PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୀମପୁର ନିକଟରେ ଚାଲିଥିଲା ଜୁଆ ଖେଳ, ଆଡ୍ଡା ଉପରେ ଚଢ଼ଉ କଲା ଜରଡା ପୁଲିସ, ୧ଲକ୍ଷ ୬୬ହଜାର ୪୬୦ ଟଙ୍କା ସହ ୮ ବାଇକ ଓ ୬ ମୋବାଇଲ ଫୋନ୍ ଜବତ, ୧୦ ଗିରଫ
  • ||
  • ପାରାଦୀପ: ଅଠରବାଙ୍କୀ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ,ହାଇଡ୍ରା ମେସିନ୍ ଧକ୍କାରେ ସାଇକେଲ ଆରୋହୀର ମୃତ୍ୟୁ
  • ||
  • ବଡମ୍ବା: ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ଜଣ ଆହତ ହୋଇ ଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର
  • ||
  • ଖୁଣ୍ଟା: କୂଅ ଭିତରୁ ମଲା ଛେଳି ଉଦ୍ଧାର କରିବାକୁ ଯାଇ ଶବ ପାଲଟି ଗଲେ ଯୁବକ, ଅଣନିଶ୍ୱାସୀ ହୋଇ ଜୀବନ ହାରିଲେ…
  • ||
  • ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଦୁର୍ବୃତ୍ତଙ୍କ ଆତଙ୍କରାଜ, ଏକାଧିକ ଗାଡି ଭାଙ୍ଗିଲେ
  • ||
  • କଟକ: ଆଜିଠୁ ଖୋଲିବ ଅଟୋମୋବାଇଲ୍‌ ସୋ-ରୁମ୍‌, ଆରମ୍ଭ ହେବ ନୂଆ ଗାଡ଼ି ପଞ୍ଜୀକରଣ
  • ||
  • ନୀଳଗିରି: ଗାଁ ଭିତରକୁ ପଶିଲା ଭାଲୁ, ନାକେଦମ ହେଲା ବନ ବିଭାଗ
  • ||
  • ଭୁବନେଶ୍ୱର: ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର , ଆଇସିୟୁରେ ଚାଲିଛି ଚିକିତ୍ସା
  • ||
  • କାମାକ୍ଷାନଗର: ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଗୁଳିମାଡରେ ୩ ଗୁରୁତର
  • ||
  • ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା , ୩ ଗିରଫ
  • ||
  • ଓଡ଼ିଶାରେ ହ୍ରାସ ପାଉଛି କରୋନା ଟ୍ରେଣ୍ଡ୍‌, ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ, ୩୯ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ସମ୍ଭାବନା; ୧୮ ଓ ୧୯ରେ ବର୍ଷା ବଢ଼ିବ, ୨୦ରୁ ପାଗ ବଦଳିବ
  • ||
  • ଭୁବନେଶ୍ୱର: ପଳାଶୁଣି ଓଭରବ୍ରିଜ ନିକଟରେ ଓଲଟିଲା କାଙ୍କଡ ବୋଝେଇ ଟ୍ରକ , ଘରକୁ ବୋହି ନେଲେ ଲୋକେ
  • ||
  • ବ୍ରହ୍ମପୁର: ଏମ୍‌କେସିଜିରେ ଅଦ୍ଭୁତ ଶିଶୁ ଜନ୍ମ, କପାଳରେ ରହିଛି ୨ଟି ଆଖି ଓ ନାକ
  • ||
  • ଭୁବନେଶ୍ୱର: ଆଜିଠୁ ଆଂଶିକ ଲକଡାଉନ୍: ୧୭ ଜିଲ୍ଲାରେ ଅପରାହ୍ଣ ୫ ଯାଏ ଦୋକାନ ଖୋଲା, ୧୩ ଜିଲ୍ଲାରେ ଦିନ ଗୋଟାଏ ଯାଏ କଟକଣା କୋହଳ
  • ||
  • ଓଡ଼ିଶାରେ ନୂଆ ଡିଜିପି ତଲାସ ଆରମ୍ଭ, ଦୌଡ଼ରେ ୧୪ ବରିଷ୍ଠ ଆଇପିଏସ୍‌ ଅଫିସ
  • ||

ବୋମା ପିଙ୍ଗି ଯୁବକଙ୍କୁ ହତ୍ୟା ଉଦ୍ୟମ; ଦୁଇ ଛାତ୍ରଙ୍କ ସମେତ ୩ ଗିରଫ

ଭୁବନେଶ୍ୱର ୮/୯ : ପତିଆରା ଜାହିର କରିବା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ବୋମା ଫିଙ୍ଗି ହତ୍ୟା ଉଦ୍ୟମ ମାମଲାରେ ନୂଆପଲ୍ଲୀ ଥାନା ପୁଲିସ ଦୁଇ ଛାତ୍ରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମାଷ୍ଟରମାଇଣ୍ଡ ସାଲିଆସାହି ବାଜପେୟୀ ନଗରର କୈଳାସ ସାହୁ ଓ ଦୁଇ ଛାତ୍ର ରାଉରକେଲାର କୁନୁ ଓରଫ୍‌ ଆଶିଷ ସିଂହ ଏବଂ ମହାଦେବ ନାଥ । ପୁଲିସ ସେମାନଙ୍କ ଠାରୁ ଏକ ବାଇକ୍‌ ଜବତ କରିଛି । ଏହି ମାମଲାରେ ସଂପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର୍‌ ଅଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।

ପୁଲିସ ସୂଚନା ଅନୁଯାୟୀ, ସାଲିଆସାହିର ମନ୍ଦର ସାହୁ ଓରଫ ଟିକି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ତାରିଣୀ ନଗରରେ ରହୁଥିବା ବିଶ୍ୱନାଥ ପ୍ରଧାନଙ୍କ ସହ ତାଙ୍କର ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ଅନେକ ସମୟରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ନିକଟରେ ମନ୍ଦର ସାହୁଙ୍କୁ ପୁଲିସ ଏକ ମାମଲାରେ ଗିରଫ କରି ଜେଲ୍‌ ପଠାଇଥିଲା । ଗିରଫ ହେବା ପଛରେ ବିଶ୍ୱନାଥଙ୍କ ହାତ ଥିବା ମନ୍ଦରଙ୍କ ସନ୍ଦେହ ହୋଇଥିଲା । ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ମନ୍ଦର ଜେଲ୍‌ରେ ଥାଇ ଯୋଜନା ପ୍ରସ୍ତୁତ କରିଥିଲେ ।

ମନ୍ଦର ତାଙ୍କ ସହଯୋଗୀ କୈଳାସ ସାହୁଙ୍କୁ ଜେଲ୍‌କୁ ଡକାଇଥିଲେ । ବିଶ୍ୱନାଥଙ୍କୁ ରାସ୍ତାରୁ ହଟାଇବା ପାଇଁ ତାଙ୍କୁ ପ୍ରବର୍ତ୍ତାଇ ଥିଲେ । କୈଳାସ ଏଥିପାଇଁ ରାକେଶ ତରାଇ ନାମକ ଜଣେ ଯୁବକଙ୍କୁ ଏଥିରେ ସହଯୋଗ କରିବାକୁ କହିଥିଲେ । ରାକେଶ ଆଶିଷ ଓ ମହାଦେବଙ୍କୁ ଡକାଇ ବିଶ୍ୱନାଥଙ୍କୁ ରାସ୍ତାରୁ ହଟାଇଲେ ମୋଟା ଅଙ୍କର ଟଙ୍କା ମିଳିବ ବୋଲି କହିଥିଲେ । ରାକେଶ ପ୍ରଥମେ ଆଶିଷ ଓ ମହାଦେବଙ୍କୁ କିଛି ଟଙ୍କା ଦେଇଥିଲେ । ଏକ ବାଇକ୍‌ ଓ ବୋମା କିଣି ଦେଇଥିଲେ ।

ଅଗଷ୍ଟ ୨୧ ତାରିଖ ରାତିରେ ସେମାନେ ଜାଭିୟର ଛକରେ ଏକାଠି ହୋଇଥିଲେ । ତା’ପରେ ରାକେଶ ବିଶ୍ୱନାଥଙ୍କ ଗତିବିଧି ଉପରେ ନଜର ରଖିଥିଲେ । ବିଶ୍ୱନାଥ ତାରିଣୀନଗର ନିକଟରେ ଏକ ଦୋକାନରୁ ବାହାରୁ ଥିବା ସମୟରେ ରାକେଶଙ୍କ ଫୋନ୍‌ କଲ୍‌ ପାଇ ଆଶିଷ ଓ ମହାଦେବ ସେଠାରେ ପହଞ୍ଚିଥିଲେ । ସେମାନେ ବିଶ୍ୱନାଥଙ୍କୁ ଲକ୍ଷ୍ୟକରି ବୋମା ଫିଙ୍ଗିଥିଲେ । ସୌଭାଗ୍ୟବଶତଃ ବୋମା ବିଶ୍ୱନାଥଙ୍କ ଉପରେ ନ ପଡ଼ି କିଛି ଦୂରରେ ପଡ଼ିଥିଲା । ବିଶ୍ୱନାଥ ସାମାନ୍ୟ ଆହତ ହୋଇଥିଲେ । ବୋମା ମାଡ଼ ପରେ ସେଠାରେ ଆତଙ୍କ ଖେଳି ଯାଇଥିଲା ।

ନୂଆପଲ୍ଲୀ ଥାନା ପୁଲିସ ପହଞ୍ଚି ବିଶ୍ୱନାଥଙ୍କୁ ଉଦ୍ଧାରକରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଏକ ହତ୍ୟା ଉଦ୍ୟମ ମାମଲା ରୁଜୁକରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରଥମେ ପୁଲିସ ମାଷ୍ଟରମାଇଣ୍ଡ୍‌ କୈଳାସଙ୍କୁ ଉଠାଇ ଆଣିବା ପରେ ଦୁଇ ଛାତ୍ର ଆଶିଷ ଓ ମହାଦେବଙ୍କୁ ଗିରଫ କରିଥିଲା । ହତ୍ୟା ଉଦ୍ୟମରେ ବ୍ୟବହୃତ ବାଇକ୍‌କୁ ପୁଲିସ ସେମାନଙ୍କ ଠାରୁ ଜବତ କରିଥିଲା । ଆଜି କୈଳାସ, ଆଶିଷ ଓ ମହାଦେବଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ରାକେଶ ଓ ଅନ୍ୟ ଜଣେ ସହଯୋଗୀ ଫେରାର୍‌ ଅଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।