଂରକ୍ଷଣ ପାଇଁ ଭିତ୍ତିଭୂମି ସମସ୍ୟା: ୫୦ ହଜାର ଟିକା ସଂରକ୍ଷଣ ପାଇଁ ସମ୍‌ରେ ପ୍ରସ୍ତୁତି

ଆଜିଠୁ ପଞ୍ଚୁକ, ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ

କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

ମହଙ୍ଗା ପଡ଼ିଲା ଓଟିଭି ଜମି ଅନିୟମିତତା, ବେଗୁନିଆର ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡ଼ା ନିଲମ୍ବିତ

ବିଦେଶରୁ ଦାନ ସଂଗ୍ରହ କରିବ ଶ୍ରୀମନ୍ଦିର