PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁମୁଡିବନ୍ଧ: ଗାଈକୁ ବଞ୍ଚାଇଲା, ଛେଳି ପଲ ଉପରେ ଚଢିଗଲା ମାଲ୍ ବୋଝେଇ ଟ୍ରକ୍, ଓଲଟିବାରୁ କ୍ୟାବିନ୍‌ରେ ପଶିଗଲେ ଡ୍ରାଇଭର ଓ ହେଲ୍ପର୍
  • ||
  • ନରସିଂହପୁର: ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ପରିବାରର ୫ ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଆସବାବପତ୍ର
  • ||
  • ଭୁବନେଶ୍ୱର: ଓଜେଇଇର ଏମ୍‌ବିବିଏସ୍, ବିଡ଼ିଏସ୍ କାଉନସେଲିଂ ସ୍ଥଗିତ
  • ||
  • ନୂଆଦିଲ୍ଲୀ: ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ
  • ||
  • କେନ୍ଦୁଝର: କାନଝରୀ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗତକାଲି ଗାଧୋଇଲା ବେଳେ ବୁଡି ଯାଇଥିଲେ…
  • ||
  • ରାୟଗଡ଼: ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର, ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ
  • ||
  • ବ୍ରହ୍ମପୁର: ସପ୍ତାହେ ହେଲା ଶାଶୂ ଘର ଆଗରେ ତପସ୍ୱିନୀ: ସ୍ୱାମୀ ଘରକୁ ଯିବେ କି ନାହିଁ ଆଜି କୋର୍ଟରେ ଶୁଣାଣି
  • ||
  • ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||
  • ଭୁବନେଶ୍ୱର : ୪/୫ରେ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା, ୩ରୁ ପଡ଼ିବ ପ୍ରଭାବ,
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଏକକାଳୀନ ୩ଟି ସ୍ଥାନରେ ରେଡ୍‌, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ଜବତ
  • ||
  • ପୁରୀ : ଦାରୁଦିଅଁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ଭୋଗରାଇ : ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ଟି ଅସ୍ଥାୟୀ ଦୋକାନ
  • ||
  • ଯାଜପୁର : ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||

କିଷାନ ଯୋଜନାକୁ ନବୀନଙ୍କ ସମାଲୋଚନା: ଭୂମିହୀନ, ଭାଗଚାଷୀଙ୍କୁ ଅଣଦେଖା କରିଛି କେନ୍ଦ୍ର

କଣାସ/ବ୍ରହ୍ମଗିରି,୨୦ା୨(ଆପ୍ର): ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନାରେ ଭୂମିହୀନ ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକଙ୍କୁ ଅଣଦେଖା କରାଯାଇଛି । ସେମାନଙ୍କ ପାଇଁ କେନ୍ଦ୍ରୀୟ ଯୋଜନାରେ କୌଣସି ସହାୟତାର ବ୍ୟବସ୍ଥା ନଥିବା ଦୁଃଖର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କେନ୍ଦ୍ର ସରକାର ଚାଷୀଙ୍କୁ ବର୍ଷକୁ ୬ହଜାର ନୁହେଁ ୧୦ହଜାର ଟଙ୍କା ଦେବାକୁ ସେ ଦାବି କରିଛନ୍ତି ।
ଆଜି ପୁରୀ ଜିଲ୍ଲାର କଣାସ ଓ ବ୍ରହ୍ମଗିରିଠାରେ ୫୨୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ କରିଥିବା କିଷାନ୍‌ ଯୋଜନାକୁ ସମାଲୋଚନା କରିଥିଲେ । ଭୂମିହୀନ ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକଙ୍କ ସ୍ୱାର୍ଥ ଯେପରି ସୁରକ୍ଷିତ ରହିବ, ସେମାନେ ଯେପରି ଅନ୍ୟମାନଙ୍କ ପରି ସହାୟତା ପାଇବେ ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ, ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ବେଶ୍‌ ଲୋକପ୍ରିୟ ହୋଇଛି । ଏଥିରେ ଛୋଟ ଚାଷୀ, ଭାଗଚାଷୀ, ଭୂମିହୀନ ଚାଷୀ, କୃଷି ଶ୍ରମିକ ସମସ୍ତଙ୍କ ସ୍ୱାର୍ଥ ରକ୍ଷା କରାଯାଇଛି । ସ୍ୱାଭିମାନ ସହ ବଞ୍ଚିବାକୁ କାଳିଆ ଯୋଜନା ସାହସ ଦେଇଛି । ଆମର କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବର୍ତ୍ତମାନ ସୁଦ୍ଧା ୧୬ଲକ୍ଷ ଚାଷୀ ଏହି ଯୋଜାନର ସୁଫଳ ପାଇଥିବା ବେଳେ ଆସନ୍ତା କାଲି ୧୦ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନାରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଜଣେ ବି ଯୋଗ୍ୟ ଚାଷୀ ଯେପରି କାଳିଆ ଯୋଜନାରୁ ବାଦ ନପଡ଼ନ୍ତି ତା’ ଉପରେ ମୁଁ ନଜର ରଖିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କାଳିଆ ଯୋଜନାରେ ହିତାଧିକାରୀଙ୍କ ପିଲାମାନଙ୍କ ଉଚ୍ଚ ଶିକ୍ଷା ପାଇଁ ହୋଇଥିବା କାଳିଆ ଛାତ୍ରବୃତ୍ତି ଯୋଜନା, ବିନା ସୁଧରେ ଚାଷୀଙ୍କୁ ଋଣ, ବିନା ସୁଧରେ ମିଶନ ଶକ୍ତି ମା’ମାନଙ୍କୁ ଋଣ ଆଦି ରାଜ୍ୟ ସରକାରଙ୍କ ପଦକ୍ଷେପର ସୁବିଧା ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।
ଅଧଘଣ୍ଟା ବିଳମ୍ବରେ ପୂର୍ବାହ୍ନ ସାଢ଼େ ୧୧ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଆସି ଜଙ୍କିଆ ଗଡ଼ସାହି ହାଇସ୍କୁଲ ନିକଟ ହେଲିପ୍ୟାଡ୍‌ରେ ଓହ୍ଲାଇ ଥିଲେ । ବିଧାୟକ ଉମାକାନ୍ତ ସାମନ୍ତରାୟ, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଓ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟମନ୍ତ୍ରୀଙ୍କୁ ସଭାସ୍ଥଳକୁ ପାଛୋଟି ଆଣିଥିଲେ । ମିଶନ ଶକ୍ତିର ସଦସ୍ୟାମାନେ ପୁଷ୍ପଗୁଚ୍ଛ ଓ ଫୁଲହାର ଦେଇ ସ୍ୱାଗତ କରିଥିଲେ । ବିଧାୟକ ଶ୍ରୀ ସାମନ୍ତରାୟ ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ଗତ ୫ବର୍ଷରେ ହୋଇଥିବା ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ ।
ସତ୍ୟବାଦୀ ବ୍ଲକରେ ୬୬ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସହିତ କଣାସ, ବ୍ରହ୍ମଗିରି ଓ ସତ୍ୟବାଦୀ ବ୍ଲକ ପାଇଁ ୧୮୪ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ, ଯାମଳଗୋଦାରେ ଆଦର୍ଶ ବିଦ୍ୟାଳୟ, କାଳୀଘଡି, ବଗିପଡା ଓ କରମଳାର ନୂତନ ସେତୁ ନିର୍ମାଣ, ଚନ୍ଦ୍ରମା ପାଟପୁରରୁ ଗଡଖାରଦ ରାସ୍ତା, କଲ୍ୟାଣପୁର ମନ୍ଦାରବସ୍ତ ରାସ୍ତା, ଜଙ୍ଘାରରୁ ଜଙ୍କିଆ ରାସ୍ତା ଜାତୀୟ ରାଜପଥା ୩୧୬ରୁ ପିଡବ୍ଲ୍ୟୁଡି ରୋଡରୁ ଭାୟା ଚଉଦବାଟିଆ ଦେଇ ହରିଶଙ୍କର ରାସ୍ତା, ଦାସବିଦ୍ୟାଧରପୁରରୁ ଡାହାଳପଡା ରାସ୍ତା ଆଦି ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ ଲୋକମାନଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ବ୍ଲକର ୫ଟି ମିଶନ୍‌ ଶକ୍ତିକୁ ପୁରସ୍କାର ଓ ୫ଜଣ ଭିନ୍ନକ୍ଷମ ପିଲାଙ୍କୁ ଭିନ୍ନକ୍ଷମ ଉପକରଣ ମୁଖ୍ୟମନ୍ତ୍ରୀ ବଣ୍ଟନ କରିଥିଲେ ।
ପଞ୍ଚାୟତ ସମିତି ଅଧ୍ୟକ୍ଷ ରମେଶ ଚନ୍ଦ୍ର ସେଠୀ, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦିପ୍ତୀରାଣୀ ସ୍ୱାଇଁ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଓ ସମିତି ସଭ୍ୟ, ବିଡିଓ ପ୍ରତିଭା ସାହୁ, ତହସିଲଦାର ଅନୀତା ପଣ୍ଡା ପ୍ରମୁଖ ସଭାସ୍ଥଳରେ ଉପସ୍ଥିତ ଥିଲେ । ପ୍ରାୟ ୨୫ହଜାରରୁ ଊଦ୍ଧ୍ୱର୍ ଲୋକଙ୍କ ସମାଗମ ହୋଇଥିଲା । ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଚିଫ୍‌ ଇଞ୍ଜିନିୟର ଅଭୟ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏଡି.ଏସ୍‌ପି ଗାଗରିନ୍‌ ମହାନ୍ତି, ଏସ୍‌ଡିପିଓ ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ସମେତ ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିଲେ ।
କଣାସରେ ସଭା ସାରି ମଧ୍ୟାହ୍ନ ୧୨ଟାରେ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ବ୍ରହ୍ମଗିରି ଗସ୍ତ କରିଥିଲେ । ବ୍ରହ୍ମଗିରିସ୍ଥ କେରାଣ୍ଡିଆ ହେଲିପ୍ୟାଡ୍‌ରେ ଓହ୍ଲାଇ ବ୍ରହ୍ମଗିରି ବିଧାୟକ ସଞ୍ଜୟ କୁମାର ଦାସବର୍ମାଙ୍କ ତତ୍ତ୍ୱାବଧାନରେ ଆୟୋଜିତ “ବସୁଧା’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ୧୬୧.୩୯ କୋଟି ଟଙ୍କା ବ୍ୟୟରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ୯୯ଟି ଗାଁକୁ ବୃହତ୍‌ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଅନ୍ୟାନ୍ୟ ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ । ମୋଟ ୨୭୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲା ।
ସଭାସ୍ଥଳରେ ପହଞ୍ଚି ମୁଖ୍ୟମନ୍ତ୍ରୀ ହାତ ହଲାଇ ସମସ୍ତଙ୍କୁ ଅଭିନନ୍ଦନ ଓ ନମସ୍କାର ଜଣାଇଥିଲେ । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ “ଆପଣମାନେ ଖୁସି ତ’ ବୋଲି ପ୍ରଶ୍ନ କରି ମୁଁ ବି ସହିତ ନିଜେ ଖୁସି ଥିବା କହିଥିଲେ । ବିଭିନ୍ନ ମହିଳା ଗୋଷ୍ଠୀର ମହିଳାମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ପରେ ବିଧାୟକ ଶ୍ରୀ ଦାସବର୍ମା ଉଦ୍‌ବୋଧନ ଦେଇ ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ ।
କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି, ସାଂସଦ ପିନାକୀ ମିଶ୍ର, ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ, ଜିଲ୍ଲା ପରିଷଦ ସଦସ୍ୟ କୈଳାସ ପରିଡା, ବିଦ୍ୟାଧର ସ୍ୱାଇଁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ନଳିନୀପ୍ରଭା ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।