
ନୂଆଦିଲ୍ଲୀ – ଆରବ ସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ନୌସେନାର ମିଗ୍-୨୯କେ ର ପାଇଲଟ ନିଖୋଜ ଘଟଣା । ଏହି ଦୁର୍ଘଟଣାର ଠିକ୍ ପୂର୍ବରୁ ନିଜକୁ ବିମାନ ଭିତରୁ ବାହାର କରିବାରେ ସଫଳ ହୋଇଥିଲେ ନିଖୋଜ ପାଇଲଟ୍ । ଦୁର୍ଘଟଣାର ୪ଦିନ ପରେ ନୌସେନା ବିଶେଷଜ୍ଞମାନେ ରୁଷ୍ ନିର୍ମିତ ଦୁଇ ସିଟ୍ ଥିବା ଏହି ଫାଇଟର ପ୍ଲେନ୍ର primary wreckageରୁ ଏହା ଜାଣି ପାରିଛନ୍ତି ।
କୌଣସି ସୂତ୍ରରୁ ଏନ୍ଡିଟିଭିକୁ ମିଳିଥିବା ସୂଚନାରୁ ପ୍ରକାଶ ଯେ, କମାଣ୍ଡର ନିଶାନ୍ତ ସିଂହଙ୍କର ଇଜେକ୍ସନ ସିଟ୍ ଦୁର୍ଘଟଣା ସ୍ଥଳରେ ନଥିଲା । କମାଣ୍ଡର ନିଶାନ୍ତ , ଜେଟ୍ ବିମାନକୁ କଣ୍ଟ୍ରୋଲ କରିବା ପାଇଁ ଇନଷ୍ଟ୍ରକ୍ଟର ହିସାବରେ ଥିଲେ । ଦୁର୍ଘଟଣାରେ ବିମାନର କମାଣ୍ଡର ନିଖୋଜ ଥିବା ବେଳେ ୨ୟ ପାଇଲଟ ଭାବେ ଥିବା ଜଣେ ଟ୍ରେନିଙ୍କୁ ଉଦ୍ଧାର କରାଯାଇଛି ।

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି
ଉଲ୍ଲେଖନୀୟ ଯେ, ମିଗ୍-୨୯କେ ରୁଷ୍ ଦ୍ୱାରା ନିର୍ମିତ କେ-୩୬ଡି-୩.୫ ଇଜେକ୍ସନ ସିଟ୍ରେ ସୁସଜ୍ଜିତ । ଏହା ବିଶ୍ୱର ସବୁଠୁ ଭଲ ପ୍ଲେନ୍ ଭାବେ ଜଣାଯାଏ । ବିମାନରୁ ବାହାରକୁ ବାହାରିବା ପାଇଁ ଇଜେକ୍ସନ ହ୍ୟାଣ୍ଡେଲକୁ ଟଣା ଯାଇଥାଏ । ଏଥିରେ ପଛରେ ଥିବା ପାଇଲଟ ବାହାରକୁ ବାହାରି ଥାଏ ଏବଂ ଏହାପରେ ସାମନାରେ ଥିବା ସିଟ୍ ବାହାରେ।
ସୂତ୍ରରୁ ଜଣା ଯେ, ଯେବେ ପାଇଲଟ ବାହାରକୁ ବାହାରିଥିଲେ ଫାଇଟର ପ୍ଲେନ୍ କମ୍ ଉଚ୍ଚତାରେ ଥିଲା । ସେ ଏହାସହ କହିଛନ୍ତି କି ଟ୍ରେନିକୁ ଏକ ଦ୍ୱିତୀୟ ପାରାସୁଟ୍ରେ ଏୟାରକ୍ରାଫ୍ଟରୁ ବାହାରକୁ ବାହାରିବାର ଦେଖିବାକୁ ମିଳିଥିଲା । ଏବେ କିନ୍ତୁ କିଛି ସ୍ପଷ୍ଟ ହୋଇନି । ନିଖୋଜ ପାଇଲଟଙ୍କୁ ଖୋଜା ଚାଲିଛି ।