ଡ୍ରଗ୍ସ କେସ୍‌ : ଏନ୍‌ସିବି ଦୀପିକା, ଶ୍ରଦ୍ଧା, ସାରାଙ୍କୁ ଦେଲେ କ୍ଲିନ୍‌ ଚିଟ୍ ? ଜାଣନ୍ତୁ ସତ କଣ

ନୂଆଦିଲ୍ଲୀ –ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ( ଏନ୍‌ସିବି) ବୁଧବାର ବଲିଉଡ୍‌ ଅଭିନେତା ଦୀପିକା ପାଦୁକୋଣ, ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନଙ୍କ ସହ ଅନ୍ୟ କାହାକୁ ବି କ୍ଲିନ୍‌ ଚିଟ୍‌ ଦେବାର କଥାକୁ ଖାରଜ କରିଦେଇଛନ୍ତି । ଏହି ସବୁ ଭିତରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସାମନାକୁ ଆସିଥିବା ଡ୍ରଗ୍ସ ଲିଙ୍କକୁ ନେଇ ପଚରାପଚରି କରାଯାଉଛି ।  ଏଜେନ୍ସି ଏମାନଙ୍କୁ କ୍ଲିନ୍‌ ଚିଟ୍‌ ଦେବା ଦାବିକୁ ମିଛ ବୋଲି କହିଛି ।

ନିକଟରେ ଏକ ମିଡ଼ିଆ ରିପୋର୍ଟରେ ଏହା ଦାବି କରାଯାଇଛି କି ,  ଏନ୍‌ସିବି ଦୀପିକା, ତାଙ୍କର ପୂର୍ବତନ ମ୍ୟାନେଜର କରିଶ୍ମା ପ୍ରକାଶ , ସାରା , ଶ୍ରଦ୍ଧା ସହ ଅନ୍ୟମାନଙ୍କୁ ଡ୍ରଗ୍ସ ସହ ସମ୍ୱନ୍ଧିତ ମାମଲାରେ କ୍ଲିନ୍‌ ଚିଟ୍‌ ଦେଇଛି ।  ଏହାକୁ ନଜରରେ ରଖି ଯାଞ୍ଚ ଏଜେନ୍ସି ନିଜର ଚିପ୍ପଣୀ  ଦେଇଛି । ଏନ୍‌ସିବି ଦ୍ୱାରା ଶନିବାର ଦିନ ମୁମ୍ୱାଇରେ ଦୀପିକା , ଶ୍ରଦ୍ଧା ଓ କରିଶ୍ମାଙ୍କ ସହ ତାଙ୍କର ଏହି ହ୍ୱାଟ୍ସଆପ୍‌ ଚାଟ୍‌କୁ ନେଇ ଘଣ୍ଟାଘଣ୍ଟା ପଚରାପଚରି କରାଯାଇଛି । ଆଉ ଏଥିରେ କେବଳ ଡ୍ରଗ୍ସ ଉପରେ କଥାବାର୍ତ୍ତା ଜାରି ରହିଥିଲା ବୋଲି ସୂଚନା ମିଳିଛି ।

ଏହି ଦିନରେ ଏନ୍‌ସିବି ସାରା ଅଲୀ ଖାନଙ୍କ ସହ ମଧ୍ୟ ୫ ଘଣ୍ଟାରୁ ଅଧିକ ସମୟ ଯାଏ ପଚରାପଚରି  କରିଥିଲା । ଏନ୍‌ସିବି ନିଜର ଯାଞ୍ଚରେ ଶୁକ୍ରବାରକୁ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ସହ ମଧ୍ୟ ୪ ଘଣ୍ଟା ଯାଏ ପଚରାପଚରି କରିଛି । ସେମାନଙ୍କ ସହ ପଚରାପଚରି ପରେ ପ୍ରାପ୍ତ ନିଷ୍କର୍ଷ ବିଷୟରେ ଏଜେନ୍ସି ଏବେ ସୁଦ୍ଧା କୌଣସି ଖୁଲାସା କରିନାହିଁ ।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ନଦୀରେ କୁମ୍ଭୀର ସହ ପହଁରିବାର ମଜା ନେଉଥିଲେ ବ୍ୟକ୍ତି …ଆଉ ତାପରେ ଏମିତି ଘଟଣା ଘଟିଲା

ଚନ୍ଦ୍ରରେ 4G ନେଟଓ୍ୱର୍କ ସ୍ଥାପନ କରିବ ନୋକିଆ- ନାସାଠାରୁ ପାଇଁ ୧୪.୧ ମିଲିୟନ ୟୁଏସ୍‌ ଡଲାର ଅର୍ଡର ପାଇଲା

ଆମିର୍ ଖାନଙ୍କ ପୁଅଙ୍କୁ ମିଳିଲାନି ଫିଲ୍ମରେ ରୋଲ୍‌ !