PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ବିଶ୍ବର ସବୁଠାରୁ ସୁରକ୍ଷିତ ସହର ଭିତରେ ରହିଛି ଭାରତର ଏହି ଦୁଇଟି ସହର,ବାଂଲାଦେଶ ଠାରୁ ମଧ୍ୟ ପଛରେ ରହିଲା ପାକିସ୍ତାନ

ନୂଆଦିଲ୍ଲୀ,୩୦।୮: ବିଶ୍ବର ସୁରକ୍ଷିତ ସହର ତାଲିକାରେ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଭାରତର ମୁମ୍ବାଇ ୪୫ ତମ ସ୍ଥାନରେ ରହିଥିବା ବେଳେ ୫୨ ତମ ସ୍ଥାନରେ ରହିଛି ରାଜଧାନୀ ଦିଲ୍ଲୀ। ପ୍ରକାଶିତ ତାଲିକାରେ ୫ଟି ମହାଦ୍ବୀପର ୬୦ଟି ସହର ସାମିଲ ରହିଛି। ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ  ୟୁନିଟ୍ ପକ୍ଷରୁ କବୁହାଯାଇଛି ବିଶ୍ବର ୧୦ ସବୁଠାରୁ ସୁରକ୍ଷିତ ସହର ମଧ୍ୟରେ ୬ଟି ସହରର ଏସିଆ-ପ୍ରଶାନ୍ତ କ୍ଷେତ୍ର(ଏପିକ)ର, ଯେଉଁଥିରେ ଟୋକିଓ ଶୀର୍ଷ ସ୍ଥାନରେ ରହିଛି। ୨୦୧୯ରେ ସୁରକ୍ଷିତ ସହରର  ତାଲିକାରେ ଟୋକିଓ ସହିତ  ଏସିଆ-ପ୍ରଶାନ୍ତ କ୍ଷେତ୍ରର ସହରର ସ୍ଥାନ ଶୀର୍ଷ ଆଡେ ରହିଛି।

ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ  ୟୁନିଟ୍ର ତାଜା ରିପୋର୍ଟ ଅନୁସାରେ ବିଶ୍ବର ସବୁଠାରୁ ସୁରକ୍ଷିତ ସହରରେ ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇକୁ ୪୫ ତମ ସ୍ଥାନରେ ରଖାଯାଇଛି ସେଭଳି ଦିଲ୍ଲୀରେ ୫୨ ତମ ସ୍ଥାନରେ ରଖାଯାଇଛି। ରାଙ୍କିଙ୍ଗରେ ପାକିସ୍ତାନର କଚାରୀ ସହର ୫୭ ତମ ସ୍ଥାନରେ ରହିଥିବା ବେଳେ ବାଂଲାଦେଶର ରାଜଧାନୀ ଢାକା ୫୬ତମ ସ୍ଥାନରେ ରହିଛି। ସର୍ବାଧିକ ସୁରକ୍ଷିତ ସହର ମଧ୍ୟ ସିଓଲ ମଧ୍ୟ ରହିଛି। କୋପେନହେଗେନ ସହିତ ସିଓଲ ୮ମ ସ୍ଥାନରେ ରହିଛି।

ଏହି ରାକିଂ ଇକୋନୋମିଷ୍ଟ ଇଣ୍ଟେଜିଜେନ୍ସ ୟୁନିଟର ସେଫ ସିଟିଜ ଇଣ୍ଡେକ୍ସ ଦ୍ବାରା ଜାରି ସୂଚିରେ ପ୍ରଦାନ କରାଯାଇଛି। ଗତ ଗୁରୁବାର ଜାରି ହୋଇଥିବା ଏହି ସୂଚୀ ଅନୁସାରେ ବିଶ୍ବ ୧୦ ସହରରେ ୬ ଏସିଆ-ପାସିଫିକର ରହିଛି, ଯେଉଁଥିରେ ଜାପାନର ରାଜଧାନୀ ଟୋକିଓର ସବୁଠାରୁ ସୁରକ୍ଷିତ ସହର ଭିତରେ ସାମିଲ କରାଯାଇଛି। ସେଭଳି ଓସାକାର ତୃତୀୟ, ଏମ୍ସଟର୍ଡମକୁ ୪ର୍ଥ, ସିଡନୀକୁ ୫ମ ଓ ଟରୋଣ୍ଟୋକୁ ୬ଷ୍ଠ ସ୍ଥାନ ମିଳିଛି, ସେଭଳି ବ୍ରିଟେନର ରାଜଧାନୀ ଲଣ୍ଡନକୁ ୧୪ ତମ ରାକିଂ ମିଳିଛି। ଆମେରିକାର ରାଜଧାନୀ ଓ୍ବାଶିଂଟନକୁ ୭ମ ସ୍ଥାନ ମିଳିଛି। ସେଭଳି ଏହି ସୂଚୀରେ କୁଆଲାଲାମପୁରକୁ ୩୫ତମ, ଇସ୍ତାନବୁଲକୁ ୩୬ତମ ଓ ଋଷର ରାଜଧାନୀ ମସ୍କୋକୁ ୩୭ ତମ ସ୍ଥାନ ମିଳିଛି। ସେଭଳି ଭାରତର ପଡୋଶୀ ଦେଶ ବାଂଲାଦେଶର ରାଜଧାନୀ ଢାକାକୁ ୫୬ତମ ଓ ପାକିସ୍ତାନର ସହର କରାଚିକୁ ୫୭ ତମ ସ୍ଥାନ ମିଳିଛି।

ଭାରତର କେବଳ ମୁମ୍ବାଇ ଓ ଦିଲ୍ଲୀକୁ ସୁରକ୍ଷିତ ସହର ମଧ୍ୟରେ ସ୍ଥାନ ମିଳିଛି, ଯାହାଫଳରେ ଅନ୍ୟ ସହର ଗୁଡିକ ଅସୁରକ୍ଷିତ ରହିଛି ବୋଲି ଜଣାପଡୁଛି।  ଏହି ସୂଚୀରେ ଚଣ୍ଡୀଗଡ, ବେଙ୍ଗାଲୁର ଭଳି ସହରକୁ କୌଣସି ସ୍ଥାନ ନମିଳିବା କାରଣରୁ ଏହା ଏକ ଝଟକା ବୋଲି କୁହାଯାଉଛି। ସେଫ୍ ସିଟିଜ ଇଣ୍ଡେକ୍ସର ସୂଚନା ଅନୁସାରେ ସୁରକ୍ଷିତ ସହରର ସୂଚୀ ଜାରି କରିବା ସମୟରେ ଏହାର ସ୍ବାସ୍ଥ୍ୟ, ମୂଳ ସୁଖ ସୁବିଧା, ସୁରକ୍ଷା ସହିତ ମୋଟ ୫୭ଟି ଦିଗକୁ ପରଖା ଯାଇଥାଏ। ଏହାପରେ ଯାଇଁ ଏହି ସହରକୁ ରାକିଂ ଦିଆଯାଇଥାଏ ଓ ପରେ ଏହି ଆଧାରରେ ବିଶ୍ବର ୬୦ ସହରର ଏହି ସୂଚିରେ ସାମିଲ କରାଯାଇଥାଏ।