PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ନୟାଗଡ: କାର୍ଯ୍ଯରେ ଅବହେଳା ନେଇ ୮ ପୋଲିଂ ଅଧିକାରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

ନୟାଗଡ ୧୯/୪: ନିର୍ବାଚନ କାର୍ଯ୍ୟରେ ଅବହେଳା ନେଇ ପୁଣି ୮ ନିଲମ୍ବିତ । କାର୍ଯ୍ଯରେ ଅବହେଳା ନେଇ କିଛି ଘଣ୍ଟା ପୂର୍ବରୁ ବରଗଡ ଜିଲ୍ଲାପାଳ ୬ ଜଣ ପୋଲିଂ ଅଧିକାରୀଙ୍କୁ ସସପେଣ୍ଡ କରିଥିଲେ । ଏବେ ନୟାଗଡ ଜିଲ୍ଲାପାଳ ଏନ୍. ଥିରୁମାଲା ନାୟକ ମତଦାନରେ ବିଭ୍ରାଟ ନେଇ ୮ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି ।

ପୋଲିଂ କର୍ମଚାରୀଙ୍କ ଅବହେଳା ନେଇ ମତଦାନରେ ବିଭ୍ରାଟ ଦେଖାଦେଇଥିଲା । କିଛି ପୋଲିଂ କର୍ମଚାରୀ ନିର୍ବାଚନ ଦାୟିତ୍ୱରେ ଅବହେଳା କରିଥିଲେ । ଏପରିକି କିଛି କର୍ମଚାରୀ କାର୍ଯ୍ୟରେ ଅନୁପସ୍ଥିତ ଥିଲେ । ୨ ପ୍ରିଜାଇଡିଂ, ୨ ସେକ୍ଟର ଅଧିକାରୀ ଏବଂ ୪ ପୋଲିଂ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ । ନୟାଗଡର ୨୧୨ ଓ ୨୨୨ ନମ୍ବର ବୁଥରେ କର୍ମଚାରୀଙ୍କ ଅବହେଳା ଯୋଗୁଁ ଭୋଟିଂ ହୋଇପାରିନଥିଲା । ଭୋଟିଂ ମେସିନ୍ ଅଦଳବଦଳରେ ତୃଟି ପାଇଁ ୪ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ସେହିଭଳି କାର୍ଯ୍ଯରେ ଯୋଗ ଦେଇନଥିବାରୁ ୪ ପୋଲିଂ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି ଜିଲ୍ଲାପାଳ ।

କହିରଖୁଛୁ ପୂର୍ବରୁ ବରଗଡ ଜିଲ୍ଲପାଳ କାର୍ଯ୍ୟରେ ଅବହେଳା ଯୋଗୁଁ ୬ ପୋଲିଂ କର୍ମଚାରୀଙ୍କୁ ସସପେଣ୍ଡ କରିଥିଲେ । ଏବେ ନୟାଗଡ ପୋଲିଂରେ ବିଭ୍ରାଟ ଯୋଗୁଁ ୮ ଜଣ ନିଲମ୍ବିତ ହେଲେ । ନିର୍ବାଚନ କାର୍ଯ୍ଯରେ ଅବହେଳା ଯୋଗୁଁ ଏପର୍ଯ୍ୟନ୍ତ ସମୁଦାୟ ୧୪ ଜଣ କର୍ମଚାରୀ ନିଲମ୍ବିତ ହେଲେ ।