ରାୟଗଡା: କେନ୍ଦ୍ର ଉପରେ ବର୍ଷିଲେ ନବୀନ

ରାୟଗଡା ୭/୪: ରାୟଗଡାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ରାୟଗଡା ଗୁଣୁପୁର ଓ ବିଷମକଟକରେ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁଣପୁର ବସନ୍ତ ପଡିଆରେ ଏକ ସାଧାରଣ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ କହିବା ସହ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ।

କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ । କେନ୍ଦ୍ର ସରକାରଙ୍କର ଗରିବ ଲୋକଙ୍କ ଆନ୍ତରିକତା ନାହିଁ । ଗରିବଙ୍କ ପାଇଁ ରାଜ୍ଯ ସରକାର ଆହାର ଯୋଜନା ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ଏହି ସହାୟତା ଦେବାକୁ ମନା କରିଦେଇଥିଲେ । ତଥାପି ରାଜ୍ଯ ସରକାର ନିଜ ଉଦ୍ଯମରେ ଏହି ଯୋଜନା ଜାରି ରଖିଛନ୍ତି ବୋଲି ସେ କହିଛନ୍ତି । ଜୀବନର ଶେଷ ପର୍ଯ୍ଯନ୍ତ ଓଡିଶାବାସୀଙ୍କ ସେବା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ନବୀନ । ଏହି ଅବସରରେ ଗୁଣପୁର ବିଧାନସଭା ପ୍ରାର୍ଥୀ ରଘୁନାଥ ଗମାଙ୍ଗ ଓ କୋରାପୁଟ ଲୋକସଭା ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ।

ଗୁଣପୁର ପରେ ବିଷମକଟକ ଓ ରାୟଗଡ଼ା ନିର୍ବାଚନମଣ୍ଡଳୀରେ ରାଲି ସହ ପ୍ରଚାର ସମାବେଶ କରିବେ ବିଜେଡି ସୁପ୍ରିମୋ । ରାୟଗଡ଼ାରେ ନିର୍ବାଚନ ପ୍ରଚାର ସାରି ନବୀନ ଅପରାହ୍ନରେ ଗଜପତିରେ ପହଂଚିବେ । ସେଠାରେ ସେ ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନୀ ପ୍ରଚାର କରିବେ ।

   ସମ୍ବନ୍ଧିତ ଖବର


ଦିଲ୍ଲୀ –ଉତ୍ତରାଖଣ୍ଡ ସହିତ ଉତ୍ତର ଭାରତର ବହୁ ସହରରେ ଭୂକମ୍ପ ଝଟକା ଅନୁଭୂତ

ପୁଣି ୟୁପି ରାଜନୀତିକୁ ଫେରିବ କି ଦାଦା-ପୁତୁରାଙ୍କ ଯୋଡି? ସମାଜବାଦୀ ପାର୍ଟି ସହ ମେଣ୍ଟ କରିବା ନେଇ ଏହା କହିଲେ ଶିବପାଲ

ବିଲ୍ ଗେଟସଙ୍କ ସହିତ ସ୍ମୃତି ଇରାନୀ ସେୟାର କଲେ ଫଟୋ, କ୍ୟାପସନରେ ନିଜ ପାଠପଢାକୁ ନେଇ ଏଭଳି ଲେଖିବା ପରେ ୟୁଜର୍ସ କହିଲେ…

ଯେବେ ଲୋକସଭାରେ ରାହୁଲଙ୍କ ସିଟରେ କଂଗ୍ରେସର ଏହି ସାଂସଦ ଥିଲେ, ବାଚସ୍ପତି ଓମ୍ ବିର୍ଲା କହିଲେ- ରାହୁଲ ଛୁଟିରେ…