PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

କିପରି ହୋଇଥାଏ ମୃତ୍ୟୁ ପରର ରହସ୍ୟମୟ ଦୁନିଆ? କଣ ଥିଲା ପିଟରଙ୍କ ଅନୁଭବ? ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୪|୧୨:    ‘ନିୟର୍ ଡେଥ୍ ଏକ୍ସପେରିଏନ୍ସ’ ଅର୍ଥାତ ମୃତ୍ୟୁ ନିକଟରେ ଥିବାର ଅନୁଭବ। ଏହାକୁ ନେଇ ମେଡିକାଲ ସାଇନ୍ସ ଓ ଧାର୍ମିକ ପଣ୍ଡିତଙ୍କ ମଧ୍ୟରେ ଏକ ବିବାଦ ଲାଗି ରହିଛି। ମୃତ୍ୟୁ ପରେ ସେହି ରହସ୍ୟମୟୀ ଦୁନିଆକୁ ବୁଝିବା ପାଇଁ ମେଡିକାଲ୍ ସାଇନ୍ସ ବହୁ ପ୍ରକାୟ ଉଦ୍ୟମ କରି ସାରିଛି। ମସ୍ତିଷ୍କ ଯାଏଁ ପହଁଚି ପାରୁଥିବା ଅମ୍ଳଜାନକୁ ବନ୍ଦ କରି ସେହି ଦୁନିଆ ଯାଏଁ ପହଁଚିବାର ଚେଷ୍ଟା ମଧ୍ୟ ହୋଇସାରିଛି।

ପିଟର୍ ନାମରେ ଜଣେ ବ୍ୟକ୍ତି ନିକଟରେ ‘ନିୟର ଡେଥ୍ ଏକ୍ସପେରିଏନ୍ସ’କୁ ନେଇ ଏକ ବଡ ବୟାନ ଦେଇଛନ୍ତି। ସେ ଏପରି କିଛି କହିଛନ୍ତି ଯାହା ସମସ୍ତଙ୍କୁ ଚକିତ କରି ପକାଇବ। ସେ ମୃତ୍ୟୁ ପରର ଦୁନିଆକୁ ସେ ଅତି ନିକଟରୁ ଦେଖିଥିବା କହିଛନ୍ତି।

ପିଟର୍ ନିଜର ଅନୁଭବ ସେୟାର କରି କହିଛନ୍ତି ଯେ, ସେ ମାର୍ଚ୍ଚ ୧୬, ୨୦୨୦ରେ ମୃତ୍ୟୁ ପରର ଦୁନିଆ ଦେଖିଥିଲେ। ତାଙ୍କ ସହ ବାଥ୍ ଟବରେ ସେମିତି କିଛି ହୋଇଥିଲା। ବାଥ୍ ଟବରେ ବୁଡିବା ପରେ ସେ ଯାହା ଦେଖିଥିଲେ ଆଜି ଯାଏଁ ତାହା ତାଙ୍କ ମନରୁ ଯାଇନାହିଁ। ପାଣିରେ ବୁଡିବା ପରେ ତାଙ୍କ ଆଖି ଆଗରେ ଘନ ଅନ୍ଧକାର ଘେରି ରହିଥିଲା। ଏହାପରେ ସେଠାରେ ତାଙ୍କୁ ଜଣେ ଯୁବତୀ ନଜର ଆସିଥିଲେ। ଏହା ସେ ସେତେବେଳେ ଅନୁଭବ କରିଥିଲେ, ଯେତେବେଳେ ତାଙ୍କ ଶରୀର ଆତ୍ମାଠୁ ପୃଥକ ହୋଇ ଯାଇଥିଲା। ସେ କେବଳ ଯୁବତୀଙ୍କ ଛାଇ ଦେଖିଥିଲେ ଯାହାର କୌଣସି ଚେହେରା ନଥିଲା। ତେବେ ଯୁବତୀଙ୍କ ଚୁଟି ଧୂସର ରଙ୍ଗ ଥିଲା।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଇଭାନାମକ ଜଣେ ମହିଳା ‘ନିୟର ଡେଥ୍ ଏକ୍ସପେରିଏନ୍ସ’କୁ ନେଇ ନିଜର ଅନୁଭବ ବ୍ୟାଖ୍ୟା କରିଥିଲେ। ମୃତ୍ୟୁ ପରେ ମଣିଷ ଶରୀରର କୌଣସି ସୀମା ନଥିବା ସେ କହିଥିଲେ।

ସମ୍ବନ୍ଧିତ ଖବର