NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ନୂଆଦିଲ୍ଲୀ – ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ସାମନାକୁ ଆସିଥିବା ଡ୍ରଗ୍ସ  ଲିଙ୍କ୍‌ରେ ଦୀପିକା ପାଦୁକୋଣ , ସାରା ଅଲୀ ଖାନ ଓ ଶ୍ରଦ୍ଧା କପୁରଙ୍କ  ଭଳି  ଷ୍ଟାରଙ୍କ  ନାମ ଆସିଛି । ଦୀପିକା ପାଦୁକୋଣ  ଗୋଆ ରୁ ମୁମ୍ୱାଇ  ପହଞ୍ଚି  ଏନସିବି ସହ ସାକ୍ଷାତ୍‌ ବି କରିସାରିଛନ୍ତି ଏବଂ ଏହି ଜେରାରେ  ଦୀପିକା ନିଜର  ଡ୍ରଗ୍ସ କୋଡ ଲାଙ୍ଗୁଏଜ୍‌ ବିଷୟରେ କହିଥିଲେ ।

ଏନସିବିର ଅଧିକାରୀମାନେ ଦୀପିକାଙ୍କୁ ପଚାରି ଥିଲେ  – ମାଲ ହୈ କ୍ୟା ?  ଦୀପିକା ଏହି ପ୍ରଶ୍ନର ଜବାବ ଦେଇଥିଲେ – କହିଥିଲେ , ହଁ ମୁଁ ପଚାରିଥିଲି । ମାଲ ହୈ  କ୍ୟା ।କିନ୍ତୁ ଏହି ମାଲ୍‌ ତାହା ନୁହେଁ  ଯାହା  ଆପଣ  ଭାବୁଛନ୍ତି । ଦୀପିକା  ଆହୁରି  ମଧ୍ୟ  କହିଛନ୍ତି  ଆମେ  ମାଲ୍‌  ସିଗାରେଟ୍‌କୁ କହିଥାଉ ।  ମାଲ୍‌  ସିଗାରେଟର  ଆମର କୋଡ  ୱାର୍ଡ । ଦୀପିକା ଏହା  ବି କହିଥିଲେ  କି  ମାଲ୍‌ ସିଗାରେଟ୍‌କୁ  କୁହନ୍ତି  ଏବଂ ହ୍ୟାଶ୍‌  ଓ  ୱିଡ୍‌ ଟାଇପ୍‌  ଅଫ୍‌  ସିଗାରେଟ୍‌କୁ  ମଧ୍ୟ  କହନ୍ତି । ଅର୍ଥାତ୍‌ ଅଲଗା  ଅଲଗା ବ୍ରାଣ୍ଡର ସିଗାରେଟ୍‌କୁ । ଦୀପିକା  ଏନସିବିକୁ ଦେଇଥିବା ବୟାନରେ  ଡ୍ରଗ୍ସ ନେଇଥିବା  କଥାକୁ  ପୁରାପୁରି  ମନା  କରିଥିଲେ ।

ଦୀପିକାଙ୍କ କୋଡ୍  ୱାର୍ଡକୁ ପର୍ଦାଫାସ୍‌ କରିବା ପାଇଁ ଏନସିବି ଏହି ଉପାୟ ଆପଣେଇ ଥିଲେ –

ଦୀପିକାଙ୍କ  ସହ  ଏନସିବିର  ଟିମ୍‌ ୨ୟ ରୁମ୍‌ରେ  କରିଶ୍ମାଙ୍କୁ  ପଚରାପଚରି କରୁଥିଲେ । କରିଶ୍ମାଙ୍କର ମଧ୍ୟ ମାଲ୍‌ ଓ ହ୍ୟାଶ୍‌ ବିଷୟରେ  ଠିକ୍‌  ସେହି ଉତ୍ତର  ଥିଲା , ଯାହା ଦୀପିକା ଏନସିବିକୁ ଦେଇଥିଲେ । ଆଉ ଏନସିବି ଉକ୍ତ ଦୁଇ କୋଡ୍‌ର ସତ ଜାଣିବାକୁ  ଏକ ଉପାୟ ଆପଣେଇ ଥିଲେ ।   ଏନସିବିର ଏକ ଟିମ୍‌  କରିଶ୍ମା ଙ୍କୁ  କାଗଜ ଓ କଲମ  ଦେଇଥିଲେ  ଏବଂ ତାଙ୍କ ସାମନାରେ ଦୁଇଟି  ସିଗାରେଟ୍‌ ରଖିଥିଲେ । ଗୋଟିଏ ମୋଟା ଓ ଅନ୍ୟଟି  ପତଳା  ସିଗାରେଟ୍‌ ।  କରିଶ୍ମାଙ୍କୁ  କହିଥିଲେ କି  ଏହି ଦୁଇ ସିଗାରେଟ୍‌ର  ନାଁ ଲେଖ ।  କରିଶ୍ମା  ପତଳା  ସିଗାରେଟ୍‌  ପାଇଁ ହ୍ୟାଶ୍ ଲେଖିଥିଲେ ଏବଂ ମୋଟା  ସିଗାରେଟ୍‌ ପାଇଁ  ୱିଡ୍‌ ।  ଏହି କୋଡ ଦୀପିକା  ପ୍ରଥମେ କହିସାରିଥିଲେ । ଦୁହିଁଙ୍କ କୋଡ ସମାନ ଥିଲା ।

ଏନସିବି ସୂତ୍ରୁର ପ୍ରକାଶ ଯେ , ଏହାର ଅର୍ଥ ଦୁହେଁ ପୁରା ପ୍ରସ୍ତୁତ ହୋଇ ଆସିଥିଲେ ।  ଦୁହିଁଙ୍କୁ କୋଡ୍‌ ଓ ଅନ୍‌ କୋଡର ଅର୍ଥ ମଧ୍ୟ ବୁଝାଇ ତାଙ୍କୁ ପଠାଯାଇଥିଲା ।

   ସମ୍ବନ୍ଧିତ ଖବର


ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ