ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

କାନ୍ସ ୨୦୨୨: ଏକ୍ସିଲେନ୍ସ ଇନ୍ ସିନେମା ଆୱାର୍ଡରେ ସମ୍ମାନୀତ ହେଲେ ନୱାଜୁଦ୍ଦିନ ସିଦ୍ଦିକି

ନୂଆଦିଲ୍ଲୀ ୧୪/୦୫: ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ଅଭିନୟ ପାଇଁ କେବଳ ଭାରତରେ ନୁହେଁ ବିଦେଶରେ ବି ପ୍ରସିଦ୍ଧ ହୋଇଛନ୍ତି। ତାଙ୍କୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅନେକ ଥର ସମ୍ମାନିତ କରାଯାଇଛି। ବର୍ତ୍ତମାନ ନୱାଜୁଦ୍ଦିନ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନଜର ଆସିଛନ୍ତି। ଫ୍ରେଞ୍ଚ ରିଭିରାରେ ନୱାଜଙ୍କ ଉପସ୍ଥିତି କେବଳ ଭାରତୀୟ ନୁହେଁ ବିଦେଶୀ ସେଲିବ୍ରିଟମାନଙ୍କୁ ମଧ୍ୟ ଆକର୍ଷିତ କରିଛି। ଏହି ଅବସରରେ ନୱାଜଙ୍କୁ ସମ୍ମାନୀତ ମଧ୍ୟ କରାଯାଇଛି।

nawaz-2

କାନ୍ସ ୨୦୨୨ ରେ ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନୱାଜୁଦ୍ଦିନଙ୍କୁ ଆୱାର୍ଡ ଫର୍ ଏକ୍ସିଲେନ୍ସରେ ସମ୍ମାନିତ କରାଯାଇଛି। ନୱାଜଙ୍କୁ ଏହି ଆୱାର୍ଡ ଦୁଇଥର ଏମି ପୁରସ୍କାର ବିଜେତା ଆମେରିକୀୟ ଅଭିନେତା ତଥା ନିର୍ମାତା ଭିନ୍ସେଣ୍ଟ ଡି ପାଲ ପ୍ରଦାନ କରିଛନ୍ତି। ଏହା ପ୍ରଥମ ଥର ନୁହେଁ ଯେ ନୱାଜଙ୍କୁ ଏପରି ଆୱାର୍ଡ ମିଳିଛି। ଏହାପୂର୍ବରୁ ନୱାଜଙ୍କୁ ଭାରତ ତରଫରୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଆୱାର୍ଡ ଗ୍ରହଣ କରିଥିବା  ଡେଲିଗେଟ୍ସରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.