PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର : ବିଶୋଇ ଅସନାରେ ଓଲଟାଲ ବସ୍‌ , ପଛରୁ ଟ୍ରକ୍‌ ଧକ୍କା ଦେବାରୁ ଭାରସାମ୍ୟ ହରାଇ ଓଟଲିଲା ବସ୍‌ , ୨ଗୁରୁତର , ୫ ଆହତ
  • ||
  • ଖୋର୍ଦ୍ଧା : ଜଟଣୀ ବେଣାପଞ୍ଜରୀ ଗାଁରେ କମେଣ୍ଟ ମରାକୁ କେନ୍ଦ୍ର କରି ବୋମା ମାଡ଼ , ୩ ଆହତ , ଘଟଣା ସ୍ଥଳରେ ପୁଲିସ୍‌ ମୁତୟନ
  • ||
  • ବାଲେଶ୍ବର: ବସିଲା କଙ୍ଗାରୁ କୋର୍ଟ, ବିଧବା ମହିଳାଙ୍କ ମଥାରେ ଦିଆଗଲା ସିନ୍ଦୁର
  • ||
  • ରୁଷ‌୍‌ର ମସ୍କୋରେ ଭାରତ ଖୋଲିଲା ଊର୍ଜା ଅଫିସ୍‌ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଉଦ୍‌ଘାଟିତ
  • ||
  • ବ୍ରହ୍ମପୁର ବାଲିପଦାରେ ବିଧବା ମହିଳାଙ୍କୁ ବିଭତ୍ସ ହତ୍ୟା , ଜମି ବିବାଦରୁ ସଂପର୍କୀୟ ହତ୍ୟା କରିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା , ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ପାଳନ ପ୍ରସ୍ତୁତି ନେଇ ଏହି ଆଲୋଚନା ଚାଲିଛି
  • ||
  • ବାସୁଦେବପୁର: ଛାତ୍ରଛାତ୍ରୀଙ୍କ ମଧ୍ୟାନ୍ନ ଭୋଜନ ଅର୍ଥ ହଡପ ଘଟଣାରେ କାନ୍ଥିସାହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ବିଇଓ
  • ||
  • ଭୁବନେଶ୍ବର: ରାଜଧାନୀରେ ଲୁଟ୍ ରୋକିବେ ସ୍ପେଶାଲ-୨୬, ନୂଆ ଟିମ୍ ଗଠନ ନେଇ ସୂଚନା ଦେଲେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ
  • ||
  • ଗୁଣୁପୁର:ସନ୍ଦେହ ଜନକ ଅବସ୍ଥାରେ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ଯା ଅଭିଯୋଗ ଆଣିଲେ ବାପଘର ଲୋକ
  • ||
  • ସମ୍ବଲପୁର:ବୁର୍ଲା ସାଇଫୋନ ଅଞ୍ଚଳରେ ଥିବା ଜଙ୍ଗଲରେ ଲାଗିଲା ଅଗ୍ନିକାଣ୍ଡ, ନିଆଁ ଆଁରେ ଜଳିଗଲା ଅନେକ ଗଛ
  • ||
  • କଟକ: ଚୌଦ୍ବାର ଓଟିଏମ୍ କାରଖାନା ପରିସରରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ଟିମ୍ ନିୟୋଜିତ
  • ||
  • ରାଉରକେଲା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ପଜିଟିଭ, ଟ୍ବିଟ୍ କରି ସୂଚନା ଦେଲେ
  • ||
  • ଭୁବନେଶ୍ଵର : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ପଜିଟିଭ
  • ||
  • ଫୁଲବାଣୀ: ମନରେଗା କାମ କରି ବର୍ଷେ ହେଲା ପାରିଶ୍ରମିକ ପାଇନାହାନ୍ତି ୫୦ରୁ ଉର୍ଦ୍ଧ୍ବ ମହିଳା, ଜିଲ୍ଲାପାଳଙ୍କୁ ଜଣାଇଲେ ଅଭିଯୋଗ କଲେ ମହିଳା
  • ||
  • ଯାଜପୁର ରୋଡରେ କର୍ମଜୀବୀ ମହିଳା ନିବାସକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ନିବାସରେ ୧୦୦ଶଯ୍ୟା ବ୍ୟବସ୍ଥା ରହିଛି
  • ||
  • ମାଲକାନଗିରି: ମହିଳା ଦିବସରେ ଘରବାଡି ପଟ୍ଟା ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କଲେ ଶତାଧିକ ମହିଳା
  • ||
  • ମାଲକାନଗିରି: ଜିଲ୍ଲାରେ ପ୍ରଥମ ଥର ପାଇଁ ମହିଳା ପୁଲିସଙ୍କ ‘ନିର୍ଭୟା ପେଟ୍ରୋଲିଂ’ ଟିମ୍କୁ ସବୁଜ ପତକା ଦେଖାଇ ଏସପି ଋଷିକେଶ ଡି ଖିଲାରୀ,
  • ||
  • ନୀଳଗିରି କଲେଜର ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗର ଶିକ୍ଷାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର, ଦୁଇବର୍ଷ ଧରି ବାହରୁନି ପରୀକ୍ଷା ଫଳ,କଲେଜ ଆଗରେ ବସିଲେ ଧାରଣା, ଦୁଇ ଛାତ୍ର ଛାତ୍ରୀ ଅସୁସ୍ଥ
  • ||
  • ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟ ଅଭିଯୋଗ ଆଣି ସମ୍ପର୍କୀୟଙ୍କ ହୋହାଲ୍ଲା, ପୁଲିସ ମୁତୟନ
  • ||
  • ଭୁବନେଶ୍ବର: ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜଭବନରେ କରିବେ ରାତ୍ରିଯାପନ
  • ||

ଅଣ୍ଡରଓ୍ବାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଡ୍ରଗ୍‌ସ ଫ୍ୟାକ୍‌ଟ୍ରୀ ଉପରେ NCBର ଚଢାଉ, ୨ କୋଟିର ନଗଦ ଟଙ୍କା ଓ ଅସ୍ତ୍ରଶସ୍ତ୍ର ଜବତ…

ମୁମ୍ବାଇ: ମୋଷ୍ଟ ଓ୍ବାଣ୍ଟେଡ୍ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଡ୍ ଇବ୍ରାହିମର ଅତି ନିକଟତର  ଚିଙ୍କୁ ପଠାନ ଗିରଫ ହେବା ପରେ ଏନସିବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୁରୁବାର ଦିନ ବିଭାଗ ଦକ୍ଷିଣ ମୁମ୍ବାଇର ଡୋଙ୍ଗ୍ରି ଅଞ୍ଚଳରେ ଏକ ଡ୍ରଗ୍ସ ଉତ୍ପାଦନ ହେଉଥିବା ଏକ କାରଖାନାର ପର୍ଦ୍ଦାଫାଶ କରିଛି ।  କୁହାଯାଏ ଯେ ଏହି କାରଖାନା ଦାଉଦ ଇବ୍ରାହିମଙ୍କର ଅଟେ,  ଯାହାକୁ ଡୋଙ୍ଗ୍ରିରେ ରହି ଚିଙ୍କୁ ପଠାନ ଏହାର ପରିଚାଳନା କରୁଥିଲା ।  ଏହି ଚଢାଉ ସମୟରେ ଡ୍ରଗ୍ସ, ସମେତ ବିପୁଳ ପରିମାଣର ନଗଦ ଟଙ୍କା ଏବଂ ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ଏନସିବି ଜବତ କରିଛି ।

ଏସବୁର ଆରମ୍ଭ ବୁଧବାର ଦିନ ହୋଇଥିଲା,  ଯେତେବେଳେ ଏନସିବିକୁ ପରଭେଜ ଖାନ ଓରଫ ଚିଙ୍କୁ ପଠାନ ଏବଂ ତାଙ୍କ ସହଯୋଗୀ ଜାକିର ହୁସେନ୍ ଫଜଲ ହୁକ୍ ଶେଖଙ୍କ ଡ୍ରଗ୍ କାରବାର ବିଷୟରେ ସୂଚନା ମିଳିଥିଲା । ଏହା ପରେ, ଏନସିବି ଘଟଣାସ୍ଥଳରେ ପହଞ୍ଚି ଏନଡିପିଏସ୍ ଆକ୍ଟର ଧାରା 8c, 22, 25, 29 ଅନୁଯାୟୀ ଏକ ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରିଥିଲା । ଏହା ପରେ ଏନସିବି ନାଭି ମୁମ୍ବାଇର ଘାନସୋଲିରେ ଥିବା ଚିଙ୍କୁର ଘରେ ଖୋଜାଖୋଜି କରିଥିଲା । ଏହି ସମୟରେ ୨.୯ ଗ୍ରାମ ହିରୋଇନ ବ୍ୟତୀତ ୫୨.୨ ଗ୍ରାମ MD ଡ୍ରଗ୍ସ , 9MM ପିସ୍ତଲ ମଧ୍ୟ ଉଦ୍ଧାର କରାଯାଇଥିଲା ।

ଏହା ପରେ ଏନସିବି ଚିଙ୍କୁର ଜଣେ ବନ୍ଧୁ ଆରିଫ ଭୁଜୱାଲାଙ୍କ ଘରେ ଡଢାଉ କରିଥିଲା । ବୁଧବାର ଦିନ ଏହି ଚଢାଉ ଆରମ୍ଭ ହୋଇଥିଲା ଯାହା ଆଜି ଗୁରୁବାର ପର୍ଯ୍ୟନ୍ତ ଜାରି ରହିଥିଲା । ଏହି ସମୟରେ ଭୁଜୱାଲାଙ୍କ ଘରୁ ଅଟୋମେଟିକ ବ୍ଲାଙ୍କ ରିଭଲଭର ଏବଂ ବହୁ ପରିମାଣର ଡ୍ରଗ୍ସ ସହିତ ୨ କୋଟି ୧୮ ଲକ୍ଷ ୨୫ ହଜାର ୬୦୦ ଟଙ୍କା ନଗଦ ଉଦ୍ଧାର କରାଯାଇଥିଲା । କୁହାଯାଉଛି ଯେ ଏହି ନଗଦ ଟଙ୍କା ଡ୍ରଗ୍ସ ବିକ୍ରୟ କରି ମିଳିଥିଲା । କିନ୍ତୁ ସବୁଠୁ ବଡ ଖୁଲାସା ହେଲା ଯେ ନୁର ମଞ୍ଜିଲରେ ଡ୍ରଗ୍ସ କାରଖାନା ଚାଲୁଥିଲା। ଏହି କାରଖାନା ଚିଙ୍କୁର ବନ୍ଧୁ ଆରିଫ୍ ଚଳାଉଥିଲା ।