PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

କମିଶନରେଟ୍‌ ପୁଲିସର ୯ ଲକ୍ଷ ଟଙ୍କା ଲୁଟ୍‌ର ପର୍ଦ୍ଦାଫାସ୍‌: ଦୁଇ ଭାଇଙ୍କ ସମେତ ୪ ଗିରଫ

ଭୁବନେଶ୍ୱର ୨/୯ : ନୂଆପଲ୍ଲୀରେ ଘରେ ପଶି ୯ ଲକ୍ଷ ଟଙ୍କା ଲୁଟ୍‌ର ପର୍ଦ୍ଦାଫାସ୍‌ କରିଛି କମିଶନରେଟ୍‌ ପୁଲିସ । ଦୁଇ ଭାଇଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ନୂଆପଲ୍ଲୀ ଥାନା ପୁଲିସ । ସେମାନେ ହେଲେ ନୂଆପଲ୍ଲୀ ଗଡ଼ସାହିର ଗଣେଶ ନାୟକ(୨୫), ତାଙ୍କ ସାନଭାଇ କାର୍ତ୍ତିକ ନାୟକ(୧୯), ନୂଆପଲ୍ଲୀ ବାଲିତୋଟା ସାହିର ଭୁବନ ମହାନ୍ତି(୧୯) ଓ ଅମିତ କୁମାର ପରିଡ଼ା(୨୦) । ସେମାନଙ୍କ ଠାରୁ ୨ ଲକ୍ଷ ୨୪ ହଜାର ଟଙ୍କା, ଏକ ଦାମୀ ବାଇକ୍‌ ଓ ଦାମୀ ମୋବାଇଲ ଫୋନ୍‌ ଜବତ ହୋଇଛି । ଗିରଫ ୪ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ପୁଲିସ ସୂଚନା ଅନୁଯାୟୀ, ନୂଆପଲ୍ଲୀ ପ୍ଲଟ୍‌ ନଂ-୫୦୯ରେ ରହୁଛନ୍ତି କୈଳାସ ଚନ୍ଦ୍ର ସାହୁ । ତାଙ୍କ ଜମିର ଭାଇଆଳି ଭାଗ ବାବଦକୁ ତାଙ୍କୁ ୯ ଲକ୍ଷ ଟଙ୍କା ମିଳିଥିଲା । ଉକ୍ତ ଟଙ୍କାକୁ ସେ ତାଙ୍କ ଆଜବେଷ୍ଟସ ଘରର ଖଟତଳେ ଏକ ପେଟିରେ ରଖିଥିଲେ । ଉକ୍ତ ଟଙ୍କାରେ ସେ ତାଙ୍କ ରୋଗିଣା ମା’ଙ୍କର ଅପରେସନ୍‌ କରିଥାନ୍ତେ । ଗତ ୭ ତାରିଖ ବିଳମ୍ବିତ ରାତିରେ କୈଳାସ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଘର କବାଟ ତାଡ଼ି ଭିତରେ ପଶି ଖଟତଳେ ଥିବା ପେଟିରୁ ୯ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ପରଦିନ ସକାଳେ ଟଙ୍କା ଲୁଟ୍‌ ହୋଇଥିବା ଜାଣି କୈଳାସ ନୂଆପଲ୍ଲୀ ଥାନାରେ ଏତଲା ଦେଇଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ସେପଟେ ଟଙ୍କା ଲୁଟ୍‌ ହେବାର ଦୁଇଦିନ ପରେ କୈଳାସଙ୍କ ମା’ଙ୍କର ମୃତ୍ୟୁ ହୋଇ ଯାଇଥିଲା ।

ସିସିଟିଭି ଫୁଟେଜ୍‌ ଧରାଇଦେଲା
ଏହି ୯ ଲକ୍ଷ ଲୁଟ୍‌ ମାମଲାର ତଦନ୍ତ ଭାର ସ୍ପେଶାଲ ସ୍କ୍ୱାଡ୍‌କୁ ଦିଆ ଯାଇଥିଲା । ସ୍ପେଶାଲ ସ୍କ୍ୱାଡ୍‌ ଏସିପି ସଞ୍ଜୀବ କୁମାର ଶତପଥି କୈଳାସଙ୍କ ଘର ନିକଟରେ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ଯାଞ୍ଚ କରିଥିଲେ । ଫୁଟେଜ୍‌ରେ ଜଣେ ଲୁଟେରାର ଫଟୋ ସ୍ପଷ୍ଟ ଦେଖା ଯାଉଥିଲା । ଉକ୍ତ ଫଟୋକୁ ନେଇ ପୁଲିସ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ଦେଖାଇଥିଲା । ଫଟୋଟି ଭୁବନ ମହାନ୍ତିର ବୋଲି ଜଣାପଡ଼ିଥିଲା । ପୁଲିସ ପ୍ରଥମେ ଭୁବନକୁ ଉଠାଇ ନେଇଥିଲା । ଭୁବନକୁ ଜେରା ପରେ ସେ ଅନ୍ୟ ୩ ଜଣଙ୍କ ବିଷୟରେ ସୂଚନା ଦେଇଥିଲା ।

ଲୁଟ୍‌ ଟଙ୍କାରେ ଅୟସ କରୁଥିଲେ
ଲୁଟିବା ପରେ ୪ ଜଣ ଭାଗ ବାଣ୍ଟି ଟଙ୍କା ନେଇଥିଲେ । କାର୍ତ୍ତିକ ଓ ଗଣେଶ ଦୁଇଭାଇ ଅଧା ଭାଗ ପାଇଥିବାରୁ ସେମାନେ ୧ ଲକ୍ଷ ୬୦ ହଜାର ଟଙ୍କା ଦେଇ ଏକ ଦାମୀ ବାଇକ୍‌ ଓ ଏକ ଦାମୀ ମୋବାଇଲ କିଣି ଦେଇଥିଲେ । ୪ ଜଣ ମିଶି ଷ୍ଟାର୍‌ ହୋଟେଲ୍‌ରେ ଖାଇବା ପିଇବା ସହ ସପିଂ ମଲ ଯାଇ ଦାମୀ ଡ୍ରେସ୍‌ ଠାରୁ ଆରମ୍ଭ କରି ବିଭିନ୍ନ ଜିନିଷପତ୍ର କିଣାକିଣି କରିଥିଲେ । ଆଉ ରାତି ହେଲେ ବାର୍‌ମାନଙ୍କୁ ଯାଇ ଟଙ୍କା ଉଡ଼ାଉଥିଲେ ।

ସମ୍ବନ୍ଧିତ ଖବର