PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ପେଟ ଖାଲି କିନ୍ତୁ ଯୋଗ କରାଯାଉଛି, ପକେଟ୍ ଖାଲି ବ୍ଯାଙ୍କରେ ଖାତା ଖୋଲାଯାଉଛି: ସିଦ୍ଧୁ

source;www.thehansindia.com

ଅହମଦାବାଦ ୧୭/୪: କଂଗ୍ରେସ ନେତା ନବଜୋତ୍ ସିଂ ସିଦ୍ଧୁ ପିଏମ୍ ମୋଦିଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ‘ମୋଦିଙ୍କର ଏହା କେଉଁ ପ୍ରକାର ରାଷ୍ଟ୍ର ଭକ୍ତି, ଯେଉଁଥିରେ ପେଟ ଖାଲି କିନ୍ତୁ ଯୋଗ କରାଯାଉଛି ଏବଂ ପକେଟ୍ ଖାଲି, ବ୍ୟାଙ୍କରେ ଖାତା ଖୋଲାଯାଉଛି ।‘

ବିବାଦୀୟ ବୟାନ ପାଇଁ ସିଦ୍ଧୁଙ୍କ ବିରୋଧରେ ଅଭିଯୋଗ
ଏହା ପୂର୍ବରୁ ପଞ୍ଜାବର ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁ ବିହାରରେ ଏକ ନିର୍ବାଚନୀ ସଭାରେ ବିବାଦୀୟ ବୟାନ ଦେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଥିଲା । କଟିହାର ବାରସୋଇ ଥାନାରେ ତାଙ୍କ ବିରୋଧରେ ମଙ୍ଗଳବାର ମାମଲା ରୁଜୁ ହୋଇଥିଲା ।

ସିଦ୍ଧୁ ଭାଷଣରେ ମୁସଲମାନଙ୍କୁ କହିଥିଲେ ଯେ ଏଠାରେ ମାଇନରିଟି ମେଜୋରିଟି ଅଛି । ଯଦି ଆପଣମାନେ ଏକାଠି ହୋଇ ଭୋଟ୍ ଦେବେ ତେବେ ସବୁ ଓଲଟି ଯିବ, ଛକା ଲାଗିଯିବ । ଏହି ମାମଲାରେ ଉପମୁଖ୍ଯମନ୍ତ୍ରୀ ସୁଶୀଲ କୁମାର ମୋଦି ବିଜେପିର ଏକ ପ୍ରତିନିଧି ମଣ୍ଡଳ ସହିତ ପାଟଣା ସ୍ଥିତ ମୁଖ୍ୟ ନିର୍ବାଚନ ପଦାଧିକାରୀଙ୍କ ପାଖରେ ପହଞ୍ଚି ସିଦ୍ଧୁଙ୍କ ବୟାନ ବିରୋଧରେ ପଦକ୍ଷେପ ନେବା ପାଇଁ ଲିଖିତ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର