PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ବିଶ୍ୱ ବଜାରରୁ ଟିକା କିଣିବା ପାଇଁ ଉପୁଜିଥିବା ଅସୁବିଧାର ସମାଧାନ ପାଇଁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପତ୍ର ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର- ଏବେ କରୋନା ମହାମାରୀ ସମୟରେ କୋଭିଡ୍‌ ଟିକାର ଅଭାବ ଦେଖା ଦେଇଛି । ଓଡିଶା ସହ ବିଭିନ୍ନ ରାଜ୍ୟରେ ଟିକା କରଣ ବାଧାପ୍ରାପ୍ତ ହୋଇଛି । ବିଶ୍ୱ ବଜାରରୁ କେତକ ରାଜ୍ୟ ଟିକା କିଣିବାପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଂଘୀୟ ବ୍ୟବସ୍ଥାରେ କେତକ ଟିକା ଉତ୍ପାଦନକାରୀ କମ୍ପାନୀ ଟିକା ଦେବାପାଇଁ ଅମଙ୍ଗ ହୋଇଛନ୍ତି । ବିଶ୍ୱ ବଜାରରୁ ଟିକା କିଣି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ବିତରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ସହଯୋଗ କରିବାକୁ ଏବଂ କେନ୍ଦ୍ର ସହ ତାଳମେଳ ରଖି ଟିକା କରଣ କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ସେ କହିଛନ୍ତି ।

ବିଦେଶରୁ ଟିକା କିଣି କେନ୍ଦ୍ର ରାଜ୍ୟ ସରକାରଙ୍କୁ ଯୋଗାଇ ଦେବାପାଇଁ ଏବଂ ଟିକାକରଣରେ ରାଜ୍ୟମାନଙ୍କୁ ନିଷ୍ପତ୍ତି ନେବାପାଇଁ ସ୍ୱତନ୍ତ୍ର ଅଧିକାର ଦେବା ପାଇଁ ନବୀନ ଚିଠିରେ ପ୍ରସ୍ତାବ ଦେଇଛନ୍ତି । ଏହାକୁ ଅଧିକ ସରଳୀକରଣ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାହାଡ ଜଙ୍ଗଲରେ ଇଣ୍ଟନେଟ୍‌ ଏବଂ ନେଟଓ୍ୱର୍କର ଅସୁବିଧା ଯୋଗୁଁ ଅନେକ ଲୋକ ପଞ୍ଜିକରଣ କରିପାରୁ ନାହାନ୍ତି । ଏପରି ସ୍ଥଳେ ସେମାନଙ୍କୁ ଟିକାଦାନ ପାଇଁ ରାଜ୍ୟ ସରକାର ନିଜର ନୀତି ନିର୍ଦ୍ଧାରଣ କରିବା ପାଇଁ କେନ୍ଦ୍ର ଅନୁମତି ଦେଉ ବୋଲି ନବୀନ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଥିପାଇଁ ସେ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ , ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି ।

ବିଭିନ୍ନ ରାଜ୍ୟ ଗ୍ଲୋବାଲ ଟେଣ୍ଡର କରିଥିଲେ ମଧ୍ୟ ଅନ୍ତର୍ଜାତୀୟ କମ୍ପାନୀମାନେ ଟିକା ବିକ୍ରି କରିବା ପାଇଁ ଏଥିରେ ସାମିଲ ହୋଇ ନାହାନ୍ତି । ନବୀନଙ୍କ ସହ ମମତା ବାନାର୍ଜୀ ଏକ ମତ ହୋଇଛନ୍ତି । ସେ ନବୀନଙ୍କ ପରାମର୍ଶକୁ ସମର୍ଥନ ଦେଉଥିବା କଥା କହିଛନ୍ତି ।