PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

କଲୋନୀରେ ପଶିଯାଇଥିବା ଅଜଗରକୁ ଏମିତି ଧରିଲେ ନୌସେନା ଅଧିକାରୀଙ୍କ ପତ୍ନୀ, ଭିଡିଓ ଭାଇରାଲ

ନୁଆଦିଲ୍ଲୀ ୧୨/୧୨:ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଜଣେ ମହିଳା ୨୦ କେଜିର ଏକ ଅଜଗରକୁ ଜୀଅନ୍ତା ଧରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ୧.୨୬ ମିନିଟର ଏହି ଭିଡିଓକୁ ଜଣେ ଟ୍ୱିଟର ୟୁଜର୍ ହରିନ୍ଦର ସିକ୍କା ସେୟାର କରିଛନ୍ତି ।

ଭିଡିଓ ସେୟାର କରି ସିକ୍କା କ୍ୟାପ୍ସନରେ ଲେଖିଛନ୍ତି, ‘୨୦ କେଜିର ଅଜଗରକୁ ନୌସେନାର ଜଣେ ବରିଷ୍ଠ ଅଧିକାରୀଙ୍କ ପତ୍ନୀ ବିଦ୍ୟା ରାଜ୍ଜୁ ଜୀଅନ୍ତା ଧରିଛନ୍ତି ।‘ ଅଜଗରଟି ଇରେନାକୁଲମ୍ ସହରରେ ଏକ କଲୋନୀରେ ଦେଖିବାକୁ ମିଳିଥିଲା । ଅଜଗର ଗଛ ତଳେ ଏକ ଛୋଟ ବୁଦାମୁଳେ ଲୁଚିଥିଲା । ବିଦ୍ୟା ଅଜଗରର ମୁଣ୍ଡ ଓ ଲାଞ୍ଜ ଧରି ତାକୁ ଏକ ମୁଣା ଭିତରେ ରଖିଦେଉଛନ୍ତି । ଦେଖନ୍ତୁ ଭିଡିଓ…

ବିଦ୍ୟାଙ୍କ ସହିତ ଆଉ ଜଣେ ଝିଅ ଏବଂ ୩ ନୌସେନା ଅଧିକାରୀ ଉପସ୍ଥିତ ଥିଲେ । ବିଦ୍ୟା ୨ ଅନ୍ୟ ପୁରୁଷଙ୍କ ସହିତ ମିଶି  ଅଜଗରକୁ ଧରିଦେଲେ ଏବଂ ଏକ ବ୍ୟାଗ ଭିତରେ ରଖିଦେଲେ । ଅନ୍ୟ ଜଣେ ବ୍ୟକ୍ତି ଏହି ଭିଡିଓକୁ ରେକର୍ଡ କରୁଛନ୍ତି । ପରେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟୁଜର୍ସ ଏହାକୁ ବହୁତ ପସନ୍ଦ କରୁଛନ୍ତି । ଦେଖନ୍ତୁ କିଛି ରିଆକ୍ସନ…

ସମ୍ବନ୍ଧିତ ଖବର