PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବମ୍ ଲଗାଉଥିବା ବେଳେ ବିସ୍ଫୋରଣରେ ମାଓବାଦୀ ନିହତ,ଗଛରୁ ଝୁଲନ୍ତା ଖଣ୍ଡବିଖଣ୍ଡିତ ଅବସ୍ଥାରେ ଉଦ୍ଧାର

କାଙ୍କୋର, ୨୬।୨: କଥାରେ ଅଛି ଯେ ପାଞ୍ଚେ ପରମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ହଁ ଏକଥା ବାରମ୍ବାର ପ୍ରମାଣିତ ହୋଇସାରିଛି ମଧ୍ୟ। ଏହି କଥାର ଏକ ବଡ ଉଦାହରର ହେଉଛି ଛତିଶଗଡର ଆମାବେଡାରେ ଜଣେ ନକ୍ସଲଙ୍କ ମୃତଦେହ ଯେତେବେଳେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତେବେ ଏହି ମୃତଦେହ ଗଛକୁ କିପରି ଆସିଲା ଏଭଳି ପ୍ରଶ୍ନ ମନକୁ ଆସୁଥିବ। ସବୁଠାରୁ ବଡ କଥା ହେଉଛି ନକ୍ସଳ ଜଣକ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବମ୍ ଲଗାଇବା ବେଳେ ଭୁଲରେ ନିଜେ ବିସ୍ଫୋରଣ ନିହତ ହୋଇଥିଲା। ଏହି ବିସ୍ଫୋରଣରେ ମାଓବାଦୀ ଜଣକର ଶରୀର ଖଣ୍ଡବିଖଣ୍ଡିତ ଅବସ୍ଥାରେ ମିଳିଥିଲା। ଏହା ସହିତ ଅନ୍ୟ ଦୁଇ ଜଣ ମାଓବାଦୀ ମଧ୍ୟ ଆହତ ହୋଇଛନ୍ତି।

ଏହି ଘଟଣା ସମ୍ପର୍କରେ ନିଜେ ମାଓବାଦୀମାନେ ପୋଷ୍ଟର ଲଗାଇ ସୂଚନା ଦେଇଛନ୍ତି। ଏହି ପୋଷ୍ଟର ଉତ୍ତର ବସ୍ତର ଡିଭିଜନାଲ କମିଟିର ମୁଖପାତ୍ର ସୁଖଦେବ କାଭଡେ ଜାରି କରିଛନ୍ତି। ଏହା ଜରିଆରେ କୁହାଯାଇଛି ଯେ, ୧୮ ଫେବୃଆରୀରେ ଆମ୍ବାବେଡାର ଚୁକପାଲା ଗାଁରେ ସକାଳ ୬ଟା ୧୫ ମିନିଟରେ ଏକ ଦୁର୍ଘଟଣା ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ବମ୍ ଲଗାଇବାକୁ ଯାଇଥିବା ବେଳେ ବିସ୍ଫୋରଣ ହୋଇଛି। ଏଥିରେ କାଙ୍କୋର ଆଲାଦଣ୍ଡ, କଦାଣ୍ଡି ନିବାସୀ, ସୋମଜୀ ଓରଫ୍ ଭେଡଦାର ମୃତ୍ୟୁ ହୋଇଛି। ସେ ଡିଭିସିର ମେମ୍ବର ଥିଲା। ଚୁକପାଲ ଅଞ୍ଚଳରେ ଯେଉଁଠି ଏହି ବିସ୍ଫୋରଣ ହୋଇଛି ତାହାର ଆଖପାଖରେ ବହୁ ପ୍ରେସର ବମ୍ ଲଗାଯାଇଥିଲା।

ବିସ୍ଫୋରଣ ପରେ ନକ୍ସଲମାନେ ଏହି ବମ୍ ବାହାର କରିଥିଲେ। ଏହାଦ୍ବାରା ଛୋଟ-ବଡ ଖାଲ ହୋଇଯାଇଥିଲା। ଏଠାରୁ କିଛି ଦୂରରେ ବୋଡାଗାଓଁରେ ବିଏସଏଫର କ୍ୟାମ୍ପ ରହିଛି। ଗସ୍ତରେ ଥିବା ଯବାନ ଫେରିବା ପରେ କ୍ୟାମ୍ପ ନିକଟରେ କେବେ କେବେ ରହି ବିଶ୍ରମ ନେଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ମାଓବାଦୀମାନେ ପ୍ରେସର ବମ୍ ଲଗାଇଥିଲେ। ଏତେ ଅଧିକ ସଂଖ୍ୟାରେ ପ୍ରେସର ବମ୍ ଲଗାଇଥିଲେ, ସେଥିରୁ ଲାଗୁଛି ମାଓବାଦୀମାନେ କୌଣସି ବଡ ଧରଣର ଆକ୍ରମଣ ଉଦେଶ୍ୟରେ ଥିଲେ।

ସମ୍ବନ୍ଧିତ ଖବର