PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ହିରୋପନ୍ଥୀ-୨ରେ ଟାଇଗର ଶ୍ରଫ୍‌ଙ୍କୁ ଟକ୍କର ଦେବେ ନୱାଜୁଦ୍ଦିନ ସିଦ୍ଦିକି, ଖଳନାୟକ ଭୂମିକାରେ ନଜର ଆସିବେ

 

ମୁମ୍ୱାଇ : ଅଭିନେତା ନୱାଜୁଦ୍ଦିନ୍‌ ସିଦ୍ଦିକ୍‌ଙ୍କର ପ୍ରଶଂସକଙ୍କ ପାଇଁ ଗୁଡ୍ ନ୍ୟୁଜ୍ । ଟାଇଗର ଶ୍ରଫ୍‌ଙ୍କର ଫିଲ୍ମ ହିରୋପନ୍ଥୀର ସିକ୍ୱେଲ ହିରୋପନ୍ଥୀ-୨ ରେ ନୱାଜୁଦ୍ଦିନ ଖଳନାୟକ ଭୂମିକାରେ ନଜର ଆସିବେ । ହେଲେ ଏବେ ଏହି ବିଷୟରେ ନୱାଜୁଦ୍ଦିନ ବା ଫିଲ୍ମର ଟିମ୍‌ ପକ୍ଷରୁ ଅଫିସିଆଲି ଘୋଷଣା ବାକି ରହିଛି ।

ଯଦି ଏହି ରିପୋର୍ଟର କଥା ସତ ହୁଏ ତ ଦର୍ଶକଙ୍କୁ ପୁଣି ଥରେ ନୱାଜଙ୍କର ଖଳନାୟକ ରୂପ ଦେଖିବାକୁ ମିଳିବ । ଏମିତି ଚରିତ୍ର କରିବାରେ ତ ନୱାଜୁଦ୍ଦିନ ମାହିର୍‌ । ଆପଣଙ୍କୁ ମନେପକାଇ ଦେଉଛି କି ନୱାଜୁଦ୍ଦିନ ହିରାପନ୍ଥୀ-୨ର ପୂର୍ବରୁ ଟାଇଗରଙ୍କ ସହ ଫିଲ୍ମ ମୁନ୍ନା ମାଇକଲରେ କାମ କରି ସାରିଛନ୍ତି ।

ଫିଲ୍ମ ମେକରଙ୍କ ମୁତାବିକ୍‌ , ନୱାଜୁଦ୍ଦିନ ହିରୋପନ୍ଥୀ-୨ରେ ସାମିଲ ହୋଇଛନ୍ତି। ତାଙ୍କୁ ଖଳନାୟକ ରୋଲ୍‌ ପାଇଁ ସିଲେକ୍ଟ କରାଯାଇଛି । ସେ ଫିଲ୍ମରେ ହିରୋ ଟାଇଗର ଶ୍ରଫ୍‌ଙ୍କ ସହ ଲଢ଼େଇ କରିବେ । ପରଦାରେ ଦୁହିଁଙ୍କୁ ସାମନା ସାମନି ଦେଖିବା ବହୁତ ଚମତ୍କାର ହେବ । ଜବରଦସ୍ତ ଫାଇଟ୍‌ ସିନ୍ ମଧ୍ୟ ହେବ ।