ଆଜି ନାମାଙ୍କନ କରିବେ ନବୀନ

ଛତ୍ରପୁର,୧୯ା୩(ଆପ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩୧-ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ବୁଧବାର ନାମାଙ୍କନ ପତ୍ର ଦାଖଲ କରିବେ । ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଥିବା ଛତ୍ରପୁର ଏସ୍ଡିପିଓ ଉତ୍କଳ କେଶରୀ ଦାସ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଭୁବନେଶ୍ୱରରୁ ହେଲିକ୍ୟାପ୍ଟରରେ ସକାଳ ୯ଟା ୪୫ରେ ତାରାତାରୀଣୀ ମନ୍ଦିର ନିକଟରେ ଓହ୍ଲାଇବେ । ତାରାତାରିଣୀଙ୍କ ଦର୍ଶନ କରି ସେଠାରୁ ୧୦ଟା ୪୫ରେ ଛତ୍ରପୁର ଷ୍ଟାଡିୟମରେ ପହିଞ୍ଚିବେ । ମୁଖ୍ୟମନ୍ତ୍ରୀଙ୍କ ସହ ୩ଟି କାର୍ ରହିବ । ନାମାଙ୍କନ ପତ୍ର ଦାଖଲ କରିବା ସହ ସେଠାରେ ୧୫ ମିନିଟ ରହି େ‘ରିଯିବେ । ନାମାଙ୍କନ ପତ୍ର ଦାଖଲ କରିବା ନେଇ ତାଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରୁ ନାମାଙ୍କନ ପତ୍ର ଫର୍ମ ଓ ଅନ୍ୟାନ୍ୟ ନଥିପତ୍ର ନେଇଥିବା ଖବର ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଛତ୍ରପୁର ପୁଲିସ ବ୍ୟାପକ ବ୍ୟବସ୍ଥା କରିଥିବା ଏସ୍ଡିପିଓ ସୂଚନା ଦେଇଛନ୍ତି ।