PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଅଗଷ୍ଟ ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ ପାଠପଢ଼ା, ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ ହେବ ପାଠପଢ଼ା
  • ||
  • ସମ୍ବଲପୁର: ୮ ଘଣ୍ଟା ପରେ ପୁଣି ସହରରେ ହତ୍ୟାକାଣ୍ଡ, ମାଲତୀଗୁଣ୍ଡେପୁରରେ ଯୁବକଙ୍କୁ ହତ୍ୟା, ପ୍ରତିବାଦରେ ରାସ୍ତାରୋକ…
  • ||
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

‘ଜଗରନଟ୍‌ ଓଡ଼ିଶା ଅନ୍‌ ଦ ମୁଭ୍‌’ ପୁସ୍ତକ ଉନ୍ମୋଚନ କଲେ ନବୀନ: ଆମ କାମ ବିଜେଡିକୁ ପୁଣି ଜିତାଇବ

ଭୁବନେଶ୍ୱର,୨୩ ।୨(ବ୍ୟୁରୋ): ‘ଆସନ୍ତା ନିର୍ବାଚନରେ ଆମେ ପୁଣି ଜିତିବୁ । ଆମ ସରକାରର କାମ ହିଁ ଆମକୁ ଜିତାଇବାକୁ ଯଥେଷ୍ଟ ପ୍ରାୟ ।’
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ଶନିବାର) ଏଭଳି ଦୃଢ଼ୋକ୍ତି ଦେଇଛନ୍ତି । କେବଳ ସେତିକି ନୁହେଁ, ଏଥର ବିଜେଡି ଗତଥର ତୁଳନାରେ ଅଧିକ ଆସନରେ ବିଜୟୀ ହେବ ବୋଲି ସେ ଜଣାଇଛନ୍ତି ।
‘ଜଗରନଟ୍‌ ଓଡ଼ିଶା ଅନ ଦି ମୁଭ୍‌’ ପୁସ୍ତକ ଉନ୍ମୋଚନ ଉତ୍ସବରେ ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌ ଗ୍ରୁପର ସଂପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାୱଲାଙ୍କ ସହ ଖୋଲା ମଞ୍ଚରେ ଆଲୋଚନା ବେଳେ ବେଶ୍‌ ଆତ୍ମବିଶ୍ୱାସର ସହ ନବୀନ ଏକଥା କହିଛନ୍ତି ।
ରାଜନୀତି ତାଙ୍କୁ ଭଲ ଲାଗେ କି ପ୍ରଶ୍ନର ଉତ୍ତର ଦେଇ ନବୀନ କହିଥିଲେ, ମୋ କାମ ସହ ଲୋକଙ୍କ ଭଲମନ୍ଦ ଜଡ଼ିତ । ଲୋକଙ୍କ ପାଇଁ କାମ କରିବାକୁ ମୋତେ ଭଲ ଲାଗେ । ଲୋକେ ଖୁସି ହେଲେ ମୁଁ ଖୁସି ।
ତାଙ୍କ ଦୁଇ ଦଶନ୍ଧି ଲମ୍ବା ଶାସନର ସଫଳତା ଉପରେ ଆତ୍ମସନ୍ତୁଷ୍ଟିି ପ୍ରକାଶ କରି ନବୀନ କହିଥିଲେ, ୨୦୦୦ ମସିହାରେ ଆମେ କ୍ଷମତାକୁ ଆସିବା ବେଳକୁ ଗରିବୀ ଆମର ପରିଚୟ ଥିଲା । ଆଜି ଆମେ ୮୦ ଲକ୍ଷ ପରିବାରକୁ ଦାରିଦ୍ର‌୍ୟ ସୀମାରେଖାରୁ ଉପରକୁ ଉଠାଇ ପାରିଛୁ । ଓଡ଼ିଶାରେ ଖାଦ୍ୟାଭାବ ଲାଗି ରହିଥିଲା । ଆଜି ଓଡ଼ିଶାରୁ ଖାଦ୍ୟ ରପ୍ତାନୀ କରୁଛୁ । ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆମେ ତୃତୀୟ ସର୍ବାଧିକ ଚାଉଳ ଯୋଗାଉଛୁ ।
ଓଡ଼ିଶାର ବିକାଶ, ସାଂପ୍ରତିକ ସାମାଜିକ ଅବସ୍ଥା ସହ ଅଭିବୃଦ୍ଧିକୁ ନେଇ ‘ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ ପକ୍ଷରୁ ପ୍ରକାଶିତ ପୁସ୍ତକ ‘ଜଗରନଟ୍‌ ଓଡ଼ିଶା ଅନ ଦ ମୁଭ୍‌’କୁ ନବୀନ ଉନ୍ମୋଚନ କରିଥିଲେ । ପୁସ୍ତକ ଉନ୍ମୋଚନ ପରେ ଶ୍ରୀ ଚାୱଲା ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଲେ, ସମଗ୍ର ଦେଶରେ ଆମେ ଚାଷୀଙ୍କ ଆୟ ଦୁଇଗୁଣା କରିପାରିଛୁ । ଗୋଟିଏ ଦଶନ୍ଧିରେ ଆମକୁ ଏ ସଫଳତା ମିଳିଛି । ସ୍ମାର୍ଟ ସିଟିରେ ଓଡ଼ିଶା ୧ ନମ୍ବର ହୋଇପାରିଛି । ଭୁବନେଶ୍ୱର ଆଜି ସମଗ୍ର ଦେଶରେ ସ୍ପୋର୍ଟସ କ୍ୟାପିଟାଲ ଭାବେ ପରିଚିତ ହେଉଛି । ଆମେ ଏଠାରେ ବେଶ ସଫଳତାର ସହ ଆନ୍ତର୍ଜାତିକ ପୁରୁଷ ବିଶ୍ୱ କପ୍‌ ହକି ଆୟୋଜନ କରିଛୁ । ଓଡ଼ିଶା ବିକାଶର ଏହା ହେଉଛି ଉଦାହରଣ ।
ସେହିଭଳି ସାମାଜିକ ସୁରକ୍ଷା ଦିଗକୁ ମଧ୍ୟ ରାଜ୍ୟ ସରକାର ଫୋକସ କରିଛନ୍ତି । ନିଜସ୍ୱ ପାଣ୍ଠିରୁ ସରକାର ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରି ଗରିବ ପରିବାରକୁ ଟଙ୍କିକିଆ ଚାଉଳ ଯୋଗାଇ ଦେଉଛନ୍ତି । ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଭଳି ଦିଗକୁ ରାଜ୍ୟ ସରକାର ଫୋକସ୍‌ କରିଛନ୍ତି । ଆମ ରାଜ୍ୟର ଚିର ସହଚର ପ୍ରାକୃତିକ ଦୁର୍ବିପାକ ମୁକାବିଲା ପାଇଁ ୧୯୯୯ ମହାବାତ୍ୟା ପରେ ଆମେ ବହୁ ପଦକ୍ଷେପ ନେଇଛୁ । ଆମ ବିପର୍ଯ୍ୟୟ ପରିଚାଳନାକୁ ଜାତିସଂଘ ଭୂୟସୀ ପ୍ରଶଂସା କରିଛି । ଆମେ କାମ କଥା କହୁଥିଲା ବେଳେ ରାଜ୍ୟବାସୀ ଆମ ସହ ଅଛନ୍ତି ବୋଲି ନବୀନ କହିଛନ୍ତି । ଜଙ୍ଗଲରୁ ଆଦିବାସୀଙ୍କୁ ହଟାଇବାକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦରକାର ପଡ଼ିଲେ ତାଙ୍କ ସରକାର ପୁଣି ସୁପ୍ରିମକୋର୍ଟକୁ ଯିବେ ।
ଏ ଅବସରରେ ଦୁଇଟି ପର୍ଯ୍ୟାୟରେ ପ୍ୟାନେଲ ଆଲୋଚନା ହୋଇଥିଲା । ଅତିଥିମାନେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା କେମିତି ଆଜି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି, ସେ ସଂପର୍କରେ ବିଶଦ ସୂଚନା ଦେଇଥିଲେ ।
ଉନ୍ମୋଚନ ଉତ୍ସବରେ ଉଭୟ ଶ୍ରୀ ଚାୱଲା ନବୀନଙ୍କୁ ବେଶ୍‌ ପ୍ରଶଂସା କରିଥିଲେ । ଚାୱଲା କହିଲେ, ନବୀନଙ୍କୁ ସେ ଦୀର୍ଘବର୍ଷ ହେବ ଜାଣିଛନ୍ତି । ମାତ୍ର ଏବେ ବି ନବୀନ ମୋ ପାଇଁ ବେଶ୍‌ ରହସ୍ୟମୟ । ସେହିଭଳି ଶ୍ରୀ ଚାୱଲା ନବୀନଙ୍କ ବ୍ୟକ୍ତିତ୍ୱକୁ ବିଏମଡବ୍ଲ୍ୟୁ (ବେସିକ୍‌ ମିନିମମ୍‌ ୱାର୍ଡ) ବନାମ ବିଏମଡବ୍ଲ୍ୟୁ (ବେଷ୍ଟ ମାକ୍ସିମମ୍‌ ୱାର୍କ)ସହ ତୁଳନା କରିଥିଲେ । ଓଡ଼ିଶା ଓ ଓଡ଼ିଆ ଆଜି ସବୁଠି ବେଶ୍‌ ଚର୍ଚ୍ଚିତ ବୋଲି ଚାୱଲା କହିଥିଲେ ।

ସମଗ୍ର ବିଶ୍ୱ ଏବେ ଓଡ଼ିଶାକୁ ଦେଖୁଛି
ଓଡ଼ିଶା କେବଳ ଆଗକୁ ଆଗଉନି । ବିକାଶରେ ଧାଉଁଛି । ସମଗ୍ର ବିଶ୍ୱର ନଜର ଏବେ ଓଡ଼ିଶା ଉପରେ । ‘ଜଗରନଟ୍‌ ଓଡ଼ିଶା ଅନ୍‌ ଦ ମୁଭ୍‌’ ପୁସ୍ତକ ଉନ୍ମୋଚନ ଉତ୍ସବରେ ବହୁ ଅତିଥି ଏଭଳି ମତ ରଖିଛନ୍ତି ।
ଆଜି ‘ଜଗରନଟ୍‌ ଓଡ଼ିଶା ଅନ୍‌ ଦ ମୁଭ୍‌’ ପୁସ୍ତକ ଉନ୍ମୋଚନ ଅବସରରେ ଦୁଇଟି ପର୍ଯ୍ୟାୟରେ ପ୍ୟାନେଲ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ବିକାଶ ଓ ଚାଲେଞ୍ଜ ନେଇ ପ୍ୟାନେଲିଷ୍ଟମାନେ ନିଜ ମତ ରଖିଥିଲେ । କାର୍ଯ୍ୟକ୍ରମକୁ ପ୍ରଭୁ ଚାୱଲା ଉଦ୍‌ଘାଟନ କରିବା ପରେ ପ୍ରଫେସର ନିତ୍ୟ ରାଓ, ଲାରା ଏଲେନ୍‌, ଡ.ଅନୁପ୍ରୀତା ଶୁକ୍ଳା, ରାନୁ ଭୋଗଲ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି ବୋଲି ମତ ରଖିଥିଲେ । ଏହାକୁ ଡ. ସୁରଜ କୁମାର ସଂଚାଳନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ନିଷ୍ଠା ସତ୍ୟମ୍‌, ଡ.ସୁରଜ କୁମାର, ଦେବରାଜ ପ୍ରଧାନ, କ୍ରିଷ୍ଣା ବାସ୍ତା କହିଲେ, ଓଡ଼ିଶା ପିଠା, କାଳିଆ ଭଳି ଯୋଜନା ଆଣି ସମସ୍ତଙ୍କୁ ବିସ୍ମିତ କରିଛି । ଓଡ଼ିଶା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଥ୍ରୀ ‘ଟି’କୁ ନେଇ ଏବେ ଭୁବନେଶ୍ୱର ଶିକ୍ଷାକେନ୍ଦ୍ର ପାଲଟିଛି ବୋଲି ପ୍ୟାନେଲିଷ୍ଟମାନେ ମତ ରଖିଥିଲେ ।