ରହସ୍ୟ ଘେରରେ ରୋହିତ ଶେଖର ତିଓ୍ବାରିଙ୍କ ମୃତ୍ୟୁ, କ୍ରାଇମବାଞ୍ଚ ରୁଜୁ କଲା ହତ୍ୟା ମାମଲା

ନୂଆଦିଲ୍ଲୀ,୧୯।୪: ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ରହିସାରିଥିବା ସ୍ବଗର୍ତ ନାରାୟଣ ଦତ୍ତ ତିଓ୍ବାରିଙ୍କ ପୁଅ ରୋହିତ ଶେଖର(୪୦ବର୍ଷ)ଙ୍କ ଅଚାନକ ମୃତ୍ୟୁ ଘଟଣାରେ ସୃଷ୍ଟି ହୋଇଛି ନୂଆ ମୋଡ। ରୋହିତଙ୍କ ମୃତ୍ୟୁ ହୃଦଘାତ ନୁହେଁ ବଂର ଶ୍ବାସରୁଦ୍ଧ ହେବା ଯୋଗୁଁ ହୋଇଛି ବୋଲି ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡିଛି। ଯାହାଫଳରେ କ୍ରାଇମବ୍ରାଞ୍ଚ ହତ୍ୟା ମାମଲା ଅର୍ଥାତ ଆଇପିସିର ୩୦୨ ଅନୁଯାୟୀ ମାମଲା ରୁଜୁ କରିଛି। ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। କ୍ରାଇମବ୍ରାଞ୍ଚ ଅଧିକାରୀ ରୋହିତଙ୍କ ଘରେ ପହଁଞ୍ଚି ତାଙ୍କ ପରିବାର ଲୋକଙ୍କ ସହିତ ତାଙ୍କ ପତ୍ନୀ ଅପୂର୍ବାଙ୍କୁ ପଚରା ଉଚରା କରିଛି। ଯାହାଫଳରେ ରୋହିତଙ୍କ ମୃତ୍ୟୁ ମାମଲା  ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି। ୧୬ ଘଣ୍ଟା ଧରି ରୋହିତ ଶୋଇ ରହିଥିଲେ ମଧ୍ୟ ଘରେ କିଭଳି ତାଙ୍କୁ କେହି ଡାକିଲେନି ତାହା ପୋଲିସର ସନ୍ଦେହକୁ ଘନୀଭୂତ କରିଛି।

source: https://specialcoveragenews.in

ଏବେ ତାଙ୍କର ମୃତ୍ୟୁପରେ ସବୁଠାରୁ ବଡ ପ୍ରଶ୍ନ ଉଠିବାରେ ଲାଗିଛି। ତାହା ହେଲା ସେ ମରିବା ପୂର୍ବରୁ ବହୁ ଲୋକଙ୍କୁ ଫୋନ୍ କରିଥିଲେ। ଗତ ୧୬ ତାରିଖରେ ହୃଦଘାତରେ ତାଙ୍କର ଅଚାନକ ମୃତ୍ୟୁ ହୋଇଥିଲା। କିନ୍ତୁ ମୃତ୍ୟୁ ପୂର୍ବରୁ ସେ କିଛି ସାମ୍ବାଦିକ ଏବଂ ତାଙ୍କର ଭାଉଜଙ୍କୁ ଫୋନ୍ କରିଥିଲେ। କିନ୍ତୁ ଦୁର୍ଭାଗ୍ୟ ବଶତଃ କେହି ତାଙ୍କର ଫୋନ୍ ରିସିଭ କରିପାରିନଥିଲେ। ତେବେ ରୋହିତ ଏଭଳି କ’ଣ କହିବାକୁ ଚାହୁଁଥିଲେ, ଯାହାକୁ କହିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଗଲା? ଏହା ସମସ୍ତଙ୍କ ମନ ଭିତରେ ପ୍ରଶ୍ନ ହୋଇ ରହିଯାଇଛି।

ରୋହିତ ତାଙ୍କର ଭାଉଜ କୁମକୁମଙ୍କୁ ୧୬ ତାରିଖ ସକାଳ ପ୍ରାୟ ୪ଟା ୧୫ ମିନିଟରେ ଫୋନ୍ କରିଥିଲେ। କିନ୍ତୁ ସେ ମଧ୍ୟ ଫୋନ୍ ରିସିଭ କରିପାରିନଥିଲେ। ଏଥରୁ ଜଣାପଡୁଛି ରୋହିତ ମରିବା ପୂର୍ବରୁ କିଛି କଥା ସମସ୍ତଙ୍କୁ କହିବାକୁ ଚାହୁଁଥିଲେ। ଏନଡି ତିଓ୍ବାରିଙ୍କ ପତ୍ନୀ ଉଜ୍ବଳାଙ୍କ ପୁତୁରା ରାଜୀବ ଓରଫ ପପୁ ଭୈୟା ଓ ତାଙ୍କର ପତ୍ନୀ କୁମକୁମ ଦିଲ୍ଲୀରେ ରୋହିତ ଶେଖରଙ୍କ ସହ ରହୁଥିଲେ। ରୋହିତଙ୍କ ମୃତ୍ୟୁର ୩ ଦିନ ପରେ ମଧ୍ୟ ତାଙ୍କର ମୃତ୍ୟୁର କାରଣ ଉପରୁ ପରଦା ଉଠିପାରିନାହିଁ। ଏହାଦ୍ବାରା ଆଶଙ୍କା କରାଯାଉଛି ଯେ ତାଙ୍କ ମୃତ୍ୟୁ ପଛରେ କୌଣସି ବହ ରହସ୍ୟ ରହିଥାଇପାରେ।

source: http://uttaranchaltoday.com

ତାଙ୍କର ମୃତ୍ୟୁର ଗୋଟେ ଦିନ ପୂର୍ବରୁ ରୋହିତ ତିଓ୍ବାରି ପରିବାର ସହିତ ସୋମବାର ଉତ୍ତରାଖଣ୍ଡରୁ ଦିଲ୍ଲୀ ଆସିଥିଲେ। ସେ ଉତ୍ତରାଖଣ୍ଡରେ ଭୋଟ ଦେବାକୁ ଯାଇଥିଲେ। ତାଙ୍କ ସହ ପତ୍ନୀ ଏବଂ ଚାକର ଗୋଟିଏ କାରରେ ଥିଲେ, ତାଙ୍କ ମା ଉଜ୍ବଳା ଆଉ ଏକ କାରରେ ଥିଲେ। ରାତି ପ୍ରାୟ ସାଢେ ୯ଟା ସମୟରେ ସେମାନେ ଦିଲ୍ଲୀରେ ପହଁଞ୍ଚିଥିଲେ। ଖାଇବା ପରେ ରାତି ପ୍ରାୟ ୧୧ଟା୩୦ ମିନିଟରେ ରୋହିତ ଶୋଇବାକୁ ଯାଇଥିଲେ। ସକାଳେ ସେ ବିଳମ୍ବରେ ସବୁଦିନ ଉଠୁଥିବାରୁ ତାଙ୍କୁ କେହି ଉଠାଇନଥିଲେ। ସେ ୧ଟାରୁ ୨ଟା ସମୟ ମଧ୍ୟରେ ଉଠି ଯାଉଥିଲେ। ଯେତେବେଳେ ରୋହିତ ଉଠିନଥିଲେ ତାଙ୍କର ସ୍ତ୍ରୀ ଚାକର ଗୋଲୁକୁ କହିଥିଲେ ରୋହିତଙ୍କୁ ଉଠାଇବାକୁ। ଚାକର ଡାକିବା ପରେ ମଧ୍ୟ ରୋହିତ ପଡି ରହିଥିଲେ। ତାଙ୍କ ନାକରୁ ରକ୍ତ ବାହାରୁଥିଲା ଓ ତକିଆରେ ରକ୍ତ ପଡି ତାହା ଶୁଖି ଯାଇଥିଲା। ଚାକର ପରିବାର ଲୋକଙ୍କୁ ଏହି ସୂଚନା ଦେବାପରେ ତାଙ୍କୁ ଆମ୍ବୁଲାନ୍ସରେ ସାକେତରେ ଥିବା ମ୍ୟାକ୍ସ ହସ୍ପିଟାଲକୁ ଅଣାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

source: https://www.outlookindia.com

ଯଦିଓ ହୃଦଘାତରେ ରୋହିତଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି, ତେବେ ତାଙ୍କ ମା ଉଜ୍ବଳା କିନ୍ତୁ ଯେଉଁ କଥା କହିଛନ୍ତି ଏଥରୁ ଇଶାରା ମିଳୁଛି ଯେ, ତାଙ୍କ ପୁଅଙ୍କ ମୃତ୍ୟୁ ପଛରେ ଆଉ କିଛି କାରଣ ରହିଥାଇ ପାରେ। ଉଜ୍ବଳାଙ୍କୁ ଯେତେବେଳେ ତାଙ୍କ ପୁଅଙ୍କ ମୃତ୍ୟୁ ସମ୍ପର୍କରେ ପଚରାଯାଇଥିଲା ସେ କହିଥିଲେ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ମୋର ପୁଅ ସ୍ବାଭାବିକ(ହୃଦଘାତ)ରେ ମୃତ୍ୟୁବରଣ କରିଛି କିନ୍ତୁ ମୁଁ ପରେ କହିବି କ’ଣ ପରିସ୍ଥିତି ଥିଲା ଯାହାକି ତା’ର ମୃତ୍ୟୁପାଇଁ ଦାୟୀ। ଏହା ସ୍ବାଭାବିକ ମୃତ୍ୟୁ ହୋଇଥିଲେ ମଧ୍ୟ ମୋ ପୁଅକୁ ମାନସିକ ଯନ୍ତ୍ରଣା ଦିଆଯାଇଛି।  ଯେଉଁମାନେ ମୋ ପୁଅକୁ ମାନସିକ ଅବସାଦରେ ପକାଇଛନ୍ତି, ତାହା ନାଁ ମଧ୍ୟ ନିଶ୍ଚିତ କହିବି, କିନ୍ତୁ ଏବେ ନୁହେଁ। ମନ ଭିତରେ ବହୁତ କିଛି କଥା ରହିଛି, କିନ୍ତୁ ଏବେ କହିବାର ଏହା ଠିକ୍ ସମୟ ନୁହେଁ। ରୋହିତଙ୍କୁ ନ୍ୟୁରୋ ସମ୍ପର୍କିତ କୌଣସି ସମସ୍ୟା ନଥିଲା।

source: https://www.indiatoday.in

ଉଲ୍ଲେଖନୀୟ ଯେ ଗତ ବର୍ଷ ରୋହିତଙ୍କ ବାପା ଏନଡି ତିଓ୍ବାରିଙ୍କ ଦୀର୍ଘ ଦିନର ଅସୁସ୍ଥତା ପରେ ପରଲୋକ ହୋଇଥିଲା। ଏହା ପୂର୍ବରୁ ଅପ୍ରେଲରେ ରୋହିତଙ୍କ ନିର୍ବଦ୍ଧ ମଧ୍ୟପ୍ରଦେଶର ଅପୂର୍ବା ଶୁକ୍ଲାଙ୍କ ସହିତ ହୋଇଥିଲା। ରୋହିତ ଓ ଅପୂର୍ବାଙ୍କ ନିର୍ବଦ୍ଧ ଦିଲ୍ଲୀରେ ଥିବା ତାଙ୍କ ବାସଭବନରେ ହୋଇଥିଲା। ୨୦୧୮ରେ ରୋହିତ ଓ ଅପୂର୍ବାଙ୍କ ବିବାହ ହୋଇଥିଲା।ବିବାହ ପରେ ରୋହିତ ଓ ଅପୂର୍ବା ଏନଡି ତିଓ୍ବାରିଙ୍କ ଆର୍ଶୀବାଦ ନେବାକୁ ହସ୍ପିଟାଲ ଯାଇଥିଲେ। ଏହାପରେ ୧୮ ଅକ୍ଟୋବରରେ ରୋହିତ ହସ୍ପିଟାଲରେ ତାଙ୍କ ବାପାଙ୍କର ଜନ୍ମଦିନ ପାଳନ କରିଥିଲେ, ସେହି ଦିନ ତାଙ୍କର ପରଲୋକ ହୋଇଥିଲା। ରୋହିତ ୨୦୧୭ ଜାନୁଆରୀରେ ବିଜେପିରେ ସଦସ୍ୟତା ଗ୍ରହଣ କରିଥିଲେ।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ