ଆଜମ୍‌ ଖାନ୍‌ଙ୍କ ମୁହଁ ମାନିଲାନି ବାଡ଼ବତା, ଜୟାଙ୍କୁ ‘ଅଣ୍ଡରୱିୟର’ କଟାକ୍ଷ

ରାମପୁର,୧୪ା୪(ଏଜେନ୍ସି): ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଏହାର ଇସ୍ତାହାରରେ ‘ମହିଳାଙ୍କୁ ସମ୍ମାନ’ ପ୍ରସଙ୍ଗକୁ ସ୍ଥାନ ଦେଇଥିଲା । ଦଳ ମହିଳାଙ୍କୁ ସମ୍ମାନ ଦେବା ସହ ସେମାନଙ୍କ ସୁରକ୍ଷା କଥା ଚିନ୍ତା କରିଥାଏ ବୋଲି ଇସ୍ତାହାର ପ୍ରକାଶ ବେଳେ ବରିଷ୍ଠ ନେତାମାନେ ଭାଷଣବାଜି ମାରିଥିଲେ । କିନ୍ତୁ ଦଳର ରାମପୁର ଲୋକସଭା ପ୍ରାର୍ଥୀ ଆଜମ୍‌ ଖାନ୍‌ ଆଜି ମୁହଁରେ ବାଡ଼ବତା ନ ରଖି ତାଙ୍କ ପ୍ରତିପକ୍ଷ ଜୟା ପ୍ରଦାଙ୍କ ବିରୋଧରେ ଅଶାଳୀନ ବୟାନ ଦେଇଛନ୍ତି ।
ଉତ୍ତର ପ୍ରଦେଶର ରାମପୁରରେ ରବିବାର ଆୟୋଜିତ ସାଧାରଣ ସଭାରେ ଜନତାଙ୍କୁ ଉଦ୍‌ବୋଧନ ଦେବା ବେଳେ ଆଜମ୍‌ ଖାନ୍‌ ଜୟାଙ୍କ ବିରୋଧରେ ‘ଅଣ୍ଡରୱିୟର୍‌’ କଟାକ୍ଷ କରିଛନ୍ତି । ସେ କହିଛନ୍ତି, ‘‘ଜିସ୍‌କୋ ହମ୍‌ ଉଙ୍ଗ୍‌ଲି ପକଡ୍‌କର ରାମପୁର ଲାୟେ, ଆପ୍‌ ୧୦ ସାଲ୍‌ ଜିନ୍‌ସେ ଅପ୍‌ନା ପ୍ରତିନିଧିତ୍ୱ କରାୟା… ଉସ୍‌କି ଅସ୍‌ଲିୟତ୍‌ ସମଝ୍‌ନେ ମେଁ ଆପ୍‌କୋ ୧୭ ବରସ୍‌ ଲଗେ, ମେଁ ୧୭ ଦିନ୍‌ ମେଁ ପେହଚାନ୍‌ ଗୟା କି ଇନ୍‌କେ ନିଚେ କା ଅଣ୍ଡରୱିୟର୍‌ ଖାକି ରଙ୍ଗ୍‌ କା ହୈ (ଯାହାକୁ ମୁଁ ଅଙ୍ଗୁଳି ଧରି ରାମ୍‌ପୁର ଆଣିଥିଲି, ଯିଏ ଆପଣମାନଙ୍କ ପାଇଁ ପ୍ରତିନିଧିତ୍ୱ କଲେ… ତାଙ୍କର ଅସଲ ଚେହେରା ଚିହ୍ନିବା ପାଇଁ ଆପଣମାନଙ୍କୁ ୧୭ ବର୍ଷ ଲାଗିଗଲା, ମୁଁ କେବଳ ୧୭ ଦିନ ମଧ୍ୟରେ ଜାଣିଯାଇଥିଲି ଯେ ତାଙ୍କ ତଳର ଅଣ୍ଡରୱିୟର୍‌ ଖାକି ରଙ୍ଗର ବୋଲି) ।’’
ଆଜମ୍‌ ଖାନ୍‌ ଏଭଳି ବିବାଦୀୟ ବୟାନ ଦେବା ବେଳେ ମଞ୍ଚରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । କିନ୍ତୁ ଆଜମ୍‌ଙ୍କ ଏଭଳି ବୟାନ ପାଇଁ କେହି ପ୍ରତିକ୍ରିୟା ପ୍ରକାଶ କରିନଥିଲେ । ବରଂ ହସିଥିଲେ । ଏହା ପୂର୍ବରୁ ମଧ୍ୟ ଜୟାଙ୍କୁ କଟାକ୍ଷ କରି ଆଜମ୍‌ ତାଙ୍କୁ ‘ନାଚବାଲୀ’ ବୋଲି କହିଥିଲେ । ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ଜୟା ପ୍ରଦା ସମାଜବାଦୀ ପାର୍ଟି ଛାଡ଼ି ମାର୍ଚ୍ଚ ୨୬ରେ ବିଜେପିରେ ସାମିଲ ହୋଇଥିଲେ । ସମାଜବାଦୀ ପାର୍ଟି ଟିକେଟ୍‌ରେ ସେ ୨୦୦୪ ଓ ୨୦୦୯ରେ ୧୦ ବର୍ଷ ପାଇଁ ରାମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ । ବିଜେପି ତାଙ୍କୁ ସମାଜବାଦୀ ପାର୍ଟିର ଆଜମ୍‌ ଖାନଙ୍କ ବିରୋଧରେ ପୁଣି ରାମପୁରରୁ ପ୍ରାର୍ଥୀ କରିଛି ।

   ସମ୍ବନ୍ଧିତ ଖବର


ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି

ମାକ୍ସଓ୍ବେଲ କାହିଁକି କେଏଲ ରାହୁଲଙ୍କୁ ମାଗିଲେ କ୍ଷମା? ଯାହାକୁ ନେଇ ଲାଗି ରହିଛି ଚର୍ଚ୍ଚା

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା