ରାହାମା, ଜଗତସିଂହପୁର, ନିଆଳିରେ ନବୀନଙ୍କ ନିର୍ବାଚନୀ ପ୍ରଚାର: ‘ମିଛ, ହିଂସା, ଗୁଣ୍ଡାଗିରି ବିଜେପିର ମୁଖ୍ୟ ଏଜେଣ୍ଡା’

ଜଗତସିଂହପୁର/ରାହାମା/ନିଆଳି,୨୨ା୪(ଆପ୍ର): ମିଛ, ହିଂସା ଓ ଗୁଣ୍ଡାଗିରି ବିଜେପିର ମୁଖ୍ୟ ଏଜେଣ୍ଡା । ଜାମିନ୍‌ରେ ଆସିଥିବା ଅପରାଧୀଙ୍କୁ ବିଜେପି ପ୍ରାର୍ଥୀ କରିଛି । ଏହା ଆମ ସଂସ୍କୃତିର ବିରୋଧୀ । ଓଡ଼ିଶାର ଜନସାଧାରଣ ଏଥିପାଇଁ ବିଜେପିକୁ ଉଚିତ୍‌ ଜବାବ ଦେବେ । ହେଲେ ବିଜୁ ଜନତା ଦଳ ପ୍ରତି ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ସହଯୋଗ ରହିଛି ବୋଲି ଜଗତସିଂହପୁରଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜଗତସିଂହପୁରସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡ଼ିୟମରେ ଆୟୋଜିତ ଜନସମାବେଶକୁ ଉଦ୍‌ବୋଧନ ଦେଇ ନବୀନ ସିଧାସଳଖ ଆଜି ବିଜେପିକୁ ଟାର୍ଗେଟ କରିଥିଲେ । କହିଥିଲେ, ନିର୍ବାଚନ ବେଳେ ବିଜେପିର ବଡ଼ବଡ଼ ନେତାଙ୍କର ଓଡ଼ିଶା କଥା ମନେପଡ଼େ । ବନ୍ୟା, ଫାଇଲିନ୍‌, ହୁଡ଼୍‌ହୁଡ଼୍‌, ତିତ୍‌ଲି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ନେତାମାନଙ୍କର ଦେଖାନଥିଲା । ମରୁଡ଼ି ସମୟରେ ମଧ୍ୟ ଓଡ଼ିଶା କଥା ମନେ ପଡ଼ିଲାନି । ଅଥଚ ଏବେ ଆସି ଭୋଟ ମାଗିବା ଆଳରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ୧୯୯୯ ମହାବାତ୍ୟାର କରାଳ ଚିତ୍ର କଥା ସମସ୍ତଙ୍କର ମନେଥିବ । ଆମର ନୂଆ ଭୋଟର ବନ୍ଧୁମାନେ ଅବଶ୍ୟ ଏକଥା ଜାଣିନଥିବେ । ସେ ସମୟରେ ସାରା ଓଡ଼ିଶା ଛାରଖାର ହୋଇଯାଇଥିଲା । ମହାବାତ୍ୟାର ଆଁରେ କେବଳ ଜୀବନହାନି ଘଟିନଥିଲା ଚାଷ ଉଜୁଡ଼ି ଯାଇଥିଲା । ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ପାଇଁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ । କିନ୍ତୁ ଏବେ ସେ ଅବସ୍ଥାରେ ପରିବର୍ତ୍ତନ ଅଣାଯାଇଛି । ଡିଜାଷ୍ଟର୍‌ ମ୍ୟାନେଜମେଣ୍ଟ ବା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଆଜି ଏକ ମଡେଲ୍‌ ରାଜ୍ୟ । ବ୍ୟବସ୍ଥାର ପରିବର୍ତ୍ତନ କରାଯିବା ଦ୍ୱାରା ଆଜି ଆମେ କେରଳ ଓ ଅନ୍ୟ ରାଜ୍ୟମାନଙ୍କୁ ସାହାଯ୍ୟ କରିପାରୁଛୁ । ଏହା କ’ଣ ପରିବର୍ତ୍ତନ ନୁହେଁ?

ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବରୁ ଓଡ଼ିଶାବାସୀଙ୍କ ଖାଦ୍ୟ ସୁରକ୍ଷା ପାଇଁ ଅନ୍ୟ ରାଜ୍ୟରୁ ଚାଉଳ ଅଣାଯାଉଥିଲା । ଏବେ କିନ୍ତୁ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଚାଉଳ ପଠାଯାଉଛି ।

   ସମ୍ବନ୍ଧିତ ଖବର


ଏନ୍‌କ୍ଲୋଜର୍‌ ମୁକ୍ତ ହେବ ‘ସୁନ୍ଦରୀ’, ଓଡ଼ିଶାରୁ ଫେରାଇ ନେବାକୁ ନିର୍ଦ୍ଦେଶ ଦେଲେ ମଧ୍ୟପ୍ରଦେଶ ହାଇକୋର୍ଟ

କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆସିଲା ରାୟ: ପ୍ରେମିକ ସମେତ ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା

ସାମାନ୍ୟ କଥାରୁ ବୀଭତ୍ସ ହତ୍ୟାକାଣ୍ଡ: ପତ୍ନୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ସ୍ୱାମୀ, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର

ଆଖି ବୁଜିଲା ସନ୍ଧାନୀ କୁକୁର ଗ୍ରେସିଇ, ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଦିଆଗଲା ଶ୍ରଦ୍ଧାଞ୍ଜଳୀ