PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଏନଡିଏ ସଙ୍କଳ୍ପ ରାଲି: ୧୦ ବର୍ଷ ପରେ ଗୋଟିଏ ମଞ୍ଚରେ ଏକାଠି ହେଲେ ନମୋ-ନିତିଶ, ୪୦ ରୁ ୪୦ ସିଟ୍ ଜିତିବାର ଭରସା ଦେଲେ ନିତିଶ

source:khabar.ndtv.com

ନୁଆଦିଲ୍ଲୀ ୩/୩: ପାଟଣାର ଐତିହାସିକ ଗାନ୍ଧୀ ମଇଦାନରେ ଏନଡିଏ ସଙ୍କଳ୍ପ ରାଲିରେ ଆଜି ୧୦ ବର୍ଷ ପରେ ପିଏମ୍ ନରେନ୍ଦ୍ର ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଗୋଟିଏ ରାଜନୈତିକ ମଞ୍ଚରେ ଏକାଠି ହୋଇଛନ୍ତି । ପିଏମ୍ ମୋଦି ପ୍ରାୟ ୧୨ ଟା ସମୟରେ ପାଟଣା ଏୟାରପୋର୍ଟରେ ପହଞ୍ଚିଲେ । ସେଠାରେ ତାଙ୍କୁ ସିଏମ୍ ନିତିଶ କୁମାର, ରାଜ୍ଯପାଳ ଲାଲଜୀ ଟଣ୍ଡନ ଓ ଉପମୁଖ୍ଯମନ୍ତ୍ରୀ ସୁଶୀଲ କୁମାର ମୋଦି ସ୍ୱାଗତ କରିଥିଲେ । ପାଟଣା ଏୟାରପୋର୍ଟରୁ ପିଏମ୍ ମୋଦି ସିଧା ଗାନ୍ଧୀ ମଇଦାନରେ ପହଞ୍ଚିଥିଲେ । ମଞ୍ଚ ଉପରେ ଏନଡିଏ ନେତାମାନେ ଏକ ବଡ ଫୁଲମାଳା ପିନ୍ଧାଇ ତାଙ୍କୁ ସ୍ୱାଗତ କଲେ ।

ପିଓକେରେ ଭାରତୀୟ ବାୟୁସେନା ତରଫରୁ କରାଯାଇଥିବା ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଉଥିବା ବିରୋଧୀ ଓ କଂଗ୍ରେସକୁ କଡା ଜବାବ ଦେଇଛନ୍ତି ନମୋ । ସେ କହିଛନ୍ତି ଯେ କଂଗ୍ରେସ ଦେଶ ସୁରକ୍ଷା ପାଇଁ ଯାହା କରିଥିଲା ତାହା ସବୁ ଲୋକ ଜାଣିଛନ୍ତି । କିନ୍ତୁ ଏବେ ଦେଶ ନୂଆ ରୀତି-ନୀତି ସହିତ ଆଗକୁ ବଢୁଛି ।

ପିଏମ୍ ମୋଦି କହିଛନ୍ତି କଂଗ୍ରେସ ଓ ଅନ୍ଯ ସହଯୋଗୀ ଦଳମାନେ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ବିରୋଧୀ ଦେଶଙ୍କ ଭଳି ବୟାନ ଦେଉଛନ୍ତି । ଦେଶ ସୀମାରେ ଯବାନମାନେ ଶତ୍ରୁଙ୍କୁ କଡା ଜବାବ ଦେଉଛନ୍ତି କିନ୍ତୁ ଦେଶ ଭିତରେ କିଛି ଲୋକ ଏହାକୁ ନେଇ ରାଜନୀତି କରୁଛନ୍ତି ।

ଯେତେବେଳେ ବାଜପେୟୀଙ୍କ ସରକାର ଥିଲା ସେହି ସମୟରେ ନୂଆ ନୂଆ କାମର ପ୍ରାରମ୍ଭ ହୋଇଥିଲା । କିନ୍ତୁ ଯେତେବେଳେ କଂଗ୍ରେସ ଓ ସାଥୀ ସରକାର ଆସିଲେ ସେତେବେଳେ କାମରେ ଗତି ଧୀର ହୋଇଗଲା । ଯଦି ଦେଶରେ ମହାମିଶ୍ରଣର ସରକାର ହେବ ତେବେ କିଛି ବି ସମ୍ଭବ ହେବନି । କାରଣ ଏମାନଙ୍କ କାମ କେବଳ ନିଜ ପେଟ ଭରିବା ବୋଲି କହିଛନ୍ତି ନମୋ ।

ଏନଡିଏ ସରକାର ୧୦ ପ୍ରତିଶତ ସବର୍ଣ୍ଣଙ୍କୁ ସଂରକ୍ଷଣ ଦେଲା । ଗରିବଙ୍କ ନାଁରେ ଯେଉଁମାନେ ନିଜ ଦୋକାନ ଚଲାଉଥିଲେ ସେମାନେ ଚୌକିଦାର ଯୋଗୁଁ ଚିନ୍ତାରେ ଥିଲେ । କିନ୍ତୁ ଚୌକିଦାର ସମ୍ପୂର୍ଣ୍ଣ ସଚେତନ ଅଛି । ସୌଭାଗ୍ଯ ଯୋଜନା ଅନୁସାରେ ଗରିବଙ୍କୁ ମାଗଣା ବିଜୁଳି ଦିଆଗଲା । ବିହାରରେ ନିତିଶ କୁମାର ମଧ୍ଯ ଏହି କାମକୁ ଠିକ୍ ରୂପେ କରି ଘରେ-ଘରେ ବିଜୁଳି ପହଞ୍ଚାଇଥିବାରୁ ତାଙ୍କୁ ପ୍ରଶଂସା କରିଥିଲେ ମୋଦି ।

ବିହାରରେ ଇନଫ୍ରାଷ୍ଟ୍ରକ୍ଚରକୁ ପ୍ରାଥମିକତା ଦିଆଯାଉଛି । ମେଡିକାଲ, ସ୍କୁଲ,କଲେଜ, ରାସ୍ତା, ପୋଲ ଓ ରେଳ ବ୍ଯବସ୍ଥାରେ ସୁଧାର ଅଣାଯାଉଛି । ପାଟଣାର ଲୋକଙ୍କୁ ପାଇପ୍ ଲାଇନରେ ଗ୍ଯାସ୍ ମିଳିବ । ନିତିଶ କୁମାର ନଳରୁ ଜଳ ଦେବାର ସଙ୍କଳ୍ପ କରିଛନ୍ତି । ଏହି ପରିବର୍ତ୍ତନ ନିତିଶ ଓ ସୁଶୀଲ ମୋଦିଙ୍କ ସମେତ ଏନଡିଏର ସବୁ ଲୋକ ଧନ୍ୟବାଦର ପାତ୍ର । ବୃଦ୍ଧ-ବୃଦ୍ଧାଙ୍କୁ ସମ୍ମାନ ପାଇଁ ସରକାର ଓ ମୁଖ୍ଯମନ୍ତ୍ରୀ ବୃଦ୍ଧା ପେନଶନ୍ ଯୋଜନା ଲାଗୁ କରାଯାଇଛି । ଏଥିରେ ୬୦ ବର୍ଷର ବୟସ୍କମାନଙ୍କୁ ବିନା ଚାକିରୀରେ ପେନଶନ୍ ମିଳିବ । ୧ ଏପ୍ରିଲରୁ ଏହା ଲାଗୁହେବ ବୋଲି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ।

ନିତିଶ କୁମାର ପିଏମ୍ ମୋଦିଙ୍କୁ କଥା ଦେଇଛନ୍ତି ଯେ ୨ ଅକ୍ଟୋବର ୨୦୧୯ ମଧ୍ଯରେ ବିହାରରେ ସବୁ ଘରେ ଶୌଚାଳୟ ଥିବ । ନିତିଶ କୁମାର ଚାଷୀଙ୍କ ପାଇଁ ଆରମ୍ବ ହୋଇଥିବା ଯୋଜନା ଯୋଗୁଁ ପିଏମଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏନଡିଏ ସଙ୍କଳ୍ପ ରାଲିରେ ବିହାର ସିଏମ୍ ନିତିଶ କୁମାର ପୁଲୱାମା ଆଟାକ୍ ଉପରେ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯାନୁଷ୍ଠାନ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସେନାଙ୍କୁ ମଧ୍ୟ ସଲାମ କରିଛନ୍ତି । ଏହା ସହିତ ସେ ରାଲିରେ ସମ୍ବୋନ୍ଧିତ କରି କହିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ଜୀ, ଆମେ ଆପଣଙ୍କୁ ଆଶ୍ୱାସନା ଦେଉଛୁ ଆମେ ୪୦ରୁ ୪୦ ସିଟ୍ ଜିତିବୁ ।’