ନୟାଗଡ଼କୁ ବଦନାମ କରିବାରୁ ଆକ୍ରମଣ: ବ୍ଲେଡ୍‌ରେ କାଟି ୩ ଜଣଙ୍କୁ ଗୁରୁତର

ଭୁବନେଶ୍ୱର,୧୭/୧୦: ଆମ ନୟାଗଡ଼ ନାଁରେ କାହିଁକି ୟାଡୁ ସିଆଡୁ କହୁଛ । ଆମ ଏରିଆକୁ କାହିଁକି ବଦନାମ କରୁଛ।ଏହାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର କିଛି ଯୁବକଙ୍କ ମଧ୍ୟରେ ଝଗଡା ଲାଗିଥିଲା । ରାଗରେ ନୟାଗଡ ଅଞ୍ଚଳର ଜଣେ ଯୁବକ ତାଙ୍କ ଗୋଷ୍ଠୀର ୩ ଯୁବକଙ୍କୁ ଆକ୍ରମଣ କଲା । ତା ପୁଣି ଏକ ଧାରୁଆ ବ୍ଲେଡ୍‌ରେ କାଟିଲା ।

ଏମିତି ଘଟଣା ଦେଖିବାକୁ ମିଳିଛି ପାଣ୍ଡରା ଛକରେ ଥିବା ଏକ ଚା’ ଦୋକାନ ଖଟିରେ । ୩ ଆହତଙ୍କ ହାତ, କାନ ଓ ନାକରେ ଆହତ ଲାଗିଛି । ଉକ୍ତ ଗୋଷ୍ଠୀର ଅନ୍ୟ ଯୁବକମାନେ ତୁରନ୍ତ ଆହତଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି ।ସେମାନଙ୍କ ପରିଚୟ ମିଳିପାରିନି । ସେପଟେ ଖବର ପାଇ ଘଟଣାସ୍ଥଳକୁ ମଞ୍ଚେଶ୍ୱର ଥାନାରୁ ଏକ ପିସିଆର ଭ୍ୟାନ୍‌ ଯାଇ ଛାନ୍‌ଭିନ୍‌ କରିଛି । ଆକ୍ରମଣକାରୀ ସହ ଉକ୍ତ ଗୋଷ୍ଠୀର ସବୁ ଯୁବକମାନେ ଘଟଣାସ୍ଥଳରୁ ଅର୍ନ୍ତଧ୍ୟାନ ହୋଇଯାଇଥିବାରୁ ପୁଲିସ ଖାଲି ହାତରେ ଫେରିଛି ।

   ସମ୍ବନ୍ଧିତ ଖବର


୬ଦିନ ପର୍ଯ୍ୟନ୍ତ ଦୁଇ ନାବାଳିକା ଭଉଣୀଙ୍କୁ ଗଣଦୁଷ୍କର୍ମ କଲେ ୧୫ ଦୁର୍ବୃତ୍ତ: ପୋଲିସ ଚୁପ୍, ବିକ୍ଷୋଭ ପ୍ରଦର୍ଶନ କଲେ ଲୋକେ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର

ବଲିଉଡକୁ ଡ୍ରଗ୍ନ ସପ୍ଳାଇ କରୁଥିବା ଗ୍ୟାଙ୍ଗକୁ ଧରିଲା ଏନସିବି, ଚଢାଉ ବେଳେ ଧରାପଡିଲେ ସିରିଏଲ ଅଭିନେତ୍ରୀ

ବିବାହିତାଙ୍କୁ ପ୍ରେମ କରି ଠକି ଚମ୍ପଟ୍ ମାରିଥିଲେ ଲମ୍ପଟ ପ୍ରେମିକ, ଧରାପଡି ଜେଲ୍‌ ଗଲା ଯୁବକ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ତ୍ରୀ ଆଖି ଆଗରେ ଶବ ଦାହ କରିଦେଲେ ଦେଢଶୁର ଓ ଶ୍ବଶୂର…